ଟିଏମସିରେ କଂଗ୍ରେସର କୀର୍ତ୍ତି ଆଜାଦ ଓ ଅଶୋକ ତନୱର

ନୂଆଦିଲ୍ଲୀ: କଂଗ୍ରେସ ନେତା କୀର୍ତ୍ତି ଆଜାଦ ଓ ଅଶୋକ ତନୱର ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ସାମିଲ ହୋଇଛନ୍ତି। ଉଭୟ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିବା ସହ ଟିଏମସିରେ ଯୋଗଦେଇଛନ୍ତି। ଟିଏମସିରେ ମିଶିବା ପରେ ୬୨ ବର୍ଷୀୟ କୀର୍ତ୍ତି ଆଜାଦ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବିଜେପି ଦେଶରେ ଭାଗବଣ୍ଟାର ରାଜନୀତି କରୁଛି। ତେଣୁ ଦେଶକୁ ଜଣେ ଏମିତି ଲୋକର ଆବଶ୍ୟକ ରହିଛି, ଯିଏ ଦେଶକୁ […]

TMC1

TMC1

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 09:19 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ନେତା କୀର୍ତ୍ତି ଆଜାଦ ଓ ଅଶୋକ ତନୱର ଆଜି ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସିରେ ସାମିଲ ହୋଇଛନ୍ତି। ଉଭୟ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ସାକ୍ଷାତ କରିବା ସହ ଟିଏମସିରେ ଯୋଗଦେଇଛନ୍ତି।

ଟିଏମସିରେ ମିଶିବା ପରେ ୬୨ ବର୍ଷୀୟ କୀର୍ତ୍ତି ଆଜାଦ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ବିଜେପି ଦେଶରେ ଭାଗବଣ୍ଟାର ରାଜନୀତି କରୁଛି। ତେଣୁ ଦେଶକୁ ଜଣେ ଏମିତି ଲୋକର ଆବଶ୍ୟକ ରହିଛି, ଯିଏ ଦେଶକୁ ଠିକ୍‌ ମାର୍ଗରେ ନେଇ ପାରିବେ। ମୁଁ ଭାବୁଛି ମମତା ବାନାର୍ଜୀଙ୍କ ପାଖରେ ସେହିଭଳି ନେତୃତ୍ୱ ନେବାର ଦକ୍ଷତା ରହିଛି। ତେଣୁ ମୁଁ ଟିଏମସିରେ ମିଶିଛି।”

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗୱତ ଝା ଆଜାଦଙ୍କ ପୁଅ ହେଉଛନ୍ତି କୀର୍ତ୍ତି। ସେ ବିହାରର ଦରଭଙ୍ଗା ଲୋକସଭା ଆସନରୁ ୩ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ସେ କଂଗ୍ରେସରେ ମିଶିବା ପୂର୍ବରୁ ବିଜେପିରେ ଥିଲେ। ତେବେ ଦିଲ୍ଲୀ କ୍ରିକେଟ ଆସୋସିଏସନରରେ ହୋଇଥିବା ଦୁର୍ନୀତି ପାଇଁ ସେ ଦିବଂଗତ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଖୋଲାଖୋଲି ଦୁର୍ନୀତି ପାଇଁ ଦାୟୀ କରି ସମାଲୋଚନା କରିଥିଲେ। ଏଥିପାଇଁ ତାଙ୍କୁ ୨୦୧୫ରେ ଦଳରୁ ନିଲମ୍ବିତ କରାଯାଇଥିଲା।

ଆଜି ଟିଏମସିରେ ମିଶିଥିବା ଅଶୋକ ତନୱର ହେଉଛନ୍ତି ହରିଆଣା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ। ହରିଆଣାର ସିର୍ସାରୁ ସେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ୨୦୧୯ରେ ସେ କଂଗ୍ରେସ ଛାଡ଼ି ଆପନା ଭାରତ ମୋର୍ଚ୍ଚା ଗଠନ କରିଥିଲେ। ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେନ୍ଦ୍ର ହୁଡ୍ଡାଙ୍କ ସହ ତାଙ୍କର ତିକ୍ତତା ଯୋଗୁ ସେ ଦଳ ଛାଡ଼ିଥିଲେ।

ଏହାପୂର୍ବରୁ ଜେଡିୟୁର ପୂର୍ବତନ ନେତା ପବନ ପବନ ବର୍ମା ଟିଏମସିରେ ମିଶିଥିଲେ। ଏହାର ଅର୍ଥ ଏବେ ଟିଏମସି ବିହାର ମଧ୍ୟ ନିଜର ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିବ। ପବନ ବର୍ମାଙ୍କୁ ଦଳ ବିରୋଧୀ କାମ ପାଇଁ ଜେଡିୟୁ ବହିଷ୍କାର କରିଥିଲା। ଆଜି ସେ ଦିଲ୍ଲୀରେ ମମତାଙ୍କ ଉପସ୍ଥିତିରେ ଟିଏମସିରେ ସାମିଲ ହୋଇଥିଲେ।

୨୦୨୪ରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚ୍ୟାଲେଞ୍ଜ କରିବାକୁ ଟିଏମସି ବିଭିନ୍ନ ରାଜ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛି। ପୂର୍ବରୁ ଦଳ କେବଳ ପଶ୍ଚିମବଙ୍ଗରେ ସୀମିତ ଥିଲା। ହେଲେ ଏବେ ଆସାମ, ତ୍ରିପୁରା, ଗୋଆ ଓ ବିହାର ଭଳି ରାଜ୍ୟ ଉପରେ ଆଖି ପକାଇଛି। ବିହାରରେ ପ୍ରବେଶ କରିବା ପୂର୍ବରୁ ଦଳ ପବନ ବର୍ମା ଓ କୀର୍ତ୍ତି ଆଜାଦଙ୍କ ଭଳି ହେଭିୱେଟଙ୍କୁ ନିଜ ସହ ସାମିଲ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos