ରାଜଧାନୀକୁ ପଶି ପାରିବନି ଟ୍ରକ୍‌, ଇଣ୍ଡଷ୍ଟ୍ରୀ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ବଢ଼ିବାର ଲାଗିଛି। ବାୟୁର ଗୁଣବତ୍ତା ସୂଚକାଙ୍କ ହ୍ରାସ ପାଇ ୪୫୦ରେ ପହଞ୍ଚିବାରୁ ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ରାଜଧାନୀରେ ଡିଜେଲ ଚାଳିତ ଟ୍ରକ୍‌କୁ ବ୍ୟାନ କରାଯାଇଛି। ବ୍ୟବସାୟିକ ଗାଡ଼ି ଓ ଟ୍ରକ୍‌ ଆଉ ରାଜଧାନୀରେ ପ୍ରବେଶ କରିପାରିବେ ନାହିଁ। ସେହିପରି ମିଡିୟମ ଓ ବଡ଼ ବଡ଼ ଗାଡ଼ି ଉପରେ ମଧ୍ୟ କଟକଣା ଲଗାଯାଇଛି। କେବଳ ଜରୁରୀ ସାମଗ୍ରୀ ନେବା ଆଣିବା କରୁଥିବା ମିଡିୟମ […]

Delhi

Delhi

Hemant Lenka
  • Published: Thursday, 03 November 2022
  • Updated: 03 November 2022, 09:03 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ବଢ଼ିବାର ଲାଗିଛି। ବାୟୁର ଗୁଣବତ୍ତା ସୂଚକାଙ୍କ ହ୍ରାସ ପାଇ ୪୫୦ରେ ପହଞ୍ଚିବାରୁ ବଡ଼ ପଦକ୍ଷେପ ନିଆଯାଇଛି।

ପ୍ରଦୂଷଣର ମାତ୍ରା ହ୍ରାସ କରିବାକୁ ରାଜଧାନୀରେ ଡିଜେଲ ଚାଳିତ ଟ୍ରକ୍‌କୁ ବ୍ୟାନ କରାଯାଇଛି। ବ୍ୟବସାୟିକ ଗାଡ଼ି ଓ ଟ୍ରକ୍‌ ଆଉ ରାଜଧାନୀରେ ପ୍ରବେଶ କରିପାରିବେ ନାହିଁ। ସେହିପରି ମିଡିୟମ ଓ ବଡ଼ ବଡ଼ ଗାଡ଼ି ଉପରେ ମଧ୍ୟ କଟକଣା ଲଗାଯାଇଛି। କେବଳ ଜରୁରୀ ସାମଗ୍ରୀ ନେବା ଆଣିବା କରୁଥିବା ମିଡିୟମ ଓ ବଡ଼ ଗାଡ଼ିକୁ ଯାତାୟାତ ପାଇଁ ଅନୁମତି ମିଳିବ। ବିଏସ୍‌-୪ ଡିଜେଲ ଗାଡ଼ି ମଧ୍ୟ ରାଜଧାନୀ ଓ ଏହାର ଉପକଣ୍ଠରେ ଚାଲି ପାରିବ ନାହିଁ।

ବିଶୋଧିତ ତେଲରେ ପରିଚାଳିତ ହେଉ ନଥିବା ଇଣ୍ଡଷ୍ଟ୍ରୀ ଉପରେ ମଧ୍ୟ ରୋକ ଲଗାଯାଇଛି। ଇଣ୍ଡଷ୍ଟ୍ରୀ ଥିବା ଅଞ୍ଚଳରେ ଯଦି ପିଏନଜି ଭିତ୍ତିଭୂମି କିମ୍ବା ସପ୍ଲାଏ ନାହିଁ, ତଥାପି ବି ଅଶୋଧିତ ତୈଳ ବ୍ୟବହାର କରି ଏପରି ଇଣ୍ଡଷ୍ଟ୍ରୀ ଚାଲି ପାରିବ ନାହିଁ। ତେବେ କ୍ଷୀର, ଗୋ-ଖାଦ୍ୟ, ମେଡିସିନ ଓ ମେଡିକାଲ ସାମଗ୍ରୀ ଉତ୍ପାଦନ ହେଉଥିବା ଇଣ୍ଡଷ୍ଟ୍ରୀ ପାଇଁ ଏହି ନିୟମ ଲାଗୁ ହେବନି।

ଦିଲ୍ଲୀରେ ଚାଲିଥିବା ସମସ୍ତ ପ୍ରକାରର ଜାତୀୟ ରାଜପଥ, ରାସ୍ତା, ଫ୍ଲାଏ ଓଭର, ଓଭରବ୍ରିଜ୍‌, ପାୱାର ଟ୍ରାନ୍ସମିଶନ ଓ ପାଇପଲାଇନ୍ସ କାମକୁ ମଧ୍ୟ ବନ୍ଦ କରାଯାଇଛି।

ସରକାରୀ ଓ ଘରୋଇ ଅଫିସରେ ୫୦% କର୍ମଚାରୀକୁ ନେଇ କାର୍ଯ୍ୟକ୍ଷମ କରିବା ନିଷ୍ପତ୍ତି କେନ୍ଦ୍ର ସରକାରଙ୍କୁ ନେବାକୁ କୁହାଯାଇଛି। ସେହିପରି ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଲାଗୁ ନିଷ୍ପତ୍ତି ଦିଲ୍ଲୀ ସରକାର ନେବେ।

କେନ୍ଦ୍ର ସରକାରଙ୍କ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ସବ କମିଟି ଦିଲ୍ଲୀର ପ୍ରଦୂଷଣକୁ ନେଇ ଜରୁରୀ ବୈଠକ କରିଥିଲେ। ଏହି ବୈଠକରେ ଉପରୋକ୍ତ ନିୟମକୁ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପାଣିପାଗ ବିଶେଜ୍ଞଙ୍କ ମତରେ ଦିଲ୍ଲୀର ପ୍ରଦୂଷଣ ସିଭିୟର+ ଓ ସିଭିୟର ଶ୍ରେଣୀରେ ସାମିଲ ହେବାକୁ ଯାଉଛି। ତେଣୁ ସବ କମିଟି ଏହି ନିୟମ ଲାଗୁ କରିବାକୁ କହିଛି। ଆସନ୍ତା ୬ରେ ପରବର୍ତ୍ତୀ ବୈଠକ ବସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos