ତେଜୁଛି କଂଗ୍ରେସରେ ଅନ୍ତଃକନ୍ଦଳ, ଦଳୀୟ ନେତାଙ୍କୁ ତୀବ୍ର ସମାଲୋଚନା କଲେ ଅଧୀର ରଞ୍ଜନ

କୋଲକାତା: ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଯାଇଥିବା ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି। ବିଶେଷ କରି ପଶ୍ଚିମବଙ୍ଗରେ କଂଗ୍ରେସ ନିଜ ବିଚାରଧାରରୁ ଅଲଗା ବାମ ଦଳ ଓ ଆଇଏସଏଫ ସହ ମେଣ୍ଟ କରିଥିବାରୁ ଏହାକୁ ଦଳର ବରିଷ୍ଠ ନେତାମାନେ ବିରୋଧ କରିବାରେ ଲାଗିଛନ୍ତି। ଏହାପୂର୍ବରୁ କଂଗ୍ରେସର ୨୩ ଅସନ୍ତୁଷ୍ଟ ନେତା ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି କି ଏହି ବିଦ୍ରୋହୀ ଗୋଷ୍ଠୀ କଶ୍ମୀରରେ ଗେରୁଆ ପଗଡ଼ି ପିନ୍ଧି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ନିକଟରେ ରାଜ୍ୟସଭାରୁ […]

Anand-Sharma

Anand-Sharma

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 09:49 PM IST

Sports

Latest News

କୋଲକାତା: ନିର୍ବାଚନ ପୂର୍ବରୁ କଂଗ୍ରେସରେ ଦେଖାଯାଇଥିବା ଅନ୍ତଃକନ୍ଦଳ ତୀବ୍ର ହେବାରେ ଲାଗିଛି। ବିଶେଷ କରି ପଶ୍ଚିମବଙ୍ଗରେ କଂଗ୍ରେସ ନିଜ ବିଚାରଧାରରୁ ଅଲଗା ବାମ ଦଳ ଓ ଆଇଏସଏଫ ସହ ମେଣ୍ଟ କରିଥିବାରୁ ଏହାକୁ ଦଳର ବରିଷ୍ଠ ନେତାମାନେ ବିରୋଧ କରିବାରେ ଲାଗିଛନ୍ତି।

ଏହାପୂର୍ବରୁ କଂଗ୍ରେସର ୨୩ ଅସନ୍ତୁଷ୍ଟ ନେତା ଦଳର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଥିଲେ। ଏପରି କି ଏହି ବିଦ୍ରୋହୀ ଗୋଷ୍ଠୀ କଶ୍ମୀରରେ ଗେରୁଆ ପଗଡ଼ି ପିନ୍ଧି କଂଗ୍ରେସକୁ ପରୋକ୍ଷରେ ଟାର୍ଗେଟ କରିଥିଲେ। ନିକଟରେ ରାଜ୍ୟସଭାରୁ ଅବସର ନେଇଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବା ପରେ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଯାଇଛି। ବରିଷ୍ଠ ନେତାମାନେ ଏହାକୁ ଖୋଲାଖୋଲି ବିରୋଧ କରିବା ଆରମ୍ଭ କରିଛନ୍ତି।

ଏସବୁ ଭିତରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମଙ୍ଗ ସମ୍ଭାଳିଥିବା ବରିଷ୍ଠ ନେତା ତଥା ସାଂସଦ ଅଧୀର ରଞ୍ଜନ ଚୌଧୁରୀ ଦଳର ବିଦ୍ରୋହୀ ନେତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏପରି କି ବିଦ୍ରୋହୀ ନେତାମାନେ ବିଜେପି କଥାରେ ପଡ଼ି କଂଗ୍ରେସର ଛବି ଖରାପ କରିବାକୁ ଚାହୁଁଛନ୍ତି। ସେମାନେ ନିଜର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏପରି କାମ କରି ପଦ୍ମ ଧରିବାକୁ ଚାହୁଁଥିବା  ଅଧୀର ରଞ୍ଜନ କହିବାକୁ ପଛାଇ ନାହାନ୍ତି।

ଜାତୀୟ ଗଣମାଧ୍ୟମ NDTVକୁ ସାକ୍ଷାକାର ଦେଇ ଅଧୀର ରଞ୍ଜନ କହିଛନ୍ତି, କଂଗ୍ରେସ ଓ ବାମ ଦଳ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ହୋଇଛି। ଆସନ୍ତାକାଲି ସୁଦ୍ଧା ଏହି ଚୁକ୍ତିନାମା ଚୂଡ଼ାନ୍ତ ହେବ। ଆମେ ୯୨ଟି ଆସନରେ ପ୍ରାର୍ଥୀ ଦେବୁ। ୨୦୧୬ରେ କଂଗ୍ରେସ ଓ ବାମ ଦଳ ଏକ ମିଳିତ ମଞ୍ଚ ଗଠନ କରିଥିଲେ। ଏହି ସମୟରେ ଆମେ ଯେଉଁ ଆସନରେ ଜିତିଥିଲୁ ଓ ଦ୍ୱିତୀୟ ସ୍ଥାନରେ ଥିଲୁ, ସେଠାରେ କଂଗ୍ରେସ ଏଥର ପ୍ରାର୍ଥୀ ଦେବ। ବାମ ଦଳ ନିଜ କୋଟାରୁ ଯାହାକୁ ଆସନ ଦେବାର ଅଛି ଦେବ, ହେଲେ ଆମେ କାହାକୁ ଆସନ ଛାଡ଼ିବାକୁ ନାହିଁ। ବିଶେଷ କରି ମୁର୍ଶିଦାବାଦ,ମାଲଦା ଓ ଦିନାଜପୁର ଆସନ ଛାଡ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି।

ବରିଷ୍ଠ ନେତା ଆନନ୍ଦ ଶର୍ମା ଟ୍ୱିଟ କରି ବାମ ଦଳ ଓ ଆଇଏସଏଫ ସହ ଦଳ ପଶ୍ଚିମବଙ୍ଗରେ କରିଥିବା ମେଣ୍ଟକୁ ବିରୋଧ କରିଥିଲେ। ଏହା ଉପରେ ଜବାବ ଦେଇ ସେ କହିଛନ୍ତି, ମୁଁ କେବଳ ଆମର ନେତାମାନଙ୍କୁ କହିବାକୁ ଚାହେଁ ଯେ ସେମାନେ ଥରେ ମୋତେ ଫୋନ କରି ଦେଇଥାଆନ୍ତେ, ତା’ହେଲେ କଥା ସରିଥାଆନ୍ତା। କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟରେ ନିଶ୍ଚିତ କିଛି ଅଲଗା। ସେମାନେ ଆଉ କାହାକୁ ଖୁସି କରିବାକୁ ଚାହାନ୍ତି। ଖାସ୍‌ ଏହି କାରଣରୁ ପାଇଁ ସେମାନେ ଟ୍ୱିଟ କରି ସମସ୍ତଙ୍କୁ ଏପରି କହୁଛନ୍ତି। ବେଙ୍ଗଲରେ କଂଗ୍ରେସ ଉଭୟ ଟିଏମସି ଓ ବିଜେପି ସହ ଲଢ଼େଇ କରୁଛି।

ଆମେ ଟିଏମସି ଏକଛତ୍ରବାଦୀ ଶାସନ ସହିତ ଲଢ଼େଇ କରୁଛୁ। ଆମର କର୍ମୀମାନେ ଜେଲରେ ଅଛନ୍ତି। ଅନ୍ୟପକ୍ଷରେ ବିଜେପି ହିଂସା ଓ ଘୃଣାର ବାତାବରଣ ସୃଷ୍ଟି କରୁଛି। କିନ୍ତୁ ଆମର ନେତାମାନେ ଏସବୁ କଥା କୁହନ୍ତି ନାହାନ୍ତି। ଏହାର ଅର୍ଥ ହେଉଛି ସେମାନେ କେବଳ କଂଗ୍ରେସକୁ ନିଜ ଇଚ୍ଛାରେ ଗାଳି କରିବେ ଓ ଦଳର ଭାବମୂର୍ତ୍ତିକୁ ନଷ୍ଟ କରିବେ।

ଆମର ନେତାମାନେ ଆମକୁ ଉତ୍ସାହିତ କରିବାକୁ ଏଠାକୁ ଆସିବେ ନାହିଁ। ଦଳର ପ୍ରଚାର ମଧ୍ୟ କରିବେ ନାହିଁ। ଯଦି ସେମାନେ ଏଠାକୁ ଆସନ୍ତି, ତା’ହେଲେ ସେମାନେ ଖୁସି କରିବାକୁ ଚାହୁଁଥିବା ଲୋକମାନେ ସେମାନଙ୍କ ଉପରେ ରାଗିଯିବେ। ଆମ ନେତାଙ୍କୁ କିଛି ଲୋକ କଂଗ୍ରେସକୁ ଦୋହଲାଇ ଦେଇ ସର୍ବଶ୍ୱାନ୍ତ କରିବାକୁ ଦାୟିତ୍ୱ ଦେଇଛନ୍ତି। ଆମ ନେତାମାନେ ଚାହୁଁଛନ୍ତି ଯେ କଂଗ୍ରେସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଏହାଦ୍ୱାରା ସେମାନେ ନିଜକୁ ଲୋକଙ୍କ ଆଗରେ ସହିଦ ଭାବେ ଚିତ୍ରଣ କରିବେ।

କଂଗ୍ରେସ ସେମାନଙ୍କୁ ଦଳରୁ ହଟାଇବା ପର୍ଯ୍ୟନ୍ତ ସେମାନେ ଏମିତି ବୟାନ ଦେଇଚାଲିଥିବେ। ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଦିଲ୍ଲୀରେ ବସି ଜ୍ଞାନ ଦେବା ଅପେକ୍ଷା ସେମାନେ ଏଠାକୁ ଆସି କ୍ୟାମ୍ପ କରି ବସିବା ଭଲ। ଆମକୁ ସାହାଯ୍ୟ କରନ୍ତୁ। ଆମ ପାଖରେ ଟଙ୍କା ନାହିଁ।

ଆପଣମାନେ ବହୁତ ବଡ଼ବଡ଼ ଲୋକ। ଆପଣମାନଙ୍କ ପାଖରେ ବହୁତ ଟଙ୍କା ଅଛି। ତେଣୁ ଆମକୁ ବି କିଛି ସାହାଯ୍ୟ କରନ୍ତୁ। କଂଗ୍ରେସ ଆପଣମାନଙ୍କୁ ବହୁତ କିଛି ଦେଇଛି, ତୁମେ କଂଗ୍ରେସକୁ କ’ଣ ଦେଇଛ ସେ ବିଷୟରେ ଥରେ ଚିନ୍ତା କର ବୋଲି ଅଧୀର ରଞ୍ଜନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story