ଅଡୁଆରେ ବରିଷ୍ଠ ପୁଲିସ ବାବୁ: ମହିଳା ଅଧିକାରୀମାନଙ୍କୁ ପଠାଇଲେ ଅଶ୍ଳୀଳ ଫଟୋ

ଚେନ୍ନାଇ: ଅଡ଼ୁଆରେ ତାମିଲନାଡୁର ତ୍ରିଚୀର ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ। ସେ ମହିଳା ପୁଲିସ୍‌ କର୍ମଚାରୀମାନଙ୍କୁ ହ୍ୱାଟସଆପ୍‌ରେ ଅଶ୍ଳୀଳ ଫଟୋ ପଠାଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ପୁଲିସ୍‌ କର୍ମଚାରୀମାନେ ପୁଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉପରିସ୍ଥ ଅଧିକାରୀଙ୍କ ନିକଟକୁ ଚିଠି ଲେଖିଛନ୍ତି।

ଅଭିଯୋଗ ଅନୁଯାୟୀ, ବରିଷ୍ଠ ପୁଲିସ୍‌ ବାବୁ ଜଣଙ୍କ ଜଣେ ମହିଳା କର୍ମଚାରୀଙ୍କ ସହ ଅଶ୍ଳୀଳ ଫଟୋ ଉଠାଇଛନ୍ତି। ଏହି ଅଶ୍ଳୀଳ ଫଟୋକୁ ସେ ମହିଳା ପୁଲିସ୍‌ ଅଧିକାରୀଙ୍କ ହ୍ୱାଟସଆପ୍‌ ଗ୍ରୁପରେ ପଠାଇଛନ୍ତି। ତେଣୁ ଜଣେ ମହିଳା ପୁଲିସ୍‌ କର୍ମଚାରୀଙ୍କ ସହ ଅଶ୍ଳୀଳ ଫଟୋ ଉଠାଇ ଏହାକୁ ମହିଳା ଅଧିକାରୀଙ୍କ ହ୍ୱାଟସଆପରେ ଛାଡ଼ିଥିବା ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଚିଠି ଲେଖି ଦାବି କରିଛନ୍ତି। ଉକ୍ତ ଫଟୋ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଚଳିତ ବର୍ଷ ମେ’ ୧୯ରେ ପୁଲିସ୍‌ ଅଧିକାରୀ ଜଣଙ୍କ ପୁଲିସ୍‌ କର୍ମଚାରୀଙ୍କ ପାଇଁ ତିଆରି ହୋଇଥିବା ହ୍ୱାଟସଆପ୍‌ ଗ୍ରୁପ୍‌ରେ ଅଶ୍ଳୀଳ ଫଟୋ ପୋଷ୍ଟ କରିଥିଲେ। ସେ ତୁରନ୍ତ ଏହାକୁ ଡିଲିଟ କରିଦେଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ଫଟୋଟି ସୋଶାଲ ମିଡିଆରେ ଲିକ୍‌ ହୋଇଯାଇଥିଲା।

ଚିଠିରେ ମହିଳା ଅଧିକାରୀମାନେ ଲେଖିଛନ୍ତି ଯେ ଅଭିଯୁକ୍ତ ପୁଲିସ୍‌ ବାବୁ ଅନେକ ମହିଳା କର୍ମଚାରୀଙ୍କୁ ସେକ୍ସ କରିବାକୁ ବାଧ୍ୟ କରନ୍ତି ଓ ସେମାନଙ୍କର ଅଶ୍ଳୀଳ ଫଟୋ ମଧ୍ୟ ଉଠାଇ ଥାଆନ୍ତି। ଏ ସମ୍ପର୍କରେ ମେ’ ୨୩ ଓ ସେପ୍ଟେମ୍ବର ୩୦ରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଡିଏମକେ ମନ୍ତ୍ରୀ କେଏନ ନେହରୁ ଉକ୍ତ ପୁଲିସ ବାବୁଙ୍କୁ ସୁରକ୍ଷା ଦେଇଥିବା ପୁଲିସ କର୍ମଚାରୀମାନେ ଚିଠିରେ ଅଭିଯୋଗ କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।