କରୋନାରୁ ସୁସ୍ଥ ହେଉଥିବା ଲୋକେ ଟିବିରେ ଆକ୍ରାନ୍ତ ହେଉଛନ୍ତି!

ଭୋପାଲ: ମହାମାରୀ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଲୋକଙ୍କୁ ରୋଗରୁ ଆଶ୍ୱସ୍ତି ମିଳୁନାହିଁ। କରୋନାକୁ ମାତ ଦେଉଥିବା ଲୋକମାନେ ଟିବି ଭଳି ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି। ମଧ୍ୟପ୍ରଦେଶରେ ହଠାତ୍‌ ଟିବି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।  ଯେଉଁମାନେ ଟିବିରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଥିଲେ ବୋଲି ଡାକ୍ତରମାନେ ଜାଣିବାକୁ ପାଇଛନ୍ତି। ତେଣୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। କୋଭିଡ-୧୯ ଗୋଟିଏ ଭାଇରାଲ ରୋଗ ଯାହା […]

TB

TB

Hemant Lenka
  • Published: Thursday, 15 July 2021
  • Updated: 15 July 2021, 04:26 PM IST

ଭୋପାଲ: ମହାମାରୀ କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ଲୋକଙ୍କୁ ରୋଗରୁ ଆଶ୍ୱସ୍ତି ମିଳୁନାହିଁ। କରୋନାକୁ ମାତ ଦେଉଥିବା ଲୋକମାନେ ଟିବି ଭଳି ମାରାତ୍ମକ ରୋଗରେ ପୀଡ଼ିତ ହେଉଛନ୍ତି। ମଧ୍ୟପ୍ରଦେଶରେ ହଠାତ୍‌ ଟିବି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।  ଯେଉଁମାନେ ଟିବିରେ ଆକ୍ରାନ୍ତ ହେଉଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବରୁ କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଥିଲେ ବୋଲି ଡାକ୍ତରମାନେ ଜାଣିବାକୁ ପାଇଛନ୍ତି। ତେଣୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

କୋଭିଡ-୧୯ ଗୋଟିଏ ଭାଇରାଲ ରୋଗ ଯାହା ସାର୍ସ କୋଭ-୨ ଦ୍ୱାରା ହୋଇଥାଏ। କିନ୍ତୁ ଟିବି ହେଉଛି ଗୋଟିଏ ବ୍ୟାକ୍ଟେରିଆ ସଂକ୍ରମଣ। ତେବେ ଉଭୟ ରୋଗ ଜଣେ ବ୍ୟକ୍ତିଙ୍କ ଫୁସଫୁସ ଓ ଶ୍ୱାସନଳୀକୁ ହିଁ ଆକ୍ରମଣ କରିଥାଏ।

ଭୋପାଲର ହାମିଦିଆ ହସ୍ପିଟାଲର ମେଡିସିନି ବିଭାଗ ମୁଖ୍ୟ ଡା ଲୋକେନ୍ଦ୍ର ଡାଭେ କହିଛନ୍ତି, କରୋନା ଭାଇରସ ସଂସ୍ପର୍ଶରେ ଆସିଥିବା ଲୋକମାନେ ଏବେ ଟିବିରେ ଆକ୍ରାନ୍ତ ହେଉଛନ୍ତି। ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ବର୍ତ୍ତମାନ ଚିହ୍ନଟ ହେଉଥିବା ଟିବି ରୋଗୀ ପୂର୍ବରୁ କରୋନା ଭାଇରସରୁ ସୁସ୍ଥ ହୋଇଥିଲେ।

ଏହା ପ୍ରକୃତ ତଥ୍ୟ। କିନ୍ତୁ ଆମେ ସିଧାସଳଖ କହିପାରିବା ନାହିଁ ଯେ କରୋନା ଭାଇରସ ଯୋଗୁ ଲୋକମାନେ ଟିବିରେ ଆକ୍ରାନ୍ତ ହୋଇଛନ୍ତି। ଏଯାଏ ଏସମ୍ପର୍କରେ ବିଧିବଦ୍ଧ ତଥ୍ୟ ମିଳିନାହିଁ। ପ୍ରତିଦିନ ୧୨ରୁ ଅଧିକ ଟିବି ରୋଗୀ ଏଠାକୁ ଆସୁଛନ୍ତି। ଭୋପାଲର ସରକାରୀ ଟିବି ହସ୍ପିଟାଲରେ ଗତ ୧୫ ଦିନ ମଧ୍ୟରେ ଭର୍ତ୍ତି ହୋଇଥିବା ସମସ୍ତ ରୋଗୀ ନିକଟରେ କରୋନାରୁ ସୁସ୍ଥ ହୋଇଥିଲେ।

ତେଣୁ କରୋନା ବେଳେ ସେମାନଙ୍କୁ ଦିଆଯାଇଥିବା ଔଷଧ ଏହାର କାରଣ ହେଇପାରେ। ବର୍ତ୍ତମାନ ସ୍ଥିତି ବିଗିଡ଼ି ନାହିଁ। କିନ୍ତୁ ଆମକୁ ସତର୍କ ରହିବାର ଅଛି। ଏହାର କାରଣ ଖୋଜିବାକୁ ପଡ଼ିବ ବୋଲି ସେ ପରାମର୍ଶ ଦେଇଛନ୍ତି।

ଟିବିରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ମଧ୍ୟରେ ୧୫ ବର୍ଷୀୟ ବିଭା ଅଛନ୍ତି। କରୋନାର ଦ୍ୱିତୀୟ ଲହର ବେଳେ ସେ ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିଲେ। ତାଙ୍କ ପରିବାର କୌଣସି ସଦସ୍ୟ କେବେ ହେଲେ ଟିବି ରୋଗରେ ପଡ଼ି ନଥିଲେ। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ବିଭା ଟିବିରେ ପୀଡ଼ିତ ହୋଇଛନ୍ତି।

କରୋନାରେ ସେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କୁ ରେମଡେସିଭିର ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଔଷଧ ଡାକ୍ତର ଦେଇଥିଲେ ବୋଲି ତାଙ୍କ ମା’ କହିଛନ୍ତି। ଏହି ମେଡିସିନ ହିଁ ଟିବିର କାରଣ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story