ହେଟସ୍ପିଚ୍‌କୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ, ଦେଲେ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗୁରୁ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି। ଦିନକୁ ଦିନ ହେଟସ୍ପିଚ୍‌ ସଂଖ୍ୟା ବଢ଼ୁଥିବାରୁ ଆଜି କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ। ହେଟସ୍ପିଚ ବିରୋଧରେ ଆଇନ ଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିବଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସୁପ୍ରିମକୋର୍ଟ ଆହୁରି କ୍ଷୁବ୍ଧ ହୋଇଛନ୍ତି। ସରକାର ହେଟସ୍ପିଚ୍‌ ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଅଦାଲତ ଅବମାନନାର ସମ୍ମୁଖୀନ […]

sc

sc

Hemant Lenka
  • Published: Friday, 21 October 2022
  • Updated: 21 October 2022, 08:19 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗୁରୁ ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି। ଦିନକୁ ଦିନ ହେଟସ୍ପିଚ୍‌ ସଂଖ୍ୟା ବଢ଼ୁଥିବାରୁ ଆଜି କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ। ହେଟସ୍ପିଚ ବିରୋଧରେ ଆଇନ ଥିଲେ ମଧ୍ୟ ସଂପୃକ୍ତ ବ୍ୟକ୍ତିବଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଥିବାରୁ ସୁପ୍ରିମକୋର୍ଟ ଆହୁରି କ୍ଷୁବ୍ଧ ହୋଇଛନ୍ତି।

ସରକାର ହେଟସ୍ପିଚ୍‌ ବିରୋଧରେ ପଦକ୍ଷେପ ଗ୍ରହଣ କରନ୍ତୁ ନଚେତ ଅଦାଲତ ଅବମାନନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଧର୍ମ ନିର୍ବିଶେଷରେ ହେଟସ୍ପିଚ୍‌ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୁଲିସ୍‌ ମୁଖ୍ୟମାନେ ହେଟସ୍ପିଚ ଘଟଣାରେ କ’ଣ ସବୁ ପଦକ୍ଷେପ ଏଯାଏ ନେଇଛନ୍ତି, ତା’ର ରିପୋର୍ଟ ଦେବାକୁ ସବୋର୍ଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଦେଶର ର୍ଧମ ନିରପେକ୍ଷ। ତେଣୁ ହେଟସ୍ପିଚକୁ ଅପରାଧିକ ମାମଲା ଭାବେ ବିବେଚନା କରାଯାଉ ବୋଲି କୋର୍ଟ କହିଛନ୍ତି।

ହେଟସ୍ପିଚ ବିରୋଧରେ ହୋଇଥିବା ଗୋଟିଏ ଆବେଦନ ଶୁଣାଣି କରି ଶୁକ୍ରବାର ସୁପ୍ରିମକୋର୍ଟ ଜୁନିୟର ଅଫିସରମାନଙ୍କୁ ତୁରନ୍ତ ହେଟସ୍ପିଚ୍‌ ଦେଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ହେଟସ୍ପିଚ ଭଳି ମାମଲାରେ ହସ୍ତକ୍ଷେପ କରିବାର ଦାୟିତ୍ୱ ସୁପ୍ରିମକୋର୍ଟଙ୍କର ରହିଛି।

ହେଟସ୍ପିଚ ଅତ୍ୟନ୍ତ ଗମ୍ଭୀର ମାମଲା। ଭାରତର ସମ୍ବିଧାନ ଆମକୁ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରର ମାନ୍ୟତା ଦେଇଛି। ଦେଶରେ ଘୃଣାର ପ୍ରଚାର କରୁଥିବା ଭାଷଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇପିସିରେ ଉପଯୁକ୍ତ ପ୍ରାବଧାନ ରହିଛି। ତଥାପି ସମସ୍ତେ ଚୁପ ରହୁଛନ୍ତି। ଆମକୁ ପ୍ରଚଳିତ ଆଇନକୁ ପାଳନ କରିବାକୁ ପଡ଼ିବ। ଯଦି ବି କେହି ଅଭିଯୋଗ କରୁନାହାନ୍ତି, ତା’ହେଲେ ପୁଲିସ୍‌ ନିଜ ଆଡ଼ୁ ତୁରନ୍ତ ମାମଲା ରୁଜୁ କରୁ। ଯଦି ଏଥିରେ ବ୍ୟତିକ୍ରମ ହେବ, ତା’ହେଲେ ଅଧିକାରୀଙ୍କ ବିରୋଧରେ ମଧ୍ୟ ଅବମାନନା ମାମଲା ଚାଲିବ।

ସୁପ୍ରିମକୋର୍ଟ ହେଟସ୍ପିଚ ଦେଉଥିବା ଲୋକଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି କହିଛନ୍ତି। ଧର୍ମ ନିର୍ବିଶେଷରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଘୃଣାର ମାହୋଲ ଏବେ ଦେଶରେ ଅଧିକ ହେଲାଣି। ଏବେ ଦିଆଯାଉଥିବା ବୟାନ ଅତ୍ୟନ୍ତ ବିଚଳିତ କରୁଛି। ଏପରି ବୟାନକୁ କେବେ ହେଲେ ସହ୍ୟ କରାଯାଇ ପାରିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଜଷ୍ଟିସ କେଏମ ଯୋଶେଫ ଓ ଜଷ୍ଟିସ ଋଷିକେଶ ରାୟଙ୍କ ଖଣ୍ତପୀଠ କହିଛନ୍ତି, ଏକବିଂଶ ଶତାବ୍ଦୀରେ ଏସବୁ କ’ଣ ହେଉଛି? ଧର୍ମ ନାଁରେ ଆମେ ଆଜି କେଉଁଠି ପହଞ୍ଚି ଗଲେଣି? ଆମେ ଈଶ୍ୱରଙ୍କୁ କେତେ ଛୋଟ କରି ସାରିଲୁଣି। ଭାରତର ସମ୍ବିଧାନ ବିଜ୍ଞାନ ଦ୍ୱାରା ବିକଶିତ ପାଇଁ ପ୍ରେରଣା ଦେଇଥାଏ। ହେଲେ ଆମେ ଏସବୁ କ’ଣ କରୁଛୁ? ଭାରତ ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ର। ଏଠାରେ ସବୁ ଧର୍ମକୁ ସମ୍ମାନ ମିଳେ। ଲୋକଙ୍କର ବାକ ସ୍ୱାଧୀନତା ରହିଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos