ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହେବାର ପରେ ଅନେକ ଲୋକ କଳା ଫିମ୍ପି ବା ବ୍ଲାକ ଫଙ୍ଗସ ଠାରୁ ଆରମ୍ଭ କରି ଅନେକ ରୋଗରେ ପୀଡ଼ିତ ହେଉଥିବାରୁ ଭାରତର ପ୍ରେସକ୍ରିପସନ ବା ଔଷଧର ବ୍ୟବହାର ଉପରେ ପ୍ରଶ୍ନ ଉଠିଛି। ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର କରୁଥିବା ମେଡିସିନ କେତେ ସୁରକ୍ଷିତ, ତା’ ଉପରକୁ ଏବେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି। କରୋନା ରୋଗୀଙ୍କୁ ଅନେକ ପ୍ରକାରର ମେଡିସିନ୍ ବ୍ୟବହାର କରିବା ପାଇଁ କୁହାଯାଉଥିବାରୁ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରେ ଅନ୍ୟାନ୍ୟ ରୋଗ ଦେଖାଯାଉଛି ବୋଲି ଅଭିଯୋଗକୁ ନେଇ ଗବେଷକ, ସ୍ୱାସ୍ଥ୍ୟକର୍ମୀ ଓ ସାଧାରଣ ଭାରତୀୟଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଛି।
ଜୁରିମାନେ ଷ୍ଟେରୋଏଡ ବ୍ୟବହାର ବ୍ଲାକ ଫଙ୍ଗସ ରୋଗୀଙ୍କ ସଂଖ୍ୟା ବୃଦ୍ଧି କରୁଛି କି ନାହିଁ, ତା’ର ଯାଞ୍ଚ କରୁଥିବା ବେଳେ ବିଶେଷଜ୍ଞମାନେ ଅଧିକ ପରିମାଣରେ ଷ୍ଟେରୋଏଡ ବ୍ୟବହାର କରିବାକୁ ବାରଣ କରିଛନ୍ତି। ପ୍ରଫେସର ଭିନସେଣ୍ଟ ରାଜକୁମାର ଟ୍ୱିଟ କରି କହିଛନ୍ତି ଯେ “ଭାରତରେ ଯୁବବର୍ଗର ଲୋକମାନେ ଅଧିକାଂଶରେ କରୋନାରେ ପ୍ରାଣ ହରାଉଛନ୍ତି। ସେମାନେ ଶୀଘ୍ର ସୁସ୍ଥ ହେବାର ସମ୍ଭାବନା ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଡାକ୍ତରମାନଙ୍କୁ ଅଧିକ ପରିମାଣର ଷ୍ଟରୋଏଡ ବ୍ୟବହାର ନ କରିବାକୁ ଅନୁରୋଧ କରୁଛି। ଜଣେ ରୋଗୀଙ୍କ hypoxic ପରେ ଷ୍ଟେରୋଏଡ ଲାଭଦାୟକ। କିନ୍ତୁ ଏହାଠାରୁ ଶୀଘ୍ର କିମ୍ବା ଅଧିକ ପରମାଣରେ ଏହାର ବ୍ୟବହାର କଲେ ଏହା ଘାତକ ହୋଇଥାଏ।”
A lot of COVID deaths in India in young people who should be doing well & recovering.
I am making a plea to doctors in India to cut down the use of STEROIDS. Please.
Steroids are only useful after the patient is hypoxic. Harmful if given early, or given for too long
— Vincent Rajkumar (@VincentRK) May 14, 2021
ଭାରତର ବିଭିନ୍ନ ବରିଷ୍ଠ ଅଧିକାରୀ ଓ ଡାକ୍ତରମାନେ ମଧ୍ୟ ଅଧିକ ପରିମାଣର ଷ୍ଟେରୋଏଡ ବ୍ୟବହାର କରିବାକୁ ବାରଣ କରିଛନ୍ତି। ନୀତି ଆୟୋଗ ସଦସ୍ୟ ଡା ଡିକେ ପଲ କହିଥିଲେ ଯେ “ଯେତେବେଳେ ଡୋଜଗୁଡ଼ିକୁ ଅଯଥାରେ ଦିଆଯିବ ସେତେବେଳେ ଷ୍ଟେରୋଏଡର ଖରାପ ପ୍ରଭାବ ଦେଖିବାକୁ ମିଳିବ। ଏହା ରୋଗୀଙ୍କୁ ସହଯୋଗ କରିବା ବଦଳରେ ସେମାନଙ୍କ ଶରୀରକୁ ଆହୁରି ଖରାପ କରିଦେବ।”
Treatments that are not proven & not routinely advised for COVID-19:
o Ivermectin
o Azithromycin
o Baricitinib
o Bevacizumab
o Convalescent Plasma
o Doxycycline
o Favipiravir
o Fluvoxamine
o Hydroxychloroquine
o Itolizumab
o Interferon alpha-2b
o 2-DG— Madhu Pai, MD, PhD (@paimadhu) May 18, 2021
କେବଳ ଷ୍ଟେରୋଏଡ ନୁହେଁ, କରୋନା ଆକ୍ରାନ୍ତଙ୍କୁ ଆଜିଥ୍ରୋମାଇସିନ, ଡକ୍ସି, ଲେଭରମାକଟିନ, ଆଣ୍ଟିଭାଇରାଲ ରେମଡେସିଭିର ଓ ଜିଙ୍କ ଭିଟାମିନ୍ ଭଳି ଅନେକ ପ୍ରକାରର ଔଷଧ ଦିଆଯାଉଛି। ଏହି ମେଡିସିନ୍ ଲାଭ ଦେଉଛି କି କ୍ଷତି, ତା’ର କୌଣସି କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଏଯାଏ ମିଳିନି।
ବ୍ରିଟେନର ୧୭୬ଟି ହସ୍ପିଟାଲରେ ହୋଇଥିବା ଟ୍ରାଏଲରେ ଆଜିଥ୍ରୋମାଇସିନ କରୋନା ବିରୋଧରେ ଲାଭ ଦାୟକ ବୋଲି କୁହାଯାଇଛି। ହେଲେ ଅକ୍ସଫର୍ଟ ବିଶ୍ୱବିଦ୍ୟାଳୟ ଟ୍ରାଏଲ ପରେ କହିଛି ଯେ ଆଜିଥ୍ରୋମାଇସିନ ଓ ଡକ୍ସି କୌଣସି ଲାଭ ଦେଉନି।
🆘 #SOS Gurugram
Looking for a hospital bed in Gurgaon Or home IV nursing help. Also medication (Azithromycin, Medrol/Wysolone/Prednisone, Remidesiver)
Patient name: Usha Sharma
Age: 61
CT Scan: 14/25
Attendant’s name:
Piyush and Pallavi Sharma
Contact number: +91-9654257791— अद्वैता काला Advaita Kala 😷 (@AdvaitaKala) April 28, 2021
ସେହିପରି ରେମଡେସିଭିର ବ୍ୟବହାର କରିବାକୁ ଭାରତୀୟ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି। କିନ୍ତୁ ଏଯାଏ ରେମଡେସିଭିର ମୃତ୍ୟୁହାର କମ କରୁଥିବା କିମ୍ବା ଗୁରୁତର ରୋଗୀଙ୍କ ଉପରେ ଏହାର ପ୍ରଭାବ ପକାଇ ପାରୁଥିବା ପ୍ରମାଣ ମିଳିନାହିଁ। ବୋଧେ ଏହି କାରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ସର୍ତ୍ତମୂଳକ ବ୍ୟବହାର କରିବାକୁ ଅନୁମତି ଦେଇଛି। ଲେଭରମାକଟିନ ବ୍ୟବହାରକୁ ମଧ୍ୟ ହୁ’ ବାରଣ କରିଛି। କ୍ଲିନିକାଲ ଟ୍ରାଏଲ ପରେ ଏହାର ବ୍ୟବହାର କରାଯିବ ବୋଲି କୁହାଯାଇଛି। ଜିଙ୍କ ମଧ୍ୟ କ’ଣ ଲାଭ ଦେଉଛି, ତା’ର ପ୍ରମାଣ ମିଳିନାରହିଁ।
A friend's grandfather (81, covid+) is having respiratory distress syndrome. He needs Doxy 100 as soon as possible. Location Durgapur, west Bengal. Any leads?#SOSDurgapur #SOS
— Eshan Sharma 🇮🇳 (@iameshansharma_) May 4, 2021
ଏସବୁ ସତ୍ତ୍ୱେ ବିଭିନ୍ନ ଡାକ୍ତର ଭିନ୍ନ ଭିନ୍ନ ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ ମୃତ୍ୟୁସଂଖ୍ୟା ଓ ଅନ୍ୟାନ୍ୟ ରୋଗ କରୋନା ରୋଗୀଙ୍କ କ୍ଷେତ୍ରରେ ବୃଦ୍ଧି ପାଉଛି ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।