ଆସିଲା ମହାମାରୀ କରୋନାର ନୂଆ ରୂପ, ୧୦% ଅଧିକ ସଂକ୍ରାମକ

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନାର ଗୋଟିଏ ମ୍ୟୁଟାଣ୍ଟ ସାମ୍ନାକୁ ଆସିଛି। ଏକ୍ସଇ ବା XE ନାଁରେ ସାମ୍ନାକୁ ଆସିଥିବା କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଣ୍ଟାଣ୍ଟଗୁଡ଼ିକ ତୁଳନାରେ ୧୦% ଅଧିକ ସଂକ୍ରାମକ। ଓମିକ୍ରାନର ସବ ଭାରିଏଣ୍ଟ ବିଏ.୨ ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା। ହେଲେ ଏହାଠାରୁ XE ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ସାରା ପୃଥିବୀ ପାଇଁ ଚିନ୍ତା […]

Omicron

Omicron

Hemant Lenka
  • Published: Saturday, 02 April 2022
  • Updated: 02 April 2022, 04:59 PM IST

Sports

Latest News

ନୂଆଦିଲ୍ଲୀ: ପୁଣିଥରେ ମହାମାରୀ କରୋନାର ଗୋଟିଏ ମ୍ୟୁଟାଣ୍ଟ ସାମ୍ନାକୁ ଆସିଛି। ଏକ୍ସଇ ବା XE ନାଁରେ ସାମ୍ନାକୁ ଆସିଥିବା କରୋନାର ଏହି ନୂଆ ରୂପ ପୂର୍ବ ମ୍ୟୁଣ୍ଟାଣ୍ଟଗୁଡ଼ିକ ତୁଳନାରେ ୧୦% ଅଧିକ ସଂକ୍ରାମକ। ଓମିକ୍ରାନର ସବ ଭାରିଏଣ୍ଟ ବିଏ.୨ ଏଯାଏ ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ବୋଲି କୁହାଯାଉଥିଲା। ହେଲେ ଏହାଠାରୁ XE ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ସାରା ପୃଥିବୀ ପାଇଁ ଚିନ୍ତା ବଢ଼ାଇବା ଭଳି ଖବର ଆସିଛି। ଓମିକ୍ରନର ବିଏ.୨ ସବ ଭାରିଏଣ୍ଟ ଠାରୁ ଅଧିକ ସଂକ୍ରାମକ XE ଭାରିଏଣ୍ଟ ଏବେ ସାମ୍ନାକୁ ଆସିଛି। ଏହା ଉପରେ ଅଧିକ ଗବେଷଣା ଚାଲିଛି। ଏହା ୧୦% ଅଧିକ ସଂକ୍ରାମକ ବୋଲି କୁହାଯାଉଛି।

ଯଦି ନୂଆ ଗବେଷଣା ଏହାକୁ ନିଶ୍ଚିତ କରିବ, ତା’ହେଲେ XE କରୋନାର ସବୁଠାରୁ ଅଧିକ ସଂକ୍ରାମକ ଭାରିଏଣ୍ଟ ଭାବେ ପରିଗଣତି ହେବ। ଏବେ ସାରା ବିଶ୍ୱର ବିଭିନ୍ନ ପ୍ରାନ୍ତରେ ସବ ଭାରିଏଣ୍ଟ ବିଏ.୨ ଚିହ୍ନଟ ହୋଇ ସାରିଲାଣି। ଆମେରିକାରେ ଚିହ୍ନଟ ହେଉଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଶରୀରରୁ ଏହି ଭାରିଏଣ୍ଟ ଠାବ ହେଉଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି।

XE ହେଉଛି ଓମିକ୍ରନର ବିଏ.୧ ଓ ବିଏ.୨ ଭାରିଏଣ୍ଟରର କମ୍ବିନେସନ। ଏହାର ଅର୍ଥ ଓମିକ୍ରନର ଦୁଇଟି ସବ୍‌ ଭାରିଏଣ୍ଟ ମିଳିତ ଭାବେ ଗୋଟିଏ ନୂଆ ରୂପ ଧାରଣ କରିଛନ୍ତି। ବିଏ.୧ ଓ ବିଏ.୨ ଭାବେ ଜଣାଶୁଣା ଏହି ଦୁଇ ଭାରିଏଣ୍ଟ ମିଳିତ ଭାବେ ନୂଆ ଷ୍ଟ୍ରେନରେ ଲୋକଙ୍କୁ ସଂକ୍ରମିତ କରିବା ଆରମ୍ଭ କରିଛନ୍ତି।

ବର୍ତ୍ତମାନ ସୁଦ୍ଧା XE ଭାରିଏଣ୍ଟ ବହୁତ କମ ସ୍ଥାନରୁ ଠାବ ହୋଇଛି। ଜାନୁଆରୀ ୧୯ ତାରିଖରେ ବ୍ରିଟେନରୁ ପ୍ରଥମଥର ପାଇଁ ଏହି କମ୍ବାଇଣ୍ଡ ଭାରିଏଣ୍ଟକୁ ଠାବ କରାଯାଇଥିଲା। ଏହା ଆଗକୁ ବିସ୍ଫୋରକ ରୂପ ଧାରଣ କରିବାର ଆଶଙ୍କା ଥିବା ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଶଙ୍କା କରିଛି।

ବ୍ରିଟେନ ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସିର ଗବେଷଣା ଅନୁଯାୟୀ, ବର୍ତ୍ତମାନ XD,XE ଓ XF ଭାରିଏଣ୍ଟ ଠାବ ହୋଇଛି। ଏସବୁ ଭାରିଏଣ୍ଟ ପୂର୍ବରୁ ମିଳିଥିବା ସବ ଭାରିଏଣ୍ଟର ମିଶ୍ରଣ। XD ହେଉଛି ଡେଲ୍ଟା ଓ ବିଏ.୧ର କମ୍ବିନେସନ ଓ XF ହେଉଛି ଡେଲ୍ଟା ଓ ବିଏ.୨ ଭାରିଏଣ୍ଟର ମିଶ୍ରଣ। ଏହା ପ୍ରଥମେ ବ୍ରିଟେନରେ ଠାବ ହୋଇଥିଲା। କିନ୍ତୁ ଫେବୃଆରୀ ୧୫ ପରେ ଏହାକୁ ସଂକ୍ରମିତଙ୍କ ଶରୀରରୁ ଠାବ କରାଯାଇ ପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos