ହନୁମାନ ଚାଳିଶା ବିବାଦ: ରାଣା ଦମ୍ପତିଙ୍କ ଭାଗ୍ୟ ବୁଧବାର ଯାଏ ଝୁଲିଲା

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଉଭୟ ମୁମ୍ବାଇ ସେସନ୍ସ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ବୁଧବାର ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଏହାର ଅର୍ଥ ବୁଧବାର ଯାଏ ରାଣା ଦମ୍ପତି ଜେଲର ୪ କାନ୍ଥ ମଧ୍ୟରେ ବନ୍ଦୀ ହୋଇ ରହିବେ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା […]

Rana

Rana

Hemant Lenka
  • Published: Monday, 02 May 2022
  • Updated: 02 May 2022, 06:46 PM IST

ମୁମ୍ବାଇ: ମହାରାଷ୍ଟ୍ର ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ କୌଣସି ପ୍ରକାରର ଆଶ୍ୱସ୍ତି ମିଳିନି। ଉଭୟ ମୁମ୍ବାଇ ସେସନ୍ସ କୋର୍ଟରେ ଜାମିନ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ବୁଧବାର ଯାଏ ଅପେକ୍ଷା କରିବାକୁ କହିଛନ୍ତି। ଏହାର ଅର୍ଥ ବୁଧବାର ଯାଏ ରାଣା ଦମ୍ପତି ଜେଲର ୪ କାନ୍ଥ ମଧ୍ୟରେ ବନ୍ଦୀ ହୋଇ ରହିବେ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ପାଠ କରିବାର ଧମକ ଦେଇ ବିବାଦରେ ଫସିଥିଲେ ରାଣା ଦମ୍ପତି। ଏଥିପାଇଁ ଉଭୟଙ୍କୁ ଏପ୍ରିଲ ୨୩ରେ ପୁଲିସ୍‌ ଗିରଫ କରିଥିଲା। ସେମାନେ ଦୁଇ ସଂପ୍ରଦାୟକ ମଧ୍ୟରେ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଥିବା ପୁଲିସ୍‌ କହିଛି। ଏପରି କି ସେମାନଙ୍କୁ ନୋଟିସ ଦିଆଯାଇଥିଲେ ମଧ୍ୟ କିଛି ବି ଶୁଣି ନଥିଲେ। ଏଥିସହ ପୁଲିସ୍‌କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏପ୍ରିଲ ୨୩ ଠାରୁ ରାଣା ଦମ୍ପତି ଜେଲରେ ହିଁ ରହିଛନ୍ତି।

ଆଜି ଶୁଣାଣି ବେଳେ ରାଣା ଦମ୍ପତିଙ୍କ ଓକିଲ କହିଛନ୍ତି ଯେ କେବଳ ଅପରାଧିକ ଉଦ୍ଦେଶ୍ୟ ରଖିଥିବା ଅଭିଯୋଗରେ କେବେ ହେଲେ କାହାକୁ ଦଣ୍ଡ ଦିଆଯାଇପାରିବନି। ସେମାନେ ଯଦି କୌଣସି ମସଜିଦ ଆଗରେ ହନୁମାନ ଚାଳିଶା ପାଠ କରିବାକୁ ଆହ୍ୱାନ ଦେଇଥାଆନ୍ତେ, ତା’ହେଲେ ଧାର୍ମିକ ବିବାଦ ସୃଷ୍ଟି ହେବାର ଆଶଙ୍କା ରହିଥାଆନ୍ତା। ସେମାନେ କେବଳେ ମାତୋଶ୍ରୀ(ଉଦ୍ଧବ ଠାକରେଙ୍କ ଘର) ଆଗରେ ହନୁମାନ ଚାଳିଶା ପାଠ ପାଇଁ ଆହ୍ୱାନ ଦେଇଥିଲେ। ତେଣୁ ଏହା ଦ୍ୱାରା କୌଣସି ଧାର୍ମିକ ବିବାଦ ସୃଷ୍ଟି ହେବାର ଆଶଙ୍କା ନାହିଁ ବୋଲି ଓକିଲ ଜଣକ ଯୁକ୍ତି ରଖିଥିଲେ।

ଅନ୍ୟପକ୍ଷରେ ପୁଲିସ୍‌ ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଥିଲେ ଯେ “ଯେଉଁ ବ୍ୟକ୍ତିଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ ପାଇଁ ଧମକ ଦିଆଯାଉଥିଲା, ତାଙ୍କ ଠାରୁ ଅନୁମତି ଆଣିବା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ କହିବେ ଯେ ହନୁମାନ ଚାଳିଶା ପାଠ କରିବା ତାଙ୍କର ଅଧିକାର, ତା’ହେଲେ ଏଥିରେ କିଛି ବି ଭୁଲ ନାହିଁ। କିନ୍ତୁ ଏଥିପାଇଁ ଅନୁମତି ରହିଛି କି ନାହିଁ, ତା’କୁ ମଧ୍ୟ ଦେଖିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos