୨୦୨୨ରେ ଛୋଟ ପିଲାଙ୍କ ପାଇଁ ଆସିବ କୋଭୋଭାକ୍ସ

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରିବାକୁ ଥିବା ଆଉ ଏକ କରୋନା ଟିକା କୋଭୋଭାକ୍ସ ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। ହେଲେ ଛୋଟ ପିଲାଙ୍କୁ କୋଭୋଭାକ୍ସ ଟିକା ୨୦୨୨ ମସିହା ଜାନୁଆରୀ କିମ୍ବା ଫେବୃଆରୀ ମିଳିବ ବୋଲି ଆଜି ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି। ସେରମ ଇନଷ୍ଟିଚ୍ୟୁଟକୁ ସରକାର ସବୁ ପ୍ରକାରର ସହାୟତା କରୁଥିବାରୁ ପୁନାୱାଲା ଧନ୍ୟବାଦ ଜଣାପଇଛନ୍ତି। ସେ କହିଛନ୍ତି, “ଆମେ ଭାରତ ସରକାର ଓ ମୋଦିଜୀଙ୍କୁ […]

CoVoVax

CoVoVax

Hemant Lenka
  • Published: Friday, 06 August 2021
  • Updated: 06 August 2021, 08:55 PM IST

Sports

Latest News

ନୂଆଦିଲ୍ଲୀ: ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରିବାକୁ ଥିବା ଆଉ ଏକ କରୋନା ଟିକା କୋଭୋଭାକ୍ସ ଆସନ୍ତା ଅକ୍ଟୋବର ସୁଦ୍ଧା ପ୍ରାପ୍ତ ବୟସ୍କଙ୍କ ପାଇଁ ଉପଲବ୍ଧ ହେବ। ହେଲେ ଛୋଟ ପିଲାଙ୍କୁ କୋଭୋଭାକ୍ସ ଟିକା ୨୦୨୨ ମସିହା ଜାନୁଆରୀ କିମ୍ବା ଫେବୃଆରୀ ମିଳିବ ବୋଲି ଆଜି ସେରମ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି।

ସେରମ ଇନଷ୍ଟିଚ୍ୟୁଟକୁ ସରକାର ସବୁ ପ୍ରକାରର ସହାୟତା କରୁଥିବାରୁ ପୁନାୱାଲା ଧନ୍ୟବାଦ ଜଣାପଇଛନ୍ତି। ସେ କହିଛନ୍ତି, “ଆମେ ଭାରତ ସରକାର ଓ ମୋଦିଜୀଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଉଛୁ। ଟିକା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଭାରତ ସରକାର ସବୁ ପ୍ରକାରର ସହାୟତା କରି ଚାଲିଛନ୍ତି।”

ପୁନାୱାଲା ଆହୁରି କହିଛନ୍ତି ଯେ ତାଙ୍କ କମ୍ପାନୀ ସବୁବେଳେ ଲୋକଙ୍କ ଚାହିଦାକୁ ମେଣ୍ଟାଇବା ପାଇଁ କୋଭିସିଲ୍ଡ ଟିକାର ଉତ୍ପାଦନ ବୃଦ୍ଧି କରିବାକୁ ପ୍ରୟାସ କରୁଛି। ସେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ସଂସଦରେ ଭେଟି ୩୦ ମିନିଟ୍‌ କାଳ ବୈଠକ କରିଥିଲେ। ଏହି ସମୟରେ ଟିକାର ଉତ୍ପାଦନ ବିଷୟରେ ଉଭୟ କଥା ହୋଇଥିବା ଜଣାପଡ଼ିଛି।

ବୈଠକ ପରେ ତାଙ୍କୁ ପିଲାମାନଙ୍କ ପାଇଁ ଟିକା କେବେ ଆସିବ ବୋଲି ପଚାରି ଯାଇଥିଲା। ଏହାର ଉତ୍ତରରେ ସେ କହିଛନ୍ତି, ଛୋଟ ପିଲାମାନଙ୍କ ପାଇଁ କୋଭୋଭାକ୍ସ ଟିକା ଆସନ୍ତା ବର୍ଷ ପ୍ରଥମ କ୍ୱାର୍ଟରରେ ଲଞ୍ଚ ହେବ। ସମ୍ଭବତଃ ଜାନୁଆରୀ କିମ୍ବା ଫେବୃଆରୀରୁ ଏହା ମିଳିବ। ତେବେ ପ୍ରାପ୍ତ ବୟସ୍କଙ୍କ ପାଇଁ ଏହା ଅକ୍ଟୋବରରେ ଲଞ୍ଚ ହେବାର ସମ୍ଭାବନା ରହିଛି। ତଥାପି ସବୁ କିଛି ଡିସିଜିଆଇର ଅନୁମୋଦନ ଉପରେ ନିର୍ଭର କରୁଛି।


ପୂର୍ବ ଟିକା ଗୁଡ଼ିକ ଭଳି କୋଭାଭାକ୍ସ ମଧ୍ୟ ଦୁଇ ଡୋଜ୍‌ ବିଶିଷ୍ଟ ହେବ। ଏହାର ଦାମ ଲଞ୍ଚ ବେଳେ ହିଁ ଜଣାପଡ଼ିବ। ଆମେ କୋଭିସିଲ୍ଡର ଉତ୍ପାଦନ ବୃଦ୍ଧି କରିବାକୁ ଚେଷ୍ଟା କରୁଛୁ। ଏବେ ପ୍ରତିମାସରେ ୧୩୦ ମିଲିୟନ ଡୋଜ୍‌ର ଟିକା ଉତ୍ପାଦନ ହେଉଛି। ତେଣୁ ଖୁବଶୀଘ୍ର ଏହା ବୃଦ୍ଧି ପାଇବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଅମିତ ଶାହଙ୍କ ବ୍ୟତୀତ ଆଜି ପୁନାୱାଲା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ମଧ୍ୟ ଭେଟିଥିଲେ। ମନ୍ତ୍ରୀ ବୈଠକ ବେଳର ଫଟୋ ଟ୍ୱିଟ କରି ଏକ ଭଲ ଆଲୋଚନା ହୋଇଥିବା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos