ସେକେଣ୍ଡ ହ୍ୟାଣ୍ତ କାର୍‌ ପାଇଁ ୩ ମାସର ପୁଅକୁ ବିକି ଦେଲେ ଦମ୍ପତି

ଲକ୍ଷ୍ନୌ: ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ନିର୍ଦ୍ଦୟ ଆଚରଣ ପ୍ରଦର୍ଶନ କରିଛନ୍ତି ଉତ୍ତର ପ୍ରଦେଶର ଜଣେ ଦମ୍ପତି। ଦମ୍ପତି ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣିବା ପାଇଁ ନିଜର ୩ ମାସର ପୁଅକୁ ମାତ୍ର ୧.୫ ଲକ୍ଷ ଟଙ୍କାରେ ଅନ୍ୟକୁ ବିକ୍ରି କରି ଦେଇଛନ୍ତି। ତେବେ ଗୁରୁବାର ଶିଶୁପୁତ୍ରର ଅଜା ଆଈ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଦମ୍ପତି କନ୍ନୁଜର ତିରୱା କୋଟୱାଲି ପୁଲିସ୍‌ […]

Child

Child

Hemant Lenka
  • Published: Friday, 14 May 2021
  • Updated: 14 May 2021, 07:40 PM IST

Sports

Latest News

ଲକ୍ଷ୍ନୌ: ନିଜର ଇଚ୍ଛାକୁ ପୂରଣ କରିବା ପାଇଁ ନିର୍ଦ୍ଦୟ ଆଚରଣ ପ୍ରଦର୍ଶନ କରିଛନ୍ତି ଉତ୍ତର ପ୍ରଦେଶର ଜଣେ ଦମ୍ପତି। ଦମ୍ପତି ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର୍‌ କିଣିବା ପାଇଁ ନିଜର ୩ ମାସର ପୁଅକୁ ମାତ୍ର ୧.୫ ଲକ୍ଷ ଟଙ୍କାରେ ଅନ୍ୟକୁ ବିକ୍ରି କରି ଦେଇଛନ୍ତି। ତେବେ ଗୁରୁବାର ଶିଶୁପୁତ୍ରର ଅଜା ଆଈ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଦମ୍ପତି କନ୍ନୁଜର ତିରୱା କୋଟୱାଲି ପୁଲିସ୍‌ ଷ୍ଟେସନ ଅନ୍ତର୍ଗତ ଅଞ୍ଚଳରେ ରୁହନ୍ତି। ସେମାନେ ଗୋଟିଏ କାର୍‌ କିଣିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ହେଲେ ପାଖରେ ଟଙ୍କା ନଥିବାରୁ ସେମାନେ ନିଜ ୩ ମାସର ଶିଶୁପୁତ୍ରକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲେ।

ଯୋଜନା ଅନୁଯାୟୀ, ଉଭୟ ଗୁରସାହିଗଞ୍ଜରେ ରହୁଥିବା ଜଣେ ବ୍ୟବସାୟୀଙ୍କୁ ସେମାନଙ୍କ ୩ ମାସର ପୁଅକୁ ବିକ୍ରି କରିଦେଇଥିଲେ। ଏହାବଦରେ ସେମାନେ ବ୍ୟବସାୟୀଙ୍କ ଠାରୁ ୧.୫ ଲକ୍ଷ ଟଙ୍କା ଆଣିଥିଲେ। ଟଙ୍କା ଆଣିବା ମାତ୍ରେ ଦମ୍ପତି ସେକେଣ୍ଡ ହ୍ୟାଣ୍ଡ କାର କିଣିଛନ୍ତି।

ପୁଲିସ ପୁଲିସ୍‌ ଅଭିଯୋଗ ପାଇବା ପରେ ଦମ୍ପତିଙ୍କୁ ଡାକି ପଚରାଉଚରା କରିଛି। ସେମାନେ ଶିଶୁପୁତ୍ରକୁ ବିକ୍ରି କରି ପାଇଥିବା ଟଙ୍କାରେ ଗୋଟିଏ ସେକେଣ୍ଡ ହ୍ୟାଣ୍ତ ନିକଟରେ କିଣିଥିବା ପୁଲିସ୍‌ ଆଗରେ ସ୍ୱୀକାର ମଧ୍ୟ କରିଛନ୍ତି। ତେବେ ଏବେ ବି ଶିଶୁପୁତ୍ରଟି ବ୍ୟବସାୟୀଙ୍କ ପାଖରେ ରହିଛି। ଘଟଣାର ତଦନ୍ତ ଚାଲିଥିବାରୁ ଏ ବିଷୟରେ ଅଧିକ କିଛି ସୂଚନା ମିଳିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos