ପଞ୍ଜାବ ବିବାଦ ସରିଲା, ଏବେ କଂଗ୍ରେସ ଫୋକସରେ ରାଜସ୍ଥାନ

ଜୟପୁର: ଘର ସଜାଡ଼ିବା ମୁଡରେ କଂଗ୍ରେସ। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଯୋଜନା କରିଛି। ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳିରେ ତାଳି ପକାଇବା ପରେ ଏବେ କଂଗ୍ରେସ ହାଇକମାଣ୍ଡ ରାଜସ୍ଥାନ ଉପରେ ଫୋକସ କରିଛନ୍ତି। ପଞ୍ଜାବ ଭଳି ଏଠାରେ ମଧ୍ୟ ଦଳୀୟ ନେତାଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ […]

sachin

sachin

Hemant Lenka
  • Published: Friday, 23 July 2021
  • Updated: 23 July 2021, 09:13 PM IST

Sports

Latest News

ଜୟପୁର: ଘର ସଜାଡ଼ିବା ମୁଡରେ କଂଗ୍ରେସ। ଆସନ୍ତାବର୍ଷ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ଯୋଜନା କରିଛି। ପଞ୍ଜାବରେ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା କଳିରେ ତାଳି ପକାଇବା ପରେ ଏବେ କଂଗ୍ରେସ ହାଇକମାଣ୍ଡ ରାଜସ୍ଥାନ ଉପରେ ଫୋକସ କରିଛନ୍ତି।

ପଞ୍ଜାବ ଭଳି ଏଠାରେ ମଧ୍ୟ ଦଳୀୟ ନେତାଙ୍କ ମଧ୍ୟରେ କ୍ଷମତା ଯୁଦ୍ଧ ସୃଷ୍ଟି ହୋଇଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଥିବା ବେଳେ ଅନ୍ୟପଟେ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟ ରହିଛନ୍ତି। ଦୀର୍ଘ ଦିନ ହେଲାଣି ସଚିନଙ୍କ କ୍ୟାମ୍ପ ସରକାରରେ ସ୍ଥାନ ପାଇବାକୁ ଦାବି କରି ଆସୁଛି। ହେଲେ ଗେହଲଟ କ୍ୟାମ୍ପ ଏହାକୁ ଝୁଲାଇ ରଖିଛନ୍ତି। ଦିନକୁ ଦିନ ଅସନ୍ତୋଷର ବହ୍ନି ତୀବ୍ର ହେଉଥିବାରୁ ଏହାକୁ ଲିଭାଇବା ପାଇଁ କଂଗ୍ରେସ ନେତୃବୃନ୍ଦ ବଡ଼ ପଦକ୍ଷେପ ନେବେ।

ଯୋଜନା ମୁତାବକ ଆସନ୍ତା ୨୭ ଓ ୨୮ ତାରିଖ ମଧ୍ୟରେ ରାଜସ୍ଥାନରେ କ୍ୟାବିନେଟ ସଂପ୍ରସାରଣ କରାଯିବ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ମଧ୍ୟ କ୍ୟାବିନେଟ ସଂପ୍ରସାରଣ ପାଇଁ ସହମତି ହୋଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଗେହଲଟ ଖୁବଶୀଘ୍ର ଦିଲ୍ଲୀ ଆସିବେ। ଏହି ସମୟରେ ମନ୍ତ୍ରିମଣ୍ଡଳର ରୂପରେଖ ସ୍ଥିର କରାଯିବ। ସଚିନଙ୍କ କ୍ୟାମ୍ପରୁ କାହାକୁ ଓ କେତେଜଣଙ୍କୁ ଗେହଲଟଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ତା’ର ତାଲିକା ମଧ୍ୟ ପ୍ରସ୍ତୁତ କରାଯିବ।

ସୂଚନା ଅନୁସାରେ, ସଚିନଙ୍କ କ୍ୟାମ୍ପ କ୍ୟାବିନେଟ ସଂପ୍ରସାରଣରେ ବିଳମ୍ବ ହେଉଥିବାରୁ ହାଇକମାଣ୍ଡଙ୍କ ନିକଟରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ଦୃଷ୍ଟିରେ ରଖି କ୍ୟାବିନେଟ ସଂପ୍ରସାରଣ କରାଯିବା ନିଷ୍ପତ୍ତି ହୋଇଛି। ଗତବର୍ଷ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲା।

ସଚିନ ପାଇଲଟ ଦଳ ମଧ୍ୟ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଗାନ୍ଧି ପରିବାର ତାଙ୍କୁ ବୁଝାସୁଝା କରିବା ସହ ସେ ଉଠାଇଥିବା ଅଭିଯୋଗର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୧୦ ମାସ ବିତି ଯାଇଥିଲେ ମଧ୍ୟ ସଚିନଙ୍କୁ ମିଳିଥିବା ପ୍ରତିଶ୍ରୁତି ଗାନ୍ଧି ପରିବାର କିମ୍ବା କଂଗ୍ରେସ ପୂରଣ କରିପାରି ନାହାନ୍ତି। ଏହାକୁ ନେଇ ସଚିନ ପାଇଲଟ ଓ ତାଙ୍କ କ୍ୟାମ୍ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି।

ପାଇଲଟ ବିଦ୍ରୋହ ଘୋଷଣା କରିବା ପରେ ଏହାର ସମାଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଥିଲା। କିନ୍ତୁ ଗତବର୍ଷ ଅଗଷ୍ଟରୁ ଏହି କମିଟି କୌଣସି ବୈଠକ କରିନି। କମିଟିରେ ଥିବା ସଦସ୍ୟ ଅହମଦ ପଟେଲ ଗତବର୍ଷ ନଭେମ୍ବରରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos