୬ ମାସ ପରେ କରୋନା ଯୁଦ୍ଧରୁ ମିଳିବ ଆଶ୍ୱସ୍ତି!

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲା ମହାମାରୀ କରୋନା ସହ ଭାରତବାସୀ କରୁଥିବା ଯୁଦ୍ଧରୁ ଆଶ୍ୱସ୍ତି ମିଳିବ। ଆସନ୍ତା ୬ ମାସ ମଧ୍ୟରେ କରୋନା ଏଣ୍ଡେମିକ୍‌ ପର୍ଯ୍ୟାୟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାଦ୍ୱାରା କରୋନା ଯୁଦ୍ଧ ଆହୁରି ସହଜ ହୋଇପାରିବ। ସେହିପରି କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଏକାକୀ ଦେଶରେ ତୃତୀୟ ଲହର ସଂକ୍ରମଣକୁ ବୃଦ୍ଧି କରିପାରିବ ନାହିଁ। ଆଜି ଏପରି ଆଶ୍ୱସ୍ତକର ଖବର ଦେଇଛନ୍ତି ଏନସିଡିସିର ନିର୍ଦ୍ଦେଶକ ସୁଜିତ ସିଂହ। ସେ କହିଛନ୍ତି, ଆସନ୍ତା ୬ […]

corona

corona

Hemant Lenka
  • Published: Wednesday, 15 September 2021
  • Updated: 15 September 2021, 08:46 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨ ବର୍ଷ ହେଲା ମହାମାରୀ କରୋନା ସହ ଭାରତବାସୀ କରୁଥିବା ଯୁଦ୍ଧରୁ ଆଶ୍ୱସ୍ତି ମିଳିବ। ଆସନ୍ତା ୬ ମାସ ମଧ୍ୟରେ କରୋନା ଏଣ୍ଡେମିକ୍‌ ପର୍ଯ୍ୟାୟରେ ପହଞ୍ଚିବାର ସମ୍ଭାବନା ରହିଛି। ଏହାଦ୍ୱାରା କରୋନା ଯୁଦ୍ଧ ଆହୁରି ସହଜ ହୋଇପାରିବ। ସେହିପରି କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଏକାକୀ ଦେଶରେ ତୃତୀୟ ଲହର ସଂକ୍ରମଣକୁ ବୃଦ୍ଧି କରିପାରିବ ନାହିଁ। ଆଜି ଏପରି ଆଶ୍ୱସ୍ତକର ଖବର ଦେଇଛନ୍ତି ଏନସିଡିସିର ନିର୍ଦ୍ଦେଶକ ସୁଜିତ ସିଂହ।

ସେ କହିଛନ୍ତି, ଆସନ୍ତା ୬ ମାସ ମଧ୍ୟରେ କୋଭିଡ୍ -୧୯ ମହାମାରୀ ଭାରତରେ ଏଣ୍ଡେମିକ ପର୍ଯ୍ୟାୟରେ ପହଞ୍ଚିବ। ଏହାର ଅର୍ଥ ଭାରତରେ ସ୍ୱଳ୍ପ କିମ୍ବା ମଧ୍ୟମ ଧରଣରର ସ୍ତରର ସଂକ୍ରମଣ ସ୍ଥିତି ରହିବ। ତେଣୁ କରୋନା ବିରୋଧରେ ଜାରି ଲଢ଼େଇ ଆହୁରି ସହଜ ହେବ।

ଭାରତରେ ଚାଲିଥିବା ଟିକାକରଣରୁ କରୋନା ବିରୋଧରେ ସୁରକ୍ଷା ମିଳିବ। ଯଦି ମୃତ୍ୟୁହାର ନିୟନ୍ତ୍ରଣରେ ରହିବ, ତା’ହେଲେ ରୋଗକୁ ଆମେ ବେଶ ସହଜରେ ମୁକାବିଲା କରିପାରିବା। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ମଧ୍ୟ ରୋଗର ଗୁରୁତର ପ୍ରଭାବ ପଡ଼ିବ ନାହିଁ। ଟିକା ହେଉଛି କରୋନା ବିରୋଧରେ ସବୁଠାରୁ ବଡ଼ ସୁରକ୍ଷା କବଚ।

ବର୍ତ୍ତମାନ ୭୫ କୋଟି ଡୋଜ୍‌ ଟିକାକରଣ ହୋଇଛି। ଯଦି ଟିକାର ପ୍ରଭାବ ୭୦% ରହୁଛି, ତା’ହେଲେ ପ୍ରାୟ ୫୦ କୋଟି ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ଟିକାର ଗୋଟିଏ ଡୋଜ୍‌ ୩୦ରୁ ୩୧% ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିଥାଏ। ତେଣୁ ଯେଉଁ ୩୦ କୋଟି ଲୋକ ଗୋଟିଏ ଲେଖାଏ ଡୋଜ୍‌ ନେଇଛନ୍ତି, ସେମାନଙ୍କ ଶରୀରରେ ମଧ୍ୟ କିଛି ପରିମାଣର ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି ବୋଲି ଶ୍ରୀ ସିଂହ କହିଛନ୍ତି।

ଟିକା ନେବା ପରେ ମଧ୍ୟ ଜଣେ ବ୍ୟକ୍ତିଙ୍କୁ କୋଭିଡର ଉଚିତ ବ୍ୟବହାର କରିବାକୁ ପଡ଼ିବ। ବ୍ରେକଥ୍ରୁ ଇନଫେକ୍ସନ ବା ଟିକା ନେବା ପରେ ସଂକ୍ରମଣ ହେବାର ଆଶଙ୍କା ରହିଛି। ହେଲେ ଏହା ୨୦ରୁ ୩୦% ଲୋକଙ୍କ କ୍ଷେତ୍ରରେ ଦେଖାଯିବ। ସମସ୍ତଙ୍କ କ୍ଷେତ୍ରରେ ସମାନ ଘଟଣା ଘଟି ନପାରେ ବୋଲି ଶ୍ରୀ ସିଂହ କହିଛନ୍ତି।

ସେ କହିଛନ୍ତି, ନୂଆ ଭ୍ୟାରିଏଣ୍ଟ ପାଇଁ ବ୍ରେକଥ୍ରୁ ଇନଫେକ୍ସନ ହେଉଛି। ବୈଜ୍ଞାନିକମାନେ କହିଛନ୍ତି, ଟିକାର ଉଭୟ ଡୋନ ନେବାର ୭୦ରୁ ୧୦୦ ଦିନ ପରେ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଉଛି। ଏହାଦ୍ୱାରା ସଂକ୍ରମଣ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟାପିବାର ଆଶଙ୍କା ରହିଛି।

ଶ୍ରୀ ସିଂହଙ୍କ କହିବା କଥା ଭାରତରେ ବର୍ତ୍ତମାନ କରୋନାର କୌଣସି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହୋଇନି। ବିଭିନ୍ନ ରାଷ୍ଟ୍ରରେ ଚିନ୍ତା ବଢ଼ାଇଥିବା c1.2 ଓ ମୁ ଷ୍ଟ୍ରେନ ଏଯାଏ ଭାରତରେ ଠାବ ହୋଇନାହିଁ। କେବେ ହେଲେ କେବଳ ଗୋଟିଏ ଭ୍ୟାରିଏଣ୍ଟ ତୃତୀୟ ଲହରର କାରଣ ହୋଇପାରିବ ନାହିଁ। ସବୁକିଛି ଲୋକଙ୍କ ବ୍ୟବହାର ଓ ଆଣ୍ଟିବଡି ଉପରେ ନିର୍ଭର କରୁଛି। ଆଗକୁ ପାର୍ବଣ ଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos