ରାଫେଲ ଡିଲ୍‌ର ଜେପିସି ତଦନ୍ତ ଦାବି ପୁଣି ଜୋର ଧରିଲା

ନୂଆଦିଲ୍ଲୀ: ରାଫେଲ ଡିଲ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପୁଣି ଜୋର ଧରିଛି। ଜୁନ୍‌ ୧୪ରେ ଫ୍ରାନ୍ସ ସରକାର ଏହି ଡିଲ୍‌ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜଣେ ବିଚାରପତିଙ୍କୁ ନିଯୁକ୍ତି ମଧ୍ୟ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତରେ ମଧ୍ୟ ତଦନ୍ତ ଦାବିର ସ୍ୱର ଶାଣିତ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ରାଫେଲ ଡିଲ୍‌ର ତଦନ୍ତ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ୱାରା କରିବାକୁ ଦାବି କରିଛି। ୩୬ଟି […]

Rafale

Rafale

Hemant Lenka
  • Published: Saturday, 03 July 2021
  • Updated: 03 July 2021, 05:49 PM IST

Sports

Latest News

ନୂଆଦିଲ୍ଲୀ: ରାଫେଲ ଡିଲ୍‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପୁଣି ଜୋର ଧରିଛି। ଜୁନ୍‌ ୧୪ରେ ଫ୍ରାନ୍ସ ସରକାର ଏହି ଡିଲ୍‌ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜଣେ ବିଚାରପତିଙ୍କୁ ନିଯୁକ୍ତି ମଧ୍ୟ କରାଯାଇଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଭାରତରେ ମଧ୍ୟ ତଦନ୍ତ ଦାବିର ସ୍ୱର ଶାଣିତ ହୋଇଛି। ଆଜି କଂଗ୍ରେସ ପକ୍ଷରୁ ରାଫେଲ ଡିଲ୍‌ର ତଦନ୍ତ ଯୁଗ୍ମ ସଂସଦୀୟ କମିଟି(ଜେପିସି) ଦ୍ୱାରା କରିବାକୁ ଦାବି କରିଛି। ୩୬ଟି ରାଫେଲ ଯୁଦ୍ଧ ବିମାନ ପାଇଁ ୨୦୧୬ରେ ଭାରତ ଓ ଫ୍ରାନ୍ସର ଡାସଲ୍ଟ ଆଭିଏସନ ମଧ୍ୟରେ ୭.୮ ବିଲିୟନ ୟୁରୋ ବା ପ୍ରା ୬୦ ହଜାର କୋଟି ଟଙ୍କାର ଚୁକ୍ତି ହୋଇଥିଲା।

କଂଗ୍ରେସ କହିଛି ଯେ ଶେଷରେ ରାଫେଲ ଡିଲ୍‌ରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ହୋଇଛି। କଂଗ୍ରେସ ଓ ରାହୁଲ ଗାନ୍ଧି ଯେଉଁ କଥା କହୁଥିଲେ, ତାହା ଫ୍ରାନ୍ସ ସରକାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସାମ୍ନାକୁ ଆସିଛି। ବିରୋଧୀ ଦଳ ଗୁଡ଼ିକ ଜେପିସି ତଦନ୍ତ ଦାବି କରୁଛନ୍ତି। କାରଣ ଜେପିସି ହିଁ ପୂରା ଡିଲ୍‌ର ଗଭୀରତାକୁ ଯାଇ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଅଧିକାରୀଙ୍କୁ ସମନ କରିପାରିବ।

ସୁପ୍ରିମକୋର୍ଟ ଯେଉଁ ଦସ୍ତାବିଜ୍ ମାଗି ପାରିବେ ନାହିଁ, ସେଗୁଡ଼ିକ ଜେପିସି ମାଗି ତର୍ଜମା କରିପାରିବ। ସୁପ୍ରିମକୋର୍ଟ ରାଫେଲ ଡିଲ୍‌ର ଶୁଣାଣି କରିବାକୁ ସେ ଉପଯୁକ୍ତ ସଂସ୍ଥା ନୁହନ୍ତି ବୋଲି କହିଥିଲେ। ତେଣୁ ଜେପିସି ଏହାର ତଦନ୍ତ କରିବା ଦରକାର। ଫ୍ରାନ୍ସର ତଦନ୍ତ ପରେ କେବେ ଭାରତରେ ଜେପିସି ତଦନ୍ତ ହେବ, ତା’ର ଜବାବ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଦିଅନ୍ତୁ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗକୁ ମୌସୁମୀ ଅଧିବେଶନ ବେଳେ ସଂସଦରେ ଉଠାଇବ।


ରାଫେଲ ଡିଲ୍‌ରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଫ୍ରାନ୍ସ ସରକାର ଜଣେ ନିରପେକ୍ଷ ମାଜିଷ୍ଟ୍ରେଟଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦେଇଥିବା ଦେଶର ଗୋଟିଏ ଗଣମାଧ୍ୟମ ମିଡିଆପାର୍ଟ ଖବର ପ୍ରକାଶ କରିଛି। ଏହି ବିଚାର ବିଭାଗୀୟ ତଦନ୍ତ ପାଇଁ ଫ୍ରାନ୍ସର ଜାତୀୟ ଆର୍ଥିକ ପ୍ରସ୍ୟୁକେଟର ଅଫିସରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଭାରତ ସରକାରଙ୍କ ସହ ଚୁକ୍ତି କରିବା ପାଇଁ ଡାସଲ୍ଟ ଆଭିଏସନ ଭାରତର ଜଣେ ମଧ୍ୟସ୍ଥିଙ୍କୁ ୧ ମିଲିୟନ ୟୁରୋ ଲାଞ୍ଚ ଦେଇଥିବା ମିଡିଆପାର୍ଟ ତା’ର ରିପୋର୍ଟରେ ଦାବି କରିଛି। ହେଲେ ଡାସଲ୍ଟ ଏହାକୁ ଖଣ୍ଡନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos