ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଅଦିତି ସିଂହ ବିଜେପିରେ ମିଶିଲେ

ଲକ୍ଷ୍ନୌ: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହୋଇଛି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଏସ୍‌ପିକୁ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସରେ ରହି ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଅଦିତି ସିଂହ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଅଦିତି ଏକଦା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ଉଭୟ ଉଠାଇଥିବା ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା। କିନ୍ତୁ ଏବେ ସେ କଂଗ୍ରେସ ହାତ ଛାଡ଼ି […]

adit-singh

adit-singh

Hemant Lenka
  • Published: Wednesday, 24 November 2021
  • Updated: 24 November 2021, 06:12 PM IST

Sports

Latest News

ଲକ୍ଷ୍ନୌ: ଯାହା ଆଶା କରାଯାଉଥିଲା ଠିକ୍‌ ସେଇଆ ହୋଇଛି। ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଓ ବିଏସ୍‌ପିକୁ ବଡ଼ ଝଟକା ଲାଗିଛି। ଆଜି କଂଗ୍ରେସରେ ରହି ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଅଦିତି ସିଂହ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି।

ଅଦିତି ଏକଦା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ। ଉଭୟ ଉଠାଇଥିବା ଫଟୋ ମଧ୍ୟ ବେଶ ଭାଇରାଲ ହୋଇଥିଲା। କିନ୍ତୁ ଏବେ ସେ କଂଗ୍ରେସ ହାତ ଛାଡ଼ି ବିଜେପିର ପଦ୍ମ ଧରିଛନ୍ତି।

ସେହିପରି ବିଏସ୍‌ପିର ବନ୍ଦନା ସିଂହ ମଧ୍ୟ ବିଜେପିରେ ମିଶିଛନ୍ତି। ବିଜେପିର ଉତ୍ତର ପ୍ରଦେଶ ସଭାପତି ସ୍ୱତନ୍ତ୍ର ଦେବ ସିଂହ ଉଭୟଙ୍କୁ ଦଳକୁ ସ୍ୱାଗତ କରିଛନ୍ତି। ଅଦିତି ଓ ବନ୍ଦନାଙ୍କ ଯୋଗଦାନ ଉତ୍ତର ପ୍ରଦେଶ ନିର୍ବାଚନରେ ବିଜେପିକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି।

ଭେଟରାନ କଂଗ୍ରେସ ନେତା ଦିବଂଗତ ଅଖିଲେଶ ସିଂହଙ୍କ ଝିଅ ହେଉଛନ୍ତି ଅଦିତି। ସେ ପ୍ରଥମଥର ୨୦୧୭ରେ କଂଗ୍ରେସ ଟିକେଟରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। କିଛି ବର୍ଷ ସବୁ କିଛି ଠିକ୍ ଠାକ ଚାଲିଥିଲା। କିନ୍ତୁ କିଛି ମାସ ହେଲାଣି ଅଦିତି କଂଗ୍ରେସର ନେତାମାନଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ତାଙ୍କର ସମସ୍ତ ଅଭିଯୋଗକୁ ବିଜେପି ମଧ୍ୟ ସମର୍ଥନ କରୁଥିଲା।

[caption id="" align="aligncenter" width="770"]Aditi Singh, Vandana Singh with UP BJP chief Swatantra Dev Singh on Wednesday ବାମରୁ ଅଦିତି ଓ ବନ୍ଦନାଙ୍କୁ ଦଳକୁ ସ୍ୱାଗତ କରୁଛନ୍ତି ସ୍ୱତନ୍ତ୍ର ଦେବ[/caption]

ଅନ୍ୟପକ୍ଷରେ ବନ୍ଦନା ସିଂହ ହେଉଛନ୍ତି ବିଏସ୍‌ପିର ପୂର୍ବତନ ବିଧାୟକ। ସେ ଆଜମଗଡ଼ ଜିଲ୍ଲାରେ ଥିବା ସିଗ୍ରୀ ନିର୍ବାଚନ ମଣ୍ଡଳୀରୁ ବିଏସ୍‌ପି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉଭୟଙ୍କୁ ଲକ୍ଷ୍ନୌ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଜେପିକୁ ସ୍ୱାଗତ କରାଯାଇଛି।

ଏହି ଅବସରରେ ବିଜେପିର ୟୁପି ମୁଖ୍ୟ ସ୍ୱତନ୍ତ୍ର ଦେବ ସିଂହ କହିଛନ୍ତି, ଆଜି ବିଜେପିରେ ଯୋଗଦେଇଥିବା ବନ୍ଦନା ସିଂହ ଆଜମଗଡ଼ରେ ଅଖିଲେଶ-ଡିମ୍ପଲ ଯାଦବଙ୍କୁ କଡ଼ା ଟକ୍କର ଦେବେ। ସେହି ଅଦିତି ସିଂହ କଂଗ୍ରେସର ସୋନିଆ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story