କରୋନା ମୃତ୍ୟୁରୁ କେତେ ପ୍ରତିଶତ ସୁରକ୍ଷା ଦେଉଛି ଟିକା? ଆସିଲା ତଥ୍ୟ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ ନୂଆ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଟିକାର ପ୍ରଥମ ଡୋଜ୍‌ କରୋନା ମୃତ୍ୟୁରୁ ୯୬.୬% ସୁରକ୍ଷା ଦେଉଥିବା ବେଳେ ଦ୍ୱିତୀୟ ଡୋଜ୍‌ ନେବା ପରେ ଏହା ୯୭.୫%କୁ ବୃଦ୍ଧି ପାଉଛି। ଏହାର ଅର୍ଥ ଟିକା କରୋନା ଜନିତ ମୃତ୍ୟୁକୁ ରୋକିବାରେ ସକ୍ଷମ ବୋଲି ସରକାର କହିଛନ୍ତି। ଏପ୍ରିଲ-ମେ’ରେ କରୋନାର ଦ୍ୱିତୀୟ ୱେଭ ପିକ୍‌ରେ ଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ […]

Vaccine

Vaccine

Hemant Lenka
  • Published: Thursday, 09 September 2021
  • Updated: 09 September 2021, 05:41 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ ନୂଆ ତଥ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ଟିକାର ପ୍ରଥମ ଡୋଜ୍‌ କରୋନା ମୃତ୍ୟୁରୁ ୯୬.୬% ସୁରକ୍ଷା ଦେଉଥିବା ବେଳେ ଦ୍ୱିତୀୟ ଡୋଜ୍‌ ନେବା ପରେ ଏହା ୯୭.୫%କୁ ବୃଦ୍ଧି ପାଉଛି। ଏହାର ଅର୍ଥ ଟିକା କରୋନା ଜନିତ ମୃତ୍ୟୁକୁ ରୋକିବାରେ ସକ୍ଷମ ବୋଲି ସରକାର କହିଛନ୍ତି।

ଏପ୍ରିଲ-ମେ’ରେ କରୋନାର ଦ୍ୱିତୀୟ ୱେଭ ପିକ୍‌ରେ ଥିବା ବେଳେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରେ ଅଧିକାଂଶ ଲୋକ ଟିକାର କୌଣସି ଡୋଜ୍‌ ନେଇ ନଥିଲେ। ଭାଇରସ ବିରୋଧରେ ଟିକାକରଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରକ୍ଷା କବଚ। ତେଣୁ ସମସ୍ତେ ଟିକା ନେବା ଦରକାର ବୋଲି କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ ମୁଖ୍ୟ ଡା ଭିକେ ପଲ ଆଜି କହିଛନ୍ତି।

ଆଜି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ଏବେ ସବୁ ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକ ପରିମାଣର ଟିକା ରହିଛି। ଆମେ ଲୋକମାନଙ୍କୁ ଟିକା ନେବାକୁ ଅନୁରୋଧ କରୁଛୁ। ଲୋକମାନେ ଦୁଇଟି ଯାକ ଡୋଜ୍‌ ନେଲେ, କରୋନା ଜନିତ ମୃତ୍ୟୁରୁ ସୁରକ୍ଷା ପାଇପାରିବେ।

ଟିକାର ଦୁଇଟି ଯାକ ଡୋଜ୍‌ ନେବା ପରେ ମଧ୍ୟ ସଂକ୍ରମିତ ହେବାର ଆଶଙ୍କା ରହିଛି। କିନ୍ତୁ ମୃତ୍ୟୁର ଆଶଙ୍କା ବହୁତ କମ। ସେହିପରି ହସ୍ପିଟାଲରେ ଭର୍ତ୍ତି ହେବାର ଆଶଙ୍କା ବି ବହୁତ କମ ରହିଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ଟିକାର ଦୁଇଟି ଯାକ ଡୋଜ୍‌ ନେଲା ପରେ ସଂପୂର୍ଣ୍ଣ ସୁରକ୍ଷା ମିଳୁଥିବା ଏକାଧିକ ଗବେଷଣାରୁ ଜଣାପଡ଼ିଛି। ୧୮ ବର୍ଷରୁ ଅଧିକ ବୟସ୍କ ମଧ୍ୟରୁ ୫୮%କୁ ଅତିକମରେ ଗୋଟିଏ ଡୋଜ୍‌ ଟିକା ଦିଆଯାଇଛି। ଏହା ୧୦୦% ହେବା ଦରକାର। କେହି ବି ଟିକାକରଣରୁ ବଞ୍ଚିତ ହେବା କଥା ନୁହେଁ। ପ୍ରାୟ ୭୨ କୋଟିର ଡୋଜ୍‌ ଦିଆଯାଇଛି।

ଯେଉଁମାନେ ଟିକା ନେଇନାହାନ୍ତି, ସେମାନେ ହର୍ଡ ଇମ୍ୟୁନିଟି ପାଇଁ ଟିକାର ଡୋଜ୍‌ ନେବା ଦରକାର। କରୋନା ସମେତ ଏବେ ଏବେ ମଶା ଜନିତ ଜ୍ୱର ରୋଗ ମଧ୍ୟ ବଢ଼ୁଛି। ବିଶେଷ କରି ଡେଙ୍ଗୁ ରୋଗ ଜୀବନ ନେଇପାରେ। ଏହା ବିରୋଧରେ କୌଣସି ଟିକା ନାହିଁ। ତେଣୁ ଆମକୁ ସତର୍କ ରହିବାକୁ ପଡ଼ିବ। କରୋନା ଭଳି ଆମକୁ ଏହା ବିରୋଧରେ ମଧ୍ୟ ଲଢ଼େଇ କରିବାକୁ ହେବ।”

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଏବେ ଟିକାକରଣର ଗତି ବଢ଼ିବାରେ ଲାଗିଛି। ଦୈନିକ ଟିକାକରଣ ହାର ମେ’ ମାସରେ ୨୦ ଲକ୍ଷ ଡୋଜ୍‌ ଥିବା ବେଳେ ସେପ୍ଟେମ୍ବର ବେଳକୁ ୭୮ ଲକ୍ଷ ଡୋଜ୍‌ରେ ପହଞ୍ଚିଛି। ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

ସେପ୍ଟେମ୍ବର ମାସର ପ୍ରଥମ ୭ ଦିନରେ ଯେତିକି ଡୋଜ୍‌ ଟିକାକରଣ ହୋଇଛି, ସମାନ ପରିମାଣର ଟିକାକରଣ ପୂରା ମେ’ ମାସରେ ହୋଇଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ୮୬ ଲକ୍ଷ ଡୋଜ୍‌ ଟିକାକରଣ ହୋଇଛି। ପାର୍ବଣ ପୂର୍ବରୁ ଆମକୁ ଟିକାକରଣର ଗତି ବଢ଼ାଇବାକୁ ପଡ଼ିବ।

ସଂକ୍ରମଣ ଆଶଙ୍କା ଥିବା ଲୋକଙ୍କ ଟିକାକରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କରିବେ। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୪୩,୨୬୩ ଜଣ ସଂକ୍ରମିତଙ୍କ ମଧ୍ୟରୁ ୩୨ ହଜାରରୁ ଅଧିକ କେରଳରୁ ରହିଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story