ଦୁଷ୍କର୍ମ ମାମଲା ରଦ୍ଦ କଲେ, ଅନାଥ ପିଲାଙ୍କୁ ବର୍ଗର ବାଣ୍ଟିବାକୁ ନିର୍ଦ୍ଦେଶ ଦେଲେ କୋର୍ଟ

ନୂଆଦିଲ୍ଲୀ: ଗୋଟିଏ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ନାଁରେ ରୁଜୁ ହୋଇଥିବା ଦୁଷ୍କର୍ମ ସମ୍ପର୍କିତ ଏଫଆଇଆର ରଦ୍ଦ କରି ହାଇକୋର୍ଟ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ଏଫଆଇଆର ରଦ୍ଦ ପାଇଁ ହାଇକୋର୍ଟ ଅଭିଯୁକ୍ତଙ୍କ ଆଗରେ ବର୍ଗର ବାଣ୍ଟିବାର ସର୍ତ୍ତ ରଖିଛନ୍ତି। ଅଭିଯୁକ୍ତ ଜଣଙ୍କ ୨ଟି ଅନାଥ ଆଶ୍ରମକୁ ପରିଷ୍କାର ଓ ସୁସ୍ୱାଦୁ ବର୍ଗର ଯୋଗାଇ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ନିଜର ପୂର୍ବତନ ପତ୍ନୀଙ୍କୁ ଦୁଷ୍କର୍ମ, […]

delhi

delhi

Hemant Lenka
  • Published: Wednesday, 05 October 2022
  • Updated: 05 October 2022, 06:12 PM IST

Sports

Latest News

ନୂଆଦିଲ୍ଲୀ: ଗୋଟିଏ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୁକ୍ତ ନାଁରେ ରୁଜୁ ହୋଇଥିବା ଦୁଷ୍କର୍ମ ସମ୍ପର୍କିତ ଏଫଆଇଆର ରଦ୍ଦ କରି ହାଇକୋର୍ଟ ଅଜବ ନିର୍ଦ୍ଦେଶ ଦେଇଛନ୍ତି। ଏଫଆଇଆର ରଦ୍ଦ ପାଇଁ ହାଇକୋର୍ଟ ଅଭିଯୁକ୍ତଙ୍କ ଆଗରେ ବର୍ଗର ବାଣ୍ଟିବାର ସର୍ତ୍ତ ରଖିଛନ୍ତି। ଅଭିଯୁକ୍ତ ଜଣଙ୍କ ୨ଟି ଅନାଥ ଆଶ୍ରମକୁ ପରିଷ୍କାର ଓ ସୁସ୍ୱାଦୁ ବର୍ଗର ଯୋଗାଇ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟକ୍ତି ଜଣଙ୍କ ନିଜର ପୂର୍ବତନ ପତ୍ନୀଙ୍କୁ ଦୁଷ୍କର୍ମ, ପିଛା କରିବା ଓ ତାଙ୍କୁ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା।

ଦିଲ୍ଲୀ ହାଇକୋର୍ଟ ପୁଲିସ୍‌କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ବର୍ଗର ଯେମିତି ଉତ୍ତମ ପରିବେଶ ମଧ୍ୟରେ ତିଆରି ହେବ, ସେକଥା ନିଶ୍ଚିତ କରିବ। ଏଥିସହ ପୂର୍ବତନ ପତ୍ନୀଙ୍କୁ ୪.୫ ଲକ୍ଷ ଟଙ୍କା ତୁରନ୍ତ କ୍ଷତିପୂରଣ ଆକାରରେ ଦେବାକୁ କୋର୍ଟ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଯଶମୀର ସିଂହଙ୍କ ଜଣିକିଆ ଖଣ୍ଡପୀଠ ଆବେଦନର ଶୁଣାଣି କରିବା ବେଳେ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିଛନ୍ତି। ଜଷ୍ଟିସ ସିଂହ କହିଛନ୍ତି, ଆବେଦନକାରୀ(ବ୍ୟକ୍ତିଙ୍କ ପୂର୍ବତନ ପତ୍ନୀ) ଅଭିଯୁକ୍ତଙ୍କୁ ବିବାହ କରିଥିଲେ। ସେମାନଙ୍କ ମଧ୍ୟରେ ବିବାଦ ଦେଖାଯିବାରୁ ଉଭୟ ଅଲଗା ହୋଇଯାଇଥିଲେ। ଏହା ଏକ ବୈବାହିକ ବିବାଦ ମାମଲା। ତେଣୁ ବ୍ୟକ୍ତିଙ୍କ ନାଁରେ ରୁଜୁ ଏଫଆଇଆରକୁ ରଦ୍ଦ କରାଯାଉଛି ବୋଲି ସେ କହିଛନ୍ତି।

ଉଭୟ ପକ୍ଷ ଜୁଲାଇ ୪ରେ ଏହି ବିବାଦକୁ ମଧ୍ୟସ୍ଥତା କେନ୍ଦ୍ର ଓ ସାକେତ କୋର୍ଟରେ ସମାଧାନ କରିଥିଲେ। ଏଥିସହ ସେମାନେ ହାଇକୋର୍ଟରେ ମଧ୍ୟ ନିଜ ଇଚ୍ଛାରେ ବିବାଦର ସମାଧାନ ପାଇଁ ଆଗେଇ ଆସିଥିବା ଆବେଦନରେ ଉଲ୍ଲେଖ କରିଥିଲେ। ସେମାନଙ୍କ ଉପରେ ଏନେଇ କୌଣସି ପ୍ରକାରର ଚାପ କେହି ବି ପକାଇ ନଥିଲେ। ପୂର୍ବତନ ପତ୍ନୀ ମଧ୍ୟ ବ୍ୟକ୍ତିଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରାଗଲେ କୌଣସି ଅସୁବିଧା ନାହିଁ ବୋଲି କୋର୍ଟଙ୍କ ଆଗରେ କହିଥିଲେ।

ଜଷ୍ଟିସ ସିଂହ କହିଛନ୍ତି, “ଭୁଲ ପରାମର୍ଶ ଓ କୁସଙ୍ଗତିରେ ପଡ଼ି ଏଫଆଇଆର ରୁଜୁ ହୋଇଛି। ମାମଲାର ତଦନ୍ତ ଓ ଶୁଣାଣି ୨୦୨୦ରୁ ଚାଲିଛି। ଏଥିଯୋଗୁ ପୁଲିସ୍‌ ଓ ନ୍ୟାୟପାଳିକାରେ ଅନେକ ସମୟ ନଷ୍ଟ ହେଲାଣି। ଏହି ସମୟକୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବ୍ୟବହାର କରାଯାଇ ପାରିଥାଆନ୍ତା। ତେଣୁ ଅଭିଯୁକ୍ତ ଜଣଙ୍କ କିଛି ଭଲ କାମ ସମାଜ ପାଇଁ କରିବା ଦରକାର।”

ବ୍ୟକ୍ତି ଜଣଙ୍କ ଦୁଇଟି ବର୍ଗର ରେଷ୍ଟୁରାଣ୍ଟର ମାଲିକ। ବର୍ଗର ସିଂହ ଓ ୱାଟ-ଏ-ବର୍ଗର ନାଁରେ ତାଙ୍କର ଦୁଇଟି ରେଷ୍ଟୁରାଣ୍ଟ ରହିଛି। ତେଣୁ ତାଙ୍କୁ ହାଇକୋର୍ଟ ଦୁଇଟି ଅନାଥ ଆଶ୍ରମରେ ବର୍ଗର ବାଣ୍ଟିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ଆଶ୍ରମରେ ସେ ଅତିକମରେ ୧୦୦ ଜଣ ପିଲାଙ୍କୁ ବର୍ଗର ଖାଇବାକୁ ଦେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story