ଚେକିଂ ବେଳେ କନଷ୍ଟେବଲଙ୍କ ଉପରେ ଟ୍ରକ୍‌ ମଡ଼ାଇଦେଲେ

ଅହମଦାବାଦ: ହରିଆଣା ଓ ଝାରଖଣ୍ଡ ପରେ ଗୁଜରାଟରୁ ଆସିଛି ଦୁଃଖଦ ଖବର। ପୁଣିଥରେ ଚେକିଂ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ପୁଲିସ୍‌ କର୍ମଚାରୀ। ଗୁଜରାଜଟର ଆନନ୍ଦ ଜିଲ୍ଲାରେ ଚାଲିଥିବା ଚେକିଂ ବେଳେ ଜଣେ କନଷ୍ଟେବଲଙ୍କ ଉପରେ ଟ୍ରକ୍‌ ମଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲାର ବୋରସାଦ ପୁଲିସ୍‌ ଷ୍ଟେସନରେ ଏହି କନଷ୍ଟେବଲ ଜଣଙ୍କ କାର୍ଯ୍ୟ କରୁଥିଲେ। ବାସାଦ-ବାଗୋଦାରା ଜାତୀୟ ରାଜପଥ ନିକଟରେ ଯାଇଥିବା ବୋରସାଦ-ଦାବାହାସି ସର୍ଭିସ ରୋଡ୍‌ରେ ନାଇଟ ଚେକିଂ ଏପରି ଏକ ଏହି […]

consteble

consteble

Hemant Lenka
  • Published: Wednesday, 20 July 2022
  • Updated: 20 July 2022, 03:28 PM IST

Sports

Latest News

ଅହମଦାବାଦ: ହରିଆଣା ଓ ଝାରଖଣ୍ଡ ପରେ ଗୁଜରାଟରୁ ଆସିଛି ଦୁଃଖଦ ଖବର। ପୁଣିଥରେ ଚେକିଂ ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ପୁଲିସ୍‌ କର୍ମଚାରୀ। ଗୁଜରାଜଟର ଆନନ୍ଦ ଜିଲ୍ଲାରେ ଚାଲିଥିବା ଚେକିଂ ବେଳେ ଜଣେ କନଷ୍ଟେବଲଙ୍କ ଉପରେ ଟ୍ରକ୍‌ ମଡ଼ାଇ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଜିଲ୍ଲାର ବୋରସାଦ ପୁଲିସ୍‌ ଷ୍ଟେସନରେ ଏହି କନଷ୍ଟେବଲ ଜଣଙ୍କ କାର୍ଯ୍ୟ କରୁଥିଲେ। ବାସାଦ-ବାଗୋଦାରା ଜାତୀୟ ରାଜପଥ ନିକଟରେ ଯାଇଥିବା ବୋରସାଦ-ଦାବାହାସି ସର୍ଭିସ ରୋଡ୍‌ରେ ନାଇଟ ଚେକିଂ ଏପରି ଏକ ଏହି ଭୟଙ୍କର ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ରାତି ପ୍ରାୟ ୧ଟା ବେଳେ ସର୍ଭିସ ରୋଡ୍‌ରେ ପୁଲିସ୍‌ ଚେକିଂ କରୁଥିଲା। ଏହି ସମୟରେ କନଷ୍ଟେବଲ କିରନ ରାଜ ସାମ୍ନାରୁ ଆସୁଥିବା ଗୋଟିଏ ଦ୍ରୁତଗାମୀ ଟ୍ରକ୍‌କୁ ଅଟକାଇବାକୁ ଚାହିଁଥିଲେ। ହେଲେ ଟ୍ରକ୍‌ ଡ୍ରାଇଭର ଜଣଙ୍କ କିଛି ବି ଶୁଣି ନଥିଲେ। ସେ ସିଧା କନଷ୍ଟେବଲ ରାଜଙ୍କ ଉପରେ ଟ୍ରକ୍‌ ମଡ଼ାଇ ଦେଇଥିଲେ। ଫଳରେ ସେ ରାସ୍ତାରେ ବେଶ କିଛି ବାଟ ଛିଟିକି ପଡ଼ିଥିଲେ। ତାଙ୍କୁ ଅନ୍ୟ ପୁଲିସ୍‌ କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ। ହେଲେ ବୁଧବାର ଦିନ ୧୦.୩୦ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଛନ୍ତି।

ଆନନ୍ଦ ଜିଲ୍ଲାର ଏସ୍‌ପି ଅଜିତ ରାଜିଆନ କହିଛନ୍ତି, “ଚେକିଂରୁ ବର୍ତ୍ତି ପାଇଁ ଟ୍ରକ୍‌ ଡ୍ରାଇଭର ଜଣଙ୍କ ଏପରି କରିଛନ୍ତି। ଏଥିପାଇଁ ତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ କନଷ୍ଟେବଲ ରାଜଙ୍କ ମୃତ୍ୟୁ ଘଟିଥିବା ବେଳେ ନାଇଟ ଡ୍ୟୁଟିରେ ଥିବା ଆଉ ଜଣେ ହୋମଗାର୍ଡ ଆହତ ହୋଇଛନ୍ତି।”

ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଜଣକ ଫେରାର ହୋଇ ଯାଇଛି। ଏବେ ଆନନ୍ଦ ପୁଲିସ୍ ବିଭିନ୍ନ ସ୍ଥାନରେ ଚେକିଂ କରି ଫେରାର ଡ୍ରାଇଭରକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ଟ୍ରକଟି ରାଜସ୍ଥାନର ହୋଇଥିବା ବେଳେ ଏଥିରେ ଇଣ୍ଡଷ୍ଟ୍ରିଆଲ ପାଉଡର ଲୋଡ୍‌ ହୋଇଥିବା ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି।

ଏହାପୂର୍ବରୁ ମଙ୍ଗଳବାର ହରିଆଣାର ଜଣେ ଡିଏସ୍‌ପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କ ଉପରେ ଖଣି ମାଫିଆମାନେ ଡମ୍ପର ଚଢ଼ାଇ ହତ୍ୟା କରିଥିଲେ। ସେହିପରି ଆଜି ଭୋରରୁ ଝାରଖଣ୍ଡରେ ଜଣେ ମହିଳା ଏସ୍‌ଆଇଙ୍କୁ ମଧ୍ୟ ଚେକିଂ ବେଳେ ଟେମ୍ପୋ ମଡ଼ାଇ ହତ୍ୟା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos