ଆର୍ଯ୍ୟନ ଖାନଙ୍କୁ ପାସପୋର୍ଟ ଦେବାକୁ କହିଲେ କୋର୍ଟ, ବେଲ ବଣ୍ଡ ରଦ୍ଦ

ମୁମ୍ବାଇ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏଣିକି ବେଧଡ଼କ ବିଦେଶ ଗସ୍ତ କରିପାରିବେ। ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କ୍ଲିନଚିଟ ମିଳିଥିଲା। ଗିରଫ ବେଳେ ତାଙ୍କ ପାସପୋର୍ଟ ଜବତ କରାଯାଇଥିଲେ। ହେଲେ ଆଜି ମୁମ୍ବାଇର ଗୋଟିଏ କୋର୍ଟ ଆର୍ଯ୍ୟନଙ୍କ ଠାରୁ ଜବତ ହୋଇଥିବା ପାସପୋର୍ଟକୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଯ୍ୟନ ଏନସିବିରୁ କ୍ଲିନଚିଟ ପାଇଥିବାରୁ ପାସପୋର୍ଟ ରିଲିଜ ପାଇଁ ଆବେଦନ କରିଥିଲେ। କୋର୍ଟ […]

aryan-khan

aryan-khan

Hemant Lenka
  • Published: Wednesday, 13 July 2022
  • Updated: 13 July 2022, 08:32 PM IST

Sports

Latest News

ମୁମ୍ବାଇ: ବଲିଉଡ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଏଣିକି ବେଧଡ଼କ ବିଦେଶ ଗସ୍ତ କରିପାରିବେ। ଡ୍ରଗ୍ସ ମାମଲାରେ ଫସିଥିବା ଆର୍ଯ୍ୟନଙ୍କୁ ଏନସିବି ଗିରଫ କରିଥିଲେ ମଧ୍ୟ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ କ୍ଲିନଚିଟ ମିଳିଥିଲା। ଗିରଫ ବେଳେ ତାଙ୍କ ପାସପୋର୍ଟ ଜବତ କରାଯାଇଥିଲେ। ହେଲେ ଆଜି ମୁମ୍ବାଇର ଗୋଟିଏ କୋର୍ଟ ଆର୍ଯ୍ୟନଙ୍କ ଠାରୁ ଜବତ ହୋଇଥିବା ପାସପୋର୍ଟକୁ ରିଲିଜ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆର୍ଯ୍ୟନ ଏନସିବିରୁ କ୍ଲିନଚିଟ ପାଇଥିବାରୁ ପାସପୋର୍ଟ ରିଲିଜ ପାଇଁ ଆବେଦନ କରିଥିଲେ। କୋର୍ଟ ପାସପୋର୍ଟ ରିଲିଜ କରିବା ସହ ସେ ଦାଖଲ କରିଥିବା ଜାମିନ ବଣ୍ଡକୁ ମଧ୍ୟ ରଦ୍ଦ କରିବାକୁ ଅନୁମତି ଦେଇଛନ୍ତି।

ବୁଧବାର ଏନଡିପିଏସ ଆକ୍ଟରେ ରୁଜୁ ମାମଲାର ବିଚାର ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର କୋର୍ଟ ପାସପୋର୍ଟ ରିଲିଜ ସମ୍ପର୍କିତ ଆବେଦନର ଶୁଣାଣି କରିଥିଲେ। ଏହି ସମୟରେ ବିଚାରପତି ଭିଭି ପାଟିଲ କୋର୍ଟର ରେଜିଷ୍ଟ୍ରାରଙ୍କୁ ସ୍ଥାୟୀ ଭାବେ ଆର୍ଯ୍ୟନ ଖାନଙ୍କୁ ପାସପୋର୍ଟ ଫେରାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆର୍ଯ୍ୟନ ଡ୍ରଗ୍ସ ମାମଲାରେ ଜାମିନ ପାଇବା ବେଳେ ସର୍ତ୍ତ ଅନୁସାରେ ପାସପୋର୍ଟ ଦାଖଲ କରିଥିଲେ। ଗତବର୍ଷ ଅକ୍ଟୋବରରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରବର୍ତ୍ତୀ ଅବସ୍ଥାରେ ଆର୍ଯ୍ୟନ ଓ ଅନ୍ୟ ୫ ଜଣଙ୍କୁ ଏନସିବି ପ୍ରମାଣ ଅଭାବରୁ ଡ୍ରଗ୍ସ ମାମଲାରେ କ୍ଲିନଚିଟ ଦେଇଛି।

ସ୍ୱତନ୍ତ୍ର କୋର୍ଟ ବିଚାରପତି ଭିଭି ପାଟିଲ କହିଛନ୍ତି, “ଆବେଦନକାରୀଙ୍କ ସମେତ ୬ ଜଣଙ୍କ ନାଁରେ ତଦନ୍ତ ବେଳେ କୌଣସି ଅଭିଯୋଗ ହୋଇଥିବା ଜଣାପଡ଼ିନି। ଏନସିବି ଏସଆଇଟି ପକ୍ଷରୁ ମଧ୍ୟ ସମସ୍ତଙ୍କୁ କ୍ଲନଚିଟ ଦିଆଯାଇଛି। ତେଣୁ ବେଲ ବଣ୍ଡ ରଦ୍ଦ ପାଇଁ ହୋଇଥିବା ଆବେଦନକୁ କୋର୍ଟ ଅନୁମତି ଦେଉଛନ୍ତି। ଏଥିସହ ପାସପୋର୍ଟ ରିଲିଜ କରାଯିବାର ଆବଶ୍ୟକତା ରହିଥିବା କୋର୍ଟ ହୃଦୟଙ୍ଗମ କରୁଛନ୍ତି। ଆବେଦନକାରୀଙ୍କ ବେଲ ବଣ୍ଡ ରଦ୍ଦ କରାଯାଉଛି ଓ ତାଙ୍କ ସ୍ୟୁରିଟିକୁ ଡିସଚାର୍ଜ କରାଯାଉଛି।” ଏହାପୂର୍ବରୁ ଏନସିବି ଆର୍ଯ୍ୟନଙ୍କ ପାସପୋର୍ଟ ରିଲିଜ କରିବାରେ କୌଣସି ଅସୁବିଧା ନଥିବା କୋର୍ଟଙ୍କୁ ଅବଗତ କରାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story