ୟୁପି ପ୍ରେମୀଯୁଗଳଙ୍କୁ ଦିଲ୍ଲୀରୁ ଅପହରଣ, ମଧ୍ୟପ୍ରଦେଶରେ ହତ୍ୟା, ରାଜସ୍ଥାନରୁ ମିଳିଲା ଶବ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଉତ୍ତର ପ୍ରଦେଶର ପ୍ରେମୀ ଯୁଗଳଙ୍କୁ ଦିଲ୍ଲୀରୁ ଅପହରଣ କରିବା ପରେ ମଧ୍ୟପ୍ରଦେଶରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାପରେ ଝିଅଟିର ଶବକୁ ରାଜସ୍ଥାନ ଓ ତାଙ୍କ ପ୍ରେମିକଙ୍କ ଶବକୁ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଫୋପାଡ଼ି ଦିଆଯାଇଥିଲା। ୪ ରାଜ୍ୟକୁ ବ୍ୟାପିଥିବା ଏହି ବର୍ବର ହତ୍ୟାକାଣ୍ଡକୁ ପୁଲିସ ପର୍ଦ୍ଦାଫାସ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପୁଲିସ୍‌ କହିଛି ଯେ ମୃତ ଝିଅ ଜଣଙ୍କ ନାବାଳିକା ହୋଇଥିବା […]

Murdered

Murdered

Hemant Lenka
  • Published: Friday, 17 September 2021
  • Updated: 17 September 2021, 03:30 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଘଟିଛି। ଉତ୍ତର ପ୍ରଦେଶର ପ୍ରେମୀ ଯୁଗଳଙ୍କୁ ଦିଲ୍ଲୀରୁ ଅପହରଣ କରିବା ପରେ ମଧ୍ୟପ୍ରଦେଶରେ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହାପରେ ଝିଅଟିର ଶବକୁ ରାଜସ୍ଥାନ ଓ ତାଙ୍କ ପ୍ରେମିକଙ୍କ ଶବକୁ ମଧ୍ୟପ୍ରଦେଶର ଗ୍ୱାଲିୟର ଠାରେ ଫୋପାଡ଼ି ଦିଆଯାଇଥିଲା।

୪ ରାଜ୍ୟକୁ ବ୍ୟାପିଥିବା ଏହି ବର୍ବର ହତ୍ୟାକାଣ୍ଡକୁ ପୁଲିସ ପର୍ଦ୍ଦାଫାସ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି। ପୁଲିସ୍‌ କହିଛି ଯେ ମୃତ ଝିଅ ଜଣଙ୍କ ନାବାଳିକା ହୋଇଥିବା ବେଳେ ସେ ବିବାହ କରିଥିବା ଯୁବକ ଜଣଙ୍କ ପ୍ରାପ୍ତ ବୟସ୍କ। ଉଭୟ ପରସ୍ପରକୁ ଭଲ ପାଉଥିଲେ।

ପରିବାର ଲୋକଙ୍କୁ ସେମାନେ ବିବାହ କରିବାକୁ ଚାହୁଁଥିବା ଜଣାଇଥିଲେ। ହେଲେ ଏଥିରେ ଝିଅ ଘର ଲୋକ ରାଜି ହୋଇ ନଥିଲେ। ତେଣୁ ସେମାନେ ଜୁଲାଇ ୩୧ରେ ଉତ୍ତର ପ୍ରଦେଶରୁ ଦିଲ୍ଲୀ ଫେରାର ହୋଇଯାଇଥିଲେ।

ଦିଲ୍ଲୀରେ ସେମାନେ ରହୁଥିବା ଝିଅଟିର ପରିବାର ଲୋକ ଜାଣିବା ପରେ ସେମାନଙ୍କୁ ଗୋଟିଏ ଜିପ୍‌ରେ ଅପହରଣ କରାଯାଇଥିଲା। ଦିଲ୍ଲୀରୁ ଦମ୍ପତିଙ୍କୁ ମଧ୍ୟପ୍ରଦେଶର ଭିଣ୍ଡ ଅଣାଯାଇଥିଲା। ଭିଣ୍ଡରୁ ସେମାନେ ଗ୍ୱାଲିୟର ଯାଇଥିଲେ। ଗ୍ୱାଲିୟର ଯିବା ବାଟରେ ହିଁ ଅପହରଣକର୍ତ୍ତାମାନେ ଯୁବକଙ୍କୁ ଆକ୍ରମଣ କରିଥିଲେ।

ସେମାନେ କେବଳ ତାଙ୍କୁ ହତ୍ୟା କରି ନଥିଲେ ବରଂ ଗୋଟିଏ ଛୁରୀ ଦ୍ୱାରା ତାଙ୍କ ଗୁପ୍ତାଙ୍କକୁ କାଟି ଦେଇଥିଲେ। ଝାନସୀ ଜାତୀୟ ରାଜପଥରେ ହିଁ ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହାପରେ ତାଙ୍କ ଶବକୁ ଗ୍ୱାଲିୟର ନିକଟରେ ଫୋପାଡ଼ି ଦିଆଯାଇଥିଲା।

ସେହିପରି ଝିଅଟିକୁ ପରିବାର ଲୋକ ଗୋଟିଏ ଦଉଡ଼ିରେ ତଣ୍ଟିଚିପି ହତ୍ୟା କରିଥିଲେ। ତାଙ୍କ ଶବକୁ ଗ୍ୱାଲିୟର ଠାରୁ ଯଥେଷ୍ଟ ଦୂର ରାଜସ୍ଥାନର ଧୋଲାପୁରରେ ଫୋପାଡ଼ି ଦେଇଥିଲେ। ରାଜସ୍ଥାନ ପୁଲିସ୍‌ ଯୁବତୀଙ୍କ ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲା। ମୃତ ଯୁବକ ଜଣଙ୍କ ଉତ୍ତର ପ୍ରଦେଶର ଫିରୋଜାବାଦ ଅନ୍ତର୍ଗତ ଜାହାଙ୍ଗିରପୁର ଅଞ୍ଚଳର ବୋଲି ଜଣାପଡ଼ିଛି।

ତାଙ୍କ ଶବ ଅଗଷ୍ଟ ୫ରେ ମିଳିଥିଲା। ତାବେ ତାଙ୍କ ବାପା ଅଗଷ୍ଟ ୧୦ରେ ପୁଲିସ୍‌ ନିକଟରେ ନିଖୋଜ ଅଭିଯୋଗ କରିଥିଲେ। ପୁଲିସ୍‌ ଉଭୟ ଘଟଣାର ତଦନ୍ତ କରୁଥିବା ବେଳେ ଯୁବକ ଓ ଯୁବତୀଙ୍କ ମୃତ୍ୟୁ ଘଟଣାରେ ଲିଙ୍କ ଥିବା ଜାଣିବାକୁ ପାଇଥିଲା। ଏହାପରେ ଝିଅଟିର ପରିବାର ଲୋକଙ୍କ ମୋବାଇଲ ଲୋକେସନ ଟ୍ରାକ୍‌ କରିଥିଲା।

ଏଥିରୁ ଜଣାପଡ଼ିଥିଲା ଯେ ସେମାନେ ପ୍ରଥମେ ଦିଲ୍ଲୀ, ଏହାପରେ ଭିଣ୍ଡ ଓ ଗ୍ୱାଲିୟର ଦେଇ ଧୋଲପୁରରେ ପହଞ୍ଚିଥିଲେ। ପୁଲିସ୍‌ର ସନ୍ଦେହ ବଢ଼ିବାରୁ ଝିଅଟିର ପରିବାର ଲୋକଙ୍କୁ ଥାନାକୁ ଡାକି ଜେରା କରିଥିଲା। ଦୀର୍ଘ ଘଣ୍ଟାର ଜେରା ପରେ ସେମାନେ ପୂରା ହତ୍ୟାକାଣ୍ଡ ଉପରକୁ ପରଦା ହଟାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos