କରୋନା ବିରୋଧରେ କୋଭାକ୍ସିନ କେତେ ସଫଳ? ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର କେତେ ପ୍ରତିଶତ ସଫଳ, ତା’କୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଦି ଲାନସେଟରେ କୋଭାକ୍ସିନର ଟ୍ରାଏଲ ରିପୋର୍ଟ ପ୍ରକାଶ ପାଇଛି। ଦୀର୍ଘ ଦିନରୁ ଏହା ଉପରେ ଗବେଷଣା କରାଯାଉଥିଲା। ଶେଷରେ କୋଭାକ୍ସିନର ସଫଳତା ହାର କେତେ ସେକଥା ସାରା ବିଶ୍ୱ ଜାଣିବାକୁ ପାଇଛି। ରିପୋର୍ଟ ଅନୁସାରେ, ମହାମାରୀ କରୋନା ବିରୋଧରେ କୋଭାକ୍ସିନ ୭୭.୮% ସଫଳତା ହାସଲ କରିପାରିଛି। ଲକ୍ଷଣ ଯୁକ୍ତ କୋଭିଡ-୧୯ […]

Covaxin

Covaxin

Hemant Lenka
  • Published: Friday, 12 November 2021
  • Updated: 12 November 2021, 05:21 PM IST

Sports

Latest News

ନୂଆଦିଲ୍ଲୀ: ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର କେତେ ପ୍ରତିଶତ ସଫଳ, ତା’କୁ ନେଇ ରିପୋର୍ଟ ପ୍ରକାଶ ପାଇଛି। ଦି ଲାନସେଟରେ କୋଭାକ୍ସିନର ଟ୍ରାଏଲ ରିପୋର୍ଟ ପ୍ରକାଶ ପାଇଛି। ଦୀର୍ଘ ଦିନରୁ ଏହା ଉପରେ ଗବେଷଣା କରାଯାଉଥିଲା।

ଶେଷରେ କୋଭାକ୍ସିନର ସଫଳତା ହାର କେତେ ସେକଥା ସାରା ବିଶ୍ୱ ଜାଣିବାକୁ ପାଇଛି। ରିପୋର୍ଟ ଅନୁସାରେ, ମହାମାରୀ କରୋନା ବିରୋଧରେ କୋଭାକ୍ସିନ ୭୭.୮% ସଫଳତା ହାସଲ କରିପାରିଛି। ଲକ୍ଷଣ ଯୁକ୍ତ କୋଭିଡ-୧୯ ବିରୋଧରେ ଏହାର ସଫଳତା ହାର ଏପରି ରହିବା ବେଶ ଉତ୍ସାହ ଜନକ।

ସେହିପରି ମାରାତ୍ମକ କୁହାଯାଉଥିବା କରୋନାର ଡେଲ୍ଟା ଭାରିଏଣ୍ଟ ବିରୋଧରେ ମଧ୍ୟ କୋଭାକ୍ସିନ ୬୫.୨% ସଫଳ ବୋଲି ରିପୋର୍ଟରେ କୁହାଯାଇଛି। ପ୍ରାଥମିକ ସମୀକ୍ଷାରୁ ଏପରି ତଥ୍ୟ ଆସିଛି। ଏହାକୁ ନିଶ୍ଚିତ କରିବା ପାଇଁ ଅଧିକ ଗବେଷଣାର ଆବଶ୍ୟକ।
ଲାନସେଟ କହିଛି, କୋଭାକ୍ସିନର ଦୁଇଟି ଯାକ ଡୋଜ୍‌ ନେବାର ଦୁଇ ସପ୍ତାହ ପରେ ଜଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଉଛି। ଭାରତରେ ନଭେମ୍ବର ୨୦୨୦ରୁ ମେ’ ୨୦୨୧ ମଧ୍ୟରେ ୧୮ରୁ ୯୭ ବୟସ ବର୍ଗର ୨୪,୪୧୯ ଜଣ ଲୋକଙ୍କୁ ନେଇ ଗବେଷଣା କରାଯାଇଥିଲା।

ଏହି ସମୟରେ ଟିକା ନେବା ପରେ କାହା ଶରୀରରେ ମଧ୍ୟ ପାର୍ଶ୍ୱପ୍ରତିକ୍ରିୟା ଜନିତ ଗୁରୁତର ସମସ୍ୟା କିମ୍ବା ମୃତ୍ୟୁ ଦେଖାଯାଇନି। କୋଭିଡ ୧୯ର ସବୁ ପ୍ରକାରର ଗୁରୁତ୍ୱର ଲକ୍ଷଣ ବିରୋଧରେ କୋଭାକ୍ସିନ ୭୭.୮% ସଫଳ। ସେହିପରି ଡେଲ୍ଟା ଭାରିଏଣ୍ଟ ବିରୋଧରେ ଏହାର ସଫଳତା ହାର ୬୫.୨% ରହିଥିବା ପ୍ରାଥମିକ ବିଶ୍ଲେଷଣରୁ ଜଣାପଡ଼ିଥିବା ଲାନସେଟ କହିଛି।

ତେବେ ଡେଲ୍ଟା ଓ ଅନ୍ୟ କିଛି ଭାରିଏଣ୍ଟ ବିରୋଧରେ ନିଶ୍ଚିତ ଭାବେ ଏହା କେତେ ସଫଳ ହୋଇପାରୁଛି, ସେଥିପାଇଁ ଅଧିକ ଗବେଷଣା ଦରକାର ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଚଳିତ ବର୍ଷ ଜାନୁଆରୀ ୩ରେ ଭାରତ ସରକାର କୋଭାକ୍ସିନର ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ। ନିକଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭାକ୍ସିନକୁ ତା’ର ଜରୁରିକାଳୀନ ବ୍ୟବହାର ହେଉଥିବା ଟିକା ତାଲିକାରେ ସାମିଲ କରିଥିଲା। ଏବେ ଲାନସେଟର ଏପରି ସକାରାତ୍ମ ରିପୋର୍ଟ ଅନ୍ୟ ଦେଶଗୁଡ଼ିକରେ କୋଭାକ୍ସିନକୁ ମାନ୍ୟତା ମିଳିବାରେ ସହାୟକ ହେବ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ହାଇଦ୍ରାବାଦ ସ୍ଥିତ ଭାରତ ବୟୋଟେକ ଓ ଆଇସିଏମଆର ମିଳିତ ଭାବେ କୋଭାକ୍ସିନ ଟିକା ପ୍ରସ୍ତୁତ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story