ଟେବୁଲ ଉପରେ ସିଲିଣ୍ଡର ଥୋଇ ସାମ୍ବାଦିକ ସମ୍ମିଳନୀ କଲା କଂଗ୍ରେସ

ନୂଆଦିଲ୍ଲୀ: ଦେଶରେ ଏଲପିଜି ସିଲିଣ୍ଡରର ଦାମ କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି କରିବାର ଗୋଟିଏ ଦିନ ପରେ ଏହା ବିରୋଧରେ ଗର୍ଜିଛି କଂଗ୍ରେସ। ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ଅଣ ସବସିଡି ସିଲିଣ୍ଡରର ଦାମ ଆଜିଠାରୁ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି। ଆଜି କଂଗ୍ରେସ ସାମ୍ବାଦିକ ସମ୍ମଳିନୀ କରି ନରେନ୍ଦ୍ର ମୋଦି ସରକାରଙ୍କୁ ତୀବ୍ର ସାମାଲୋଚନା କରିଛି। ଦର ଦାମ ବୃଦ୍ଧି କରି ମୋଦି ସରକାର ଗୃହୁଣୀ ଓ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି […]

congress

congress

Hemant Lenka
  • Published: Monday, 15 February 2021
  • Updated: 15 February 2021, 07:10 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଏଲପିଜି ସିଲିଣ୍ଡରର ଦାମ କେନ୍ଦ୍ର ସରକାର ୫୦ ଟଙ୍କା ବୃଦ୍ଧି କରିବାର ଗୋଟିଏ ଦିନ ପରେ ଏହା ବିରୋଧରେ ଗର୍ଜିଛି କଂଗ୍ରେସ। ବର୍ଦ୍ଧିତ ଦର ପରେ ରାଜଧାନୀ ଦିଲ୍ଲୀରେ ଅଣ ସବସିଡି ସିଲିଣ୍ଡରର ଦାମ ଆଜିଠାରୁ ୭୬୯ ଟଙ୍କାକୁ ବୃଦ୍ଧି ପାଇଛି।

ଆଜି କଂଗ୍ରେସ ସାମ୍ବାଦିକ ସମ୍ମଳିନୀ କରି ନରେନ୍ଦ୍ର ମୋଦି ସରକାରଙ୍କୁ ତୀବ୍ର ସାମାଲୋଚନା କରିଛି। ଦର ଦାମ ବୃଦ୍ଧି କରି ମୋଦି ସରକାର ଗୃହୁଣୀ ଓ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପରି କି ଦଳ ସାମ୍ବାଦିକ ସମ୍ମିଳନୀ କରିବା ବେଳେ ଟେବୁଲ ଉପରେ ସିଲିଣ୍ଡର ମଧ୍ୟ ରଖିଥିଲା।

କଂଗ୍ରେସର ସୂପ୍ରିୟା ଶ୍ରୀନାଟେ ଆଜି ଟେବୁଲ ଉପରେ ଦୁଇଟି ୧୪.୨ କେଜିର ସିଲିଣ୍ଡର ରଖି ଦର ବୃଦ୍ଧି ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ଅହଂକାରୀ ନରେନ୍ଦ୍ର ମୋଦି ସରକାର କେବଳ ଚାଷୀଙ୍କୁ ହଇରାଣ କରୁନାହାନ୍ତି, ବରଂ ପ୍ରତିଟି ଗୃହୁଣୀ ଓ ସାଧାରଣ ଲୋକଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି।

ବିଗତ ୧୦ ଦିନ ମଧ୍ୟରେ ଏଲପିଜି ସିଲିଣ୍ଡରର ଦାମ ୭୫ ଟଙ୍କା ବଢ଼ିଛି। ଫେବୃଆରୀ ୪ରେ ପ୍ରଥମେ ୨୫ ଟଙ୍କା ବଢ଼ିଥିଲା। ଆଜିଠାରୁ ଏହା ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। କେବଳ ଏତିକି ନୁହେଁ, ଡିସେମ୍ବର ମାସ ଠାରୁ ଗ୍ୟାସ ଦାମ ୧୭୫ ଟଙ୍କା ବୃଦ୍ଧି ପାଇଲାଣି। ଟେବୁଲ ଉପରେ ଥୁଆ ହୋଇଥିବା ସିଲିଣ୍ଡର ଡିସେମ୍ୱର ମାସରେ ୫୯୪ ଟଙ୍କାରେ ବିକ୍ରି ହେଉଥିଲା। ଆଜି ଏହା ୭୬୯ ଟଙ୍କା ହୋଇଯାଇଛି।

ସରକାର ତୁରନ୍ତ ନିଜର ନିଷ୍ପତ୍ତି ପ୍ରତ୍ୟାହାର କରନ୍ତୁ ଓ ବଜେଟ ବେଳେ ଯେଉଁ ସୀମା ଶୁଳ୍କ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି, ତା’କୁ ମଧ୍ୟ ବନ୍ଦ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ୧୦୦ ଟଙ୍କା ପାର କଲାଣି। ପେଟ୍ରୋଲ, ଡିଜେଲ କିମ୍ବା ଏଲପିଜି ଦର ବୃଦ୍ଧି ହେଲେ, ସମସ୍ତେ ହଇରାଣ ହେଉଛନ୍ତି। କିନ୍ତୁ ସରକାର ଏଥିପ୍ରତି ଆଦୌ ଚିନ୍ତା କରୁନାହାନ୍ତି।

ସରକାର କେବଳ ଏକାଧିକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି କରିବାରେ ଲାଗିଛନ୍ତି। ଏପରି କରି ସରକାର ୨୪ ଲକ୍ଷ କୋଟି ଟଙ୍କା ଆୟ କରିସାରିଲେଣି। ଆମ ସରକାର ବେଳେ ଡିଜେଲର ଲିଟର ପିଛା ଦର ଉପରେ ୩.୫୦ ଟଙ୍କାର ସୀମା ଶୁଳ୍କ ଲାଗୁଥିଲା। ହେଲେ ଏବେ ସମାନ ସୀମା ଶୁଳ୍କର ପରିମାଣ ୩୨ ଟଙ୍କା ହୋଇଯାଇଛି।

ଆମ ସରକାର ବେଳେ ପେଟ୍ରୋଲ ଉପରେ  ଲିଟର ପିଛା ୯ ଟଙ୍କା ସୀମା ଶୁଳ୍କ ଲାଗୁଥିଲା। କିନ୍ତୁ ଏବେ ଲିଟର ପିଛା ୩୩ ଟଙ୍କା ହୋଇଯାଇଛି। ଯଦି ସରକାର ଏହାକୁ ପ୍ରତ୍ୟାହାର କରିନେବେ, ତା’ହେଲେ ସାଧାରଣ ଲୋକ ବେଶ ଲାଭବାନ ହେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story