ପୌର ନିର୍ବାଚନରେ କଂଗ୍ରେସର କ୍ଲିନ ସୁଇପ୍‌, ବିଜେପି ମୂଳପୋଛ

ଅମୃତସର: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ପଞ୍ଜାବରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେପି ଏକ ପ୍ରକାରର ମୂଳପୋଛ ହୋଇ ଯାଇଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି କଂଗ୍ରେସ ପୌର ନିର୍ବାଚନରେ କ୍ଲିନ ସୁଇପ କରିଛି। ପଞ୍ଜାବର ୮ଟି ମହାନଗର ନିଗମରୁ କଂଗ୍ରେସ ୭ଟିରେ ବାଜିମାତ କରିଛି। ସେହିପରି ମୋହାଲି ମହାନଗର ନିଗମ […]

sonia

sonia

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 04:37 PM IST

Sports

Latest News

ଅମୃତସର: କୃଷି ଆଇନ ବିରୋଧରେ ଚାଲିଥିବା ଚାଷୀ ଆନ୍ଦୋଳନ କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ମହଙ୍ଗା ପଡ଼ିଛି। ଦିଲ୍ଲୀ ସୀମାରେ କୃଷି ଆଇନ ବିରୋଧୀ ଆନ୍ଦୋଳନ ଚାଲିଥିବା ବେଳେ ପଞ୍ଜାବରେ ପୌର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ନିର୍ବାଚନରେ ବିଜେପି ଏକ ପ୍ରକାରର ମୂଳପୋଛ ହୋଇ ଯାଇଛି। ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି କଂଗ୍ରେସ ପୌର ନିର୍ବାଚନରେ କ୍ଲିନ ସୁଇପ କରିଛି।

ପଞ୍ଜାବର ୮ଟି ମହାନଗର ନିଗମରୁ କଂଗ୍ରେସ ୭ଟିରେ ବାଜିମାତ କରିଛି। ସେହିପରି ମୋହାଲି ମହାନଗର ନିଗମ ରେଜଲ୍ଟ ଆସନ୍ତାକାଲି ପ୍ରକାଶ ପାଇବ। କଂଗ୍ରେସ ମୋଗା, ହୋଶିଆରପୁର, କାପୁରଥାଲା, ଅବୋହର, ପଠାନକୋଟ, ବାଟଲା ଓ ବଥିଣ୍ଡାରେ ବାଜିମାତ କରିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବଥିଣ୍ଡାରେ କଂଗ୍ରେସ ୫୩ ବର୍ଷ ପରେ ଜିତିବାକୁ ସକ୍ଷମ ହୋଇଛି। ୫୩ ବର୍ଷ ପରେ ଏଠାରେ କଂଗ୍ରେସ ମେୟର କାର୍ଯ୍ୟ କରିବା ଆରମ୍ଭ କରିବେ। ବଥିଣ୍ଡା ଲୋକସଭା ନିର୍ବାଚନ ମଣ୍ଡଳୀର ସାଂସଦ ହେଉଛନ୍ତି, ଶିରୋମଣି ଅକାଳୀ ଦଳର ହରସିମରତ ବାଦଲ।

ଶିରୋମଣି ଦୀର୍ଘ ବର୍ଷ ହେଲାଣି ବିଜେପି ସହ ରହିଥିଲା। ହେଲେ କୃଷି ଆଇନକୁ ବିରୋଧ କରି ଦଳ ବିଜେପିକୁ ବାଏବାଏ କହିଛନ୍ତି। ବାଦଲ ମଧ୍ୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବଥିଣ୍ଡା ସହରାଞ୍ଚଳ ବିଧାନସଭା ଆସନରେ କିନ୍ତୁ କଂଗ୍ରେସ ଜିତିଥିଲା। ଏଠାରୁ ଜିତିଥିବା ମନପ୍ରୀତ ସିଂହ ବାଦଲ ରାଜ୍ୟର ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ସେ କହିଛନ୍ତି, ଆଜି ଇତିହାସ ସୃଷ୍ଟି ହୋଇଛି। ୫୩ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ବଥିଣ୍ଡାରେ କଂଗ୍ରେସ ମେୟର ହେବେ। ବଥିଣ୍ଡାର ସବୁ ଲୋକଙ୍କୁ ଧନ୍ୟବାଦ। ଐତିହାସିକ ବିଜୟ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ବୋଲି ସେ ଟ୍ୱିଟ କରିଛନ୍ତି।

ଅନ୍ୟପକ୍ଷରେ ୧୦୯ଟି ପୌର ସଂସ୍ଥା ମଧ୍ୟରୁ ଏଯାଏ କଂଗ୍ରେସ ୬୫ରେ ଜିତିଥିବା ବେଳେ ଶିରୋମଣି ୫ଟି ଓ ଅନ୍ୟାନ୍ୟ ଦଳ ୧୦ଟିରେ ଜିତିଛନ୍ତି। ବିଜେପି ଏଠାରେ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇନାହିଁ। ଫେବୃଆରୀ ୧୪ରେ ୭ଟି ମହାନଗର ନିଗମ ଓ ୧୦୯ ପୌର ସଂସ୍ଥା ପାଇଁ ନିର୍ବାଚନ ହୋଇଥିଲା।

ଏହି ନିର୍ବାଚନରେ ମୋଟ ୯,୨୨୨ ଜଣ ପ୍ରାର୍ଥୀ ରହିଥିଲେ। ଏମାନଙ୍କ ମଧ୍ୟରୁ ସ୍ୱାଧୀନ ପ୍ରାର୍ଥୀଙ୍କ ସଂଖ୍ୟା ୨,୮୩୨ ରହିଥିବା ବେଳେ କଂଗ୍ରେସ ୨୦୩୭ ଜଣଙ୍କୁ ଲଢ଼େଇ ମୈଦାନକୁ ଓହ୍ଲାଇଥିଲା। କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନ ଯୋଗୁ ବ୍ୟାକଫୁଟରେ ଥିବା ବିଜେପି ମାତ୍ର ୧୦୦୩ ଜଣ ପ୍ରାର୍ଥୀ ଛିଡ଼ା କରିଥିଲା। ଶିରୋମଣି ଅକାଳୀ ଦଳ ମଧ୍ୟ ୧୫୬୯ ଜଣଙ୍କୁ ଲଢ଼େଇ ମୈଦାନକୁ ଛାଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story