କଂଗ୍ରେସରେ ପାଣ୍ଠି ସଙ୍କଟ, ଟଙ୍କା ଯୋଗାଡ଼ ପାଇଁ ମାନସମନ୍ଥନ!

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ଆରମ୍ଭ କରିଛି। ୨୦୧୪ରେ କ୍ଷମତାରୁ ହଟିବା ପରେ କଂଗ୍ରେସକୁ ଡୋନେସନ ମିଳିବାରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏଥିପାଇଁ ଦଳର ଶୀର୍ଷ ସ୍ତରୀୟ ନେତାମାନେ ରାଜ୍ୟସ୍ତରୀୟ ନେତାଙ୍କୁ ଏହି ସମସ୍ୟା ଉପରେ ଫୋକସ କରିବାକୁ କହିଥିବା ଜଣାପଡ଼ିଛି। ନିକଟରେ କଂଗ୍ରେସର ଏଆଇସିସି ବୈଠକ ହୋଇଥିଲା। ଏହି ସମୟରେ କିଛି ନିର୍ଦ୍ଦିଷ୍ଟ ରାଜ୍ୟର ନେତାଙ୍କ ସହ ଦଳର ହାଇକମାଣ୍ଡ ଆର୍ଥିକ […]

cogress

cogress

Hemant Lenka
  • Published: Saturday, 20 February 2021
  • Updated: 20 February 2021, 03:54 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ଆରମ୍ଭ କରିଛି। ୨୦୧୪ରେ କ୍ଷମତାରୁ ହଟିବା ପରେ କଂଗ୍ରେସକୁ ଡୋନେସନ ମିଳିବାରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏଥିପାଇଁ ଦଳର ଶୀର୍ଷ ସ୍ତରୀୟ ନେତାମାନେ ରାଜ୍ୟସ୍ତରୀୟ ନେତାଙ୍କୁ ଏହି ସମସ୍ୟା ଉପରେ ଫୋକସ କରିବାକୁ କହିଥିବା ଜଣାପଡ଼ିଛି।

ନିକଟରେ କଂଗ୍ରେସର ଏଆଇସିସି ବୈଠକ ହୋଇଥିଲା। ଏହି ସମୟରେ କିଛି ନିର୍ଦ୍ଦିଷ୍ଟ ରାଜ୍ୟର ନେତାଙ୍କ ସହ ଦଳର ହାଇକମାଣ୍ଡ ଆର୍ଥିକ ସଙ୍କଟ ସମ୍ପର୍କରେ କଥା ହୋଇଛନ୍ତି। ବିଶେଷ କରି ମହାରାଷ୍ଟ୍ର, ପଞ୍ଜାବ ଓ ଝାରଖଣ୍ଡର କଂଗ୍ରେସ ନେତାଙ୍କ ସହ ଏ ସମ୍ପର୍କରେ ଆଲୋଚନା କରାଯାଇଛି।

ଏମାନଙ୍କ ମଧ୍ୟରେ କ୍ଷମତାସୀନ ରାଜ୍ୟର ସମସ୍ତ ମନ୍ତ୍ରୀ ଓ କିଛି ସାଂଗଠିନ ସଦସ୍ୟ ବୈଠକରେ ଉପସ୍ଥିତ ରହିଥିଲେ। ଏଆଇସିସି ବୈଠକରେ ପ୍ରଥମେ କେବଳ ରାଜ୍ୟସ୍ତରୀୟ ସାଂଗଠିକ ନେତୃତ୍ୱ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଇଥିଲା। କିନ୍ତୁ ଏବେ ଜଣାପଡ଼ିଛି ଯେ ବୈଠକରେ ଅଧିକାଂଶ ସମୟ ଦଳ ସମ୍ମୁଖୀନ ହେଉଥିବା ଆର୍ଥିକ ସଙ୍କଟ ବିଷୟରେ ଆଲୋଚନା କରାଯାଇଛି।

ବୈଠକରେ ଉପସ୍ଥିତ ଥିବା ସଦସ୍ୟଙ୍କୁ ଆର୍ଥିକ ସ୍ଥିତି ସମ୍ପର୍କରେ ଅବଗତ କରା ଯାଇଥିଲା ଓ ଏହାର ସମାଧାନ କରିବାକୁ ଦାୟିତ୍ୱ ନେବା ପାଇଁ କୁହାଯାଇଥିଲା। ଅବଶ୍ୟ ବୈଠକରେ ସାଂଗଠନିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ବିଜେପିକୁ ୭୪୨.୧୫ କୋଟି ଟଙ୍କା ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ୧୪୮.୫୮ କୋଟି, ଏଆଇଟିସିକୁ ୪୪.୨୬ କୋଟି, ଏନସିପିକୁ ୧୨.୦୫ କୋଟି ଓ ସିପିଏମକୁ ୩.୦୩ କୋଟି ଟଙ୍କା ମିଳିଛି।

ଆଗକୁ ୫ ରାଜ୍ୟ-କେରଳ, ଆସାମ, ବେଙ୍ଗଲ, ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ହେବ। ଏହି ନିର୍ବାଚନରେ ଦଳର ମ୍ୟାନେଜମେଣ୍ଟ ଶକ୍ତିକୁ ଆକଳନ କରାଯିବ। ଏଥିପାଇଁ ରାଜ୍ୟ ସ୍ତରୀୟ ନେତାଙ୍କୁ ସହଯୋଗ କରିବାକୁ କୁହାଯାଇଛି। ଏଥିସହ ନିର୍ବାଚନ ପାଇଁ ପାଣ୍ଠି କେଉଁଠୁ ଆସିବ, ତା’ର ସମାଧାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟାଳୟ ଦଳର ଚିନ୍ତାକୁ ବଢ଼ାଇଛି। ଏହାର ଅଫିସି ବିଲଡିଂ ଦୀର୍ଘ ଦିନ ହେଲା ମରାମତି ହେଉଛି। କିନ୍ତୁ ଏହି କାମ ଶେଷ ହୋଇପାରୁନାହିଁ। ୟୁପିଏ କ୍ଷମତାରୁ ହଟିବା ଓ ବିଭିନ୍ନ ରାଜ୍ୟରେ ବିଜେପି ସରକାର ଗଠନ କରିବା କଂଗ୍ରେସର ପାଣ୍ଠି ସଂଗ୍ରହ ସମସ୍ୟାକୁ ବୃଦ୍ଧି କରିଛି। ଧୀରେଧୀରେ ଦଳକୁ ଚାନ୍ଦା କମିବା ଆରମ୍ଭ ହୋଇଛି।

ଏବେ ଦଳ କେବଳ ପଞ୍ଜାବ, ଛତିଶଗଡ଼ ଓ ରାଜସ୍ଥାନରେ କ୍ଷମତାରେ ରହିଛି। ପୁଡୁଚେରୀରେ ଦଳ କ୍ଷମତାରେ ରହିଥିଲେ ହେଁ ବିଧାୟକଙ୍କ ଇସ୍ତଫା ପରେ ସରକାର ସଙ୍କଟ ମଧ୍ୟରେ ଫସି ଯାଇଛନ୍ତି। ମହାରାଷ୍ଟ୍ର ଓ ଝାରଖଣ୍ଡରେ କଂଗ୍ରେସ ଅନ୍ୟ ଦଳ ସହ ମେଣ୍ଟ କରି ସରକାରରେ ରହିଛି। ଏଠାରେ କଂଗ୍ରେସ ଅପେକ୍ଷା ଅନ୍ୟ ଦଳଗୁଡ଼ିକର ବେଶ ଦବଦବା ରହିଛି।

ତେଣୁ ଏଭଳି ସ୍ଥିତିରେ ଦଳ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାରେ ଲାଗିଛି। ସାଧାରଣତଃ ଗୋଟିଏ ରାଜନୀତିକ ଦଳର କାର୍ଯ୍ୟ ଓ କ୍ଷମତା ଦଖଲ କରିବାର ଶକ୍ତିକୁ ଦେଖି, ଏହାକୁ ବିଭିନ୍ନ ସଂସ୍ଥା ଚାନ୍ଦା ଦିଅନ୍ତି। ହେଲେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛି। ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ନିର୍ବାଚନ ପ୍ରତିନିଧିଙ୍କୁ ଆର୍ଥିକ ସହାୟତା କରିବା ପାଇଁ କହିଛି। ସମସ୍ତ ବିଧାୟକ ଓ ସାଂସଦମାନେ ଚାନ୍ଦା ଦେଲେ, ଦଳ ଆର୍ଥିକ ସଙ୍କଟରୁ ଉଦ୍ଧାର ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos