ମାତ୍ର ୧୦୦ ଟଙ୍କା ପାଇଁ ବ୍ୟକ୍ତିଙ୍କ ଜୀବନ ନେଇଗଲେ ଦମ୍ପତି

ନୂଆଦିଲ୍ଲୀ: ମାତ୍ର ୧୦୦ ଟଙ୍କା ପାଇଁ ଦମ୍ପତି ଓ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାରପିଟ ଭୟଙ୍କର ରୂପ ନେଇଛି। ଏହି ମାରିପିଟ ଓ ପାଟିତୁଣ୍ଡକୁ କେନ୍ଦ୍ର କରି ଦମ୍ପତି ଉକ୍ତ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ୍‌ ହତ୍ୟାକାଣ୍ଡ ଘଟଣାରେ ରେଶମା ନାମକ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଏବେ ବି ଫେରାର ଅଛନ୍ତି। ହତ୍ୟାର […]

Couple-stabs

Couple-stabs

Hemant Lenka
  • Published: Monday, 17 May 2021
  • Updated: 17 May 2021, 09:21 AM IST

Sports

Latest News

ନୂଆଦିଲ୍ଲୀ: ମାତ୍ର ୧୦୦ ଟଙ୍କା ପାଇଁ ଦମ୍ପତି ଓ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମାରପିଟ ଭୟଙ୍କର ରୂପ ନେଇଛି। ଏହି ମାରିପିଟ ଓ ପାଟିତୁଣ୍ଡକୁ କେନ୍ଦ୍ର କରି ଦମ୍ପତି ଉକ୍ତ ବ୍ୟକ୍ତିଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଦିଲ୍ଲୀର ମଙ୍ଗୋଲପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି।

ପୁଲିସ୍‌ ହତ୍ୟାକାଣ୍ଡ ଘଟଣାରେ ରେଶମା ନାମକ ଜଣେ ମହିଳାଙ୍କୁ ଗିରଫ କରିଥିବା ବେଳେ ତାଙ୍କ ସ୍ୱାମୀ ଜିତେନ୍ଦ୍ର ଏବେ ବି ଫେରାର ଅଛନ୍ତି। ହତ୍ୟାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ହେଲେ ଅଜିତ। ତାଙ୍କ ଘର ମଙ୍ଗୋଲପୁରୀ ଅଞ୍ଚଳରେ ବୋଲି ପୁଲିସ୍‌ କହିଛି।

ରବିବାର ଦିନ ୨.୪୫ରେ ପୁଲିସ୍‌ ଘଟଣା ସମ୍ପର୍କରେ ସୂଚନା ପାଇଥିଲା। ଖବର ପାଇ ପୁଲିସ୍‌ ଅଜିତ ଚକିତ୍ସିତ ହେଉଥିବା ସଞ୍ଜୟ ଗାନ୍ଧି ହସ୍ପିଟାଲରେ ପହଞ୍ଚିଥିଲା। ଅଜିତଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ବାପା ହିଁ ହସ୍ପିଟାଲ ଆଣିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଡାହାଣ ପଟ ଆଣ୍ଠୁ ତଳେ ଗୋଟିଏ ଥର ଛୁରୀ ଭୁସାର ଦାଗ ରହିଛି।

ପ୍ରାଥମିକ ସୂଚନା ଅନୁସାରେ, ଜିତେନ୍ଦ୍ର ରବିବାର ଅଜିତଙ୍କୁ ସେ ନେଇଥିବା ୧୦୦ ଟଙ୍କା ଫେରାଇବାକୁ କହିଥିଲେ। ତେବେ ଟଙ୍କା ମାଗିବାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ସ୍ଥିତି ଏପରି ହୋଇଥିଲା ଯେ ଅଜିତ ଟଙ୍କା ଦେବାକୁ ମନା କରିବା ସହ ଘଟଣାସ୍ଥଳରେ ଜିତେନ୍ଦ୍ରଙ୍କୁ ପ୍ରବଳ ମାଡ଼ ମାରିଥିଲେ।

ଏଥି ଉତକ୍ଷିପ୍ତ ହୋଇ ଜିତେନ୍ଦ୍ର ଘରକୁ ଯାଇଥିଲେ ଓ ଛୁରୀ ନେଇ ଆସିଥିଲେ। ଏହି ସମୟରେ ତାଙ୍କ ପତ୍ନୀ ରେଶମା ମଧ୍ୟ ତାଙ୍କ ସହ ଆସିଥିଲେ। ଉଭୟ ମିଳିତ ଭାବେ ଅଜିତଙ୍କୁ ଆକ୍ରମଣ କରିବା ସହ ଛୁରୀ ଭୁସି ଦେଇଥିଲେ। ଘଟଣା ପରେ ଉଭୟ ସେଠାରୁ ଫେରାର ହୋଇଯାଇଥିଲେ। ଛୁରୀ ମାଡ଼ରେ ଅତ୍ୟଧିକ ଶକ୍ତଶ୍ରାବ ଯୋଗୁ ଅଜିତଙ୍କ ମୃତ୍ୟୁ ଘଟିଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos