୨ ଦିନରେ କଂଗ୍ରେସକୁ ତୃତୀୟ ଝଟକା, ଦଳ ଛାଡ଼ିଲେ ଆଉ ଜଣେ ବିଧାୟକ

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ସେତିକି ଝଟକା ଲାଗୁଛି। ସ୍ଥିତି ଏପରି ହୋଇଛି ଯେ ୨ ଦିନ ମଧ୍ୟରେ କଂଗ୍ରେସକୁ ତୃତୀୟ ଝଟକା ଲାଗିଛି। କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୁଣି ଜଣେ ବିଧାୟକ। ସେ ଦଳ ଛାଡ଼ିବା ସହ ଗୁଜରାଟ ବିଧାନସଭାର ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫାପତ୍ର ବି ହସ୍ତାନ୍ତର କରିଛନ୍ତି। ଝାଲୋଡରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିବା ଭବେଶ କଟାରା ବୁଧବାର ରାତିରେ ହିଁ ଦଳରୁ […]

MLA

MLA

Hemant Lenka
  • Published: Thursday, 10 November 2022
  • Updated: 10 November 2022, 11:31 AM IST

Sports

Latest News

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ସର୍ବପୁରାତନ ଦଳ କଂଗ୍ରେସକୁ ସେତିକି ଝଟକା ଲାଗୁଛି। ସ୍ଥିତି ଏପରି ହୋଇଛି ଯେ ୨ ଦିନ ମଧ୍ୟରେ କଂଗ୍ରେସକୁ ତୃତୀୟ ଝଟକା ଲାଗିଛି। କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୁଣି ଜଣେ ବିଧାୟକ। ସେ ଦଳ ଛାଡ଼ିବା ସହ ଗୁଜରାଟ ବିଧାନସଭାର ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫାପତ୍ର ବି ହସ୍ତାନ୍ତର କରିଛନ୍ତି।

ଝାଲୋଡରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିବା ଭବେଶ କଟାରା ବୁଧବାର ରାତିରେ ହିଁ ଦଳରୁ ଇସ୍ତଫା ଦେଇଥିଲେ। ସେ ୨ ଦିନ ମଧ୍ୟରେ ତୃତୀୟ ବିଧାୟକ, ଯିଏ କଂଗ୍ରେସ ଛାଡ଼ିଛନ୍ତି। ଜଣେ ଆଦିବାସୀ ନେତା ଭାବେ ପରିଚିତ ଭବେଶ ଖୁବଶୀଘ୍ର ବିଜେପିରେ ସାମିଲ ହେବେ। ତାଙ୍କ ପୂର୍ବରୁ କଂଗ୍ରେସ ବିଧାୟକ ଭଗବାନ ବାରାଡ ଓ ମୋହନ ସିଂହ ରାତଭା ଦଳ ଛାଡ଼ିଥିଲେ। ଉଭୟ ବିଜେପିରେ ମିଶି ସାରିଛନ୍ତି।

ଭଗବାନ ବାରାଡ ଗୁଜରାଟର ଗିର ସୋମନାଥ ଜିଲ୍ଲାରେ ଥିବା ତାଲାଲା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ। ଏହି ୬୩ ବର୍ଷୀୟ ରାଜନେତା ଜଣଙ୍କ କଂଗ୍ରେସ ଛାଡ଼ିବା ପୂର୍ବରୁ ତାଙ୍କର ପ୍ରାୟ ୪ ହଜାର ସମର୍ଥକଙ୍କ ସହ କଥା ହୋଇଥିଲେ। ସମର୍ଥକଙ୍କ ପରାମର୍ଶକ୍ରମେ ସେ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା କହିଛନ୍ତି।

ସେହିପରି ଆଉ ଜଣେ କଂଗ୍ରେସ ବିଧାୟକ ହେଲେ ରାତଭା। ସେ ୧୦ଥର କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ। ଏବେ ତାଙ୍କ ବୟସ ୭୮। ସେ ବିଜେପିରେ ମିଶି ନିଜ ପୁଅ ପାଇଁ ଟିକେଟ ଯୋଗାଡ଼ କରିବା ଲକ୍ଷ୍ୟରେ ରହିଛନ୍ତି।

ଅନ୍ୟପକ୍ଷରେ ଡିସେମ୍ବର ୧ ଓ ୫ ତାରିଖରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନର ପ୍ରାର୍ଥୀ ଚୟନ ପାଇଁ ବୁଧବାର ବିଳମ୍ବିତ ରାତି ଯାଏ ବିଜେପିର କେନ୍ଦ୍ରୀୟ କମିଟି ବୈଠକ କରିଥିଲେ। ଏହି ବୈଠକରେ ପ୍ରାୟ ୧୦୦ ଜଣ ଟିକେଟ ଆଶାୟୀଙ୍କ ନାଁ ଉପରେ ଚର୍ଚ୍ଚା ହୋଇଛି। ଏଥିସହ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବାକୁ ଥିବା ୮୯ଟି ଆସନ ପାଇଁ ବିଜେପି ପ୍ରାର୍ଥୀଙ୍କ ଚୟନ ମଧ୍ୟ କରିଛି। ଖୁବଶୀଘ୍ର ଟିକେଟ ପାଇବାକୁ ଥିବା ପ୍ରାର୍ଥୀଙ୍କ ନାଁ ଦଳ ଘୋଷଣା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story