ବରିଷ୍ଠ ବୈଜ୍ଞାନିକଙ୍କ ଦାବି: ମାର୍ଚ୍ଚ ୧୧ ସୁଦ୍ଧା କରୋନା ଏଣ୍ଡେମିକ୍‌ରେ ପରିଣତ ହୋଇପାରେ

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷରୁ ଅଧିକ ଦିନ ହେଲା ଭାରତ ସମେତ ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତ ପୂର୍ବରୁ କରୋନାର ଦୁଇଟି ଲହର ଦେଖି ସାରିଥିବା ବେଳେ ଏବେ ତୃତୀୟ ୱେଭ ସଂକ୍ରମଣ ବୃଦ୍ଧି କରୁଛି। କରୋନାର ଓମିକ୍ରନ ଭାରିଏଣ୍ଟ ହିଁ ତୃତୀୟ ୱେଭର କାରଣ ସାଜିଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ବରିଷ୍ଠ ସରକାରୀ ବୈଜ୍ଞାନିକ ସମିରନ ପଣ୍ଡା ଆଜି ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ଆଇସିଏମଆରର ମହାମାରୀ […]

Omicron

Omicron

Hemant Lenka
  • Published: Wednesday, 19 January 2022
  • Updated: 19 January 2022, 04:27 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷରୁ ଅଧିକ ଦିନ ହେଲା ଭାରତ ସମେତ ସମଗ୍ର ବିଶ୍ୱରେ ମହାମାରୀ କରୋନା ଆତଙ୍କ ସୃଷ୍ଟି କରିଛି। ଭାରତ ପୂର୍ବରୁ କରୋନାର ଦୁଇଟି ଲହର ଦେଖି ସାରିଥିବା ବେଳେ ଏବେ ତୃତୀୟ ୱେଭ ସଂକ୍ରମଣ ବୃଦ୍ଧି କରୁଛି। କରୋନାର ଓମିକ୍ରନ ଭାରିଏଣ୍ଟ ହିଁ ତୃତୀୟ ୱେଭର କାରଣ ସାଜିଛି।

ଦିନକୁ ଦିନ ସଂକ୍ରମଣ ବଢ଼ୁଥିବା ବେଳେ ବରିଷ୍ଠ ସରକାରୀ ବୈଜ୍ଞାନିକ ସମିରନ ପଣ୍ଡା ଆଜି ବଡ଼ ବୟାନ ଦେଇଛନ୍ତି। ବର୍ତ୍ତମାନ ଆଇସିଏମଆରର ମହାମାରୀ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ପଣ୍ଡା କହିଛନ୍ତି ଯେ ମାର୍ଚ୍ଚ ୧୧ ସୁଦ୍ଧା କୋଭିଡ୍‌ର ଏଣ୍ଡେମିକ ପର୍ଯ୍ୟାୟ ଆରମ୍ଭ ହୋଇଯିବ। ଅର୍ଥାତ ଭାରତବାସୀ କରୋନା କବଳରୁ ଆଶ୍ୱସ୍ତ ପାଇବେ ବୋଲି ସେ କହିଛନ୍ତି।

ଏଣ୍ଡେମିକ ପର୍ଯ୍ୟାୟରେ ଭାରତ ପ୍ରବେଶ କରିବାର ଅର୍ଥ ଦେଶରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣର ସଂକ୍ରମଣ ଜାରି ରହିବ। ଯାହାକୁ ଅତି ସହଜରେ ନିୟନ୍ତ୍ରଣ କରାଯାଇପାରିବ। କିନ୍ତୁ ସଂପୂର୍ଣ୍ଣ ଭାବେ କରୋନା ଦେଶରୁ ଲୋପ ପାଇବ ନାହିଁ।

ବୈଜ୍ଞାନିକ ପଣ୍ଡା ଆହୁରି କହିଛନ୍ତି, “ଯଦି ଆମେ କୌଣସି ଅବହେଳା କରିବା ନାହିଁ କିମ୍ବା କୌଣସି ନୂଆ ଭାରିଏଣ୍ଟ ଆସିବ ନାହିଁ, ତା’ହେଲେ କୋଭିଡ୍‌ ମାର୍ଚ୍ଚ ୧୧ ସୁଦ୍ଧା ଏଣ୍ଡେମିକରେ ପରିଣତ ହୋଇଯିବ। ଓମିକ୍ରନ ଭାରିଏଣ୍ଟ ଦେଶରେ ଡେଲ୍ଟାର ସ୍ଥାନ ନେଲେ କରୋନାର ଏଣ୍ଡେମିକ ପର୍ଯ୍ୟାୟ ଆରମ୍ଭ ହେବ। ଆମ ବିଶ୍ଲେଷଣ ଅନୁଯାୟୀ, ଓମିକ୍ରନ ୩ ମାସ ଧରି ସକ୍ରିୟ ରହିବ। ଏହା ଡିସେମ୍ବର ୧୧ରୁ ଆରମ୍ଭ ହୋଇଛି। ତେଣୁ ମାର୍ଚ୍ଚ ୧୧ ସୁଦ୍ଧାର ଏହାର ପ୍ରଭାବ ହ୍ରାସ ପାଇବ। ମାର୍ଚ୍ଚ ୧୧ ପରଠାରୁ ଆମେ ସମସ୍ତେ କିଛିଟା ଆଶ୍ୱସ୍ତ ପାଇବା।”

ଦିଲ୍ଲୀ ଓ ମୁମ୍ବାଇରେ କରୋନା ତୃତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇ ସାରିଥିବା କୁହାଯାଉଛି। ଏହା ଉପରେ ମଧ୍ୟ ବୈଜ୍ଞାନିକ ପଣ୍ଡା ମତ ରଖିଛନ୍ତି। ସେ କହିଛନ୍ତି, “ଦିଲ୍ଲୀ ଓ ମୁମ୍ବାଇରେ କରୋନାର ପିକ୍‌ ଆସି ସାରିଛି କି ନାହିଁ, ତା’ର ନିଷ୍ପତ୍ତି ପାଇଁ ୨ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଏବେର ଟ୍ରେଣ୍ଡକୁ ଦେଖି କିଛି ବି କୁହାଯାଇ ପାରିବନି। ଦୈନିକ ସଂକ୍ରମଣ ଓ ପଜିଟିଭିଟି ରେଟ୍‌ ଉଭୟ ସହରରେ ହ୍ରାସ ପାଉଛି। ହେଲେ ଏବେ ଠାରୁ କୌଣସି ଆକଳନ କରିବା ସମ୍ଭବ ନୁହେଁ। ଦିଲ୍ଲୀ ଓ ମୁମ୍ବାଇରେ ଓମିକ୍ରନ ଏବଂ ଡେଲ୍ଟାର ଅନୁପାତ ୮୦:୨୦ ରହିଛି।”

ମହାମାରୀର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନଭିନ୍ନ ରାଜ୍ୟ ରହିଛନ୍ତି। ସ୍ଥିତକୁ ଦେଖି ଆଇସିଏମଆର ମଧ୍ୟ ଟେଷ୍ଟିଂ ରଣନୀତିରେ ପରିବର୍ତ୍ତନ କରିଛି। କରୋନା ଭାଇରସର ରୂପ ବଦଳାଉଥିବାରୁ ସେହି ଆଧାରରେ ରଣନୀତି ମଧ୍ୟ ବଦଳୁଛି। ପଣ୍ଡା କହିଛନ୍ତି, “ଆମେ କେବେ ହେଲେ ରାଜ୍ୟଗୁଡ଼ିକ ଟେଷ୍ଟିଂ ହ୍ରାସ କରିବାକୁ କହିନୁ। ଆମେ ଅଧିକରୁ ଅଧିକ ଟେଷ୍ଟିଂ କରିବାକୁ କହିଛୁ। ମହାମାରୀ ତା’ର ଲକ୍ଷଣ ବଦଳାଉଛି। ତେଣୁ ଏହାର ମୁକାବିଲା ପାଇଁ ଆମକୁ ମଧ୍ୟ ବଦଳିବାକୁ ପଡ଼ିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos