ଗାଈ ଗିଳି ଦେଲା ସୁନା ଚେନ: ୩୫ ଦିନ କାଳ ଗୋବରକୁ ଘାଣ୍ଟିଲେ, କିନ୍ତୁ..

ବେଙ୍ଗାଲୁରୁ: ଗୋଟିଏ ଅଜବ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକାର ସିର୍ସି ତାଲୁକର ହିପାନାହଲ୍ଲୀରେ ଗୋଟିଏ ଗାଈ ୨୦ ଗ୍ରାମ ଓଜନର ସୁନା ଚେନ୍ ଗିଳି ଦେଇଛି। ଗାଈ ପେଟରୁ ସୁନା ଚେନ୍ ବାହାର କରିବା ପାଇଁ ଏହାର ମାଲିକ ଅନେକ ପ୍ରକାରର ପ୍ରୟାସ କରିଥିଲେ। ଏପରି କି ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦୀର୍ଘ ୩୫ ଦିନ କାଳ ଗାଈର ଗୋବରକୁ ଘାଣ୍ଟିଥିଲେ। ହେଲେ ତାଙ୍କୁ ସୁନା ଚେନ୍ ମିଳି ନଥିଲା। ଶେଷରେ ସେ […]

Cow

Cow

Hemant Lenka
  • Published: Tuesday, 14 December 2021
  • Updated: 14 December 2021, 08:16 AM IST

Sports

Latest News

ବେଙ୍ଗାଲୁରୁ: ଗୋଟିଏ ଅଜବ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକାର ସିର୍ସି ତାଲୁକର ହିପାନାହଲ୍ଲୀରେ ଗୋଟିଏ ଗାଈ ୨୦ ଗ୍ରାମ ଓଜନର ସୁନା ଚେନ୍ ଗିଳି ଦେଇଛି। ଗାଈ ପେଟରୁ ସୁନା ଚେନ୍ ବାହାର କରିବା ପାଇଁ ଏହାର ମାଲିକ ଅନେକ ପ୍ରକାରର ପ୍ରୟାସ କରିଥିଲେ।

ଏପରି କି ସେ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଦୀର୍ଘ ୩୫ ଦିନ କାଳ ଗାଈର ଗୋବରକୁ ଘାଣ୍ଟିଥିଲେ। ହେଲେ ତାଙ୍କୁ ସୁନା ଚେନ୍ ମିଳି ନଥିଲା। ଶେଷରେ ସେ ଡାକ୍ତରଙ୍କ ପାଖକୁ ଯାଇ ଗାଈର ଅସ୍ତ୍ରୋପଚାର କରାଇ ସୁନା ଚେନକୁ ତା’ ପେଟରୁ ବାହାର କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀକାନ୍ତ ହେଗଡେ ନାମକ ଜଣେ ବ୍ୟକ୍ତିଙ୍କ ପାଖରେ ଗୋଟିଏ ୪ ବର୍ଷର ଗାଈ ଓ ବାଛୁରୀ ରହିଛନ୍ତି। ଦୀପାବଳି ଦିନ ସେ ଗାଈ ଓ ବାଛୁରୀଙ୍କ ପୂଜା କରୁଥିଲେ। ଗାଈ ଓ ବାଛୁରୀକୁ ଭଲ ଭାବେ ଗାଧୋଇ ଦେବା ସହ ଶ୍ରୀକାନ୍ତ ଫୁଲ ମାଳ ଦେଇ ସଜାଇଥିଲେ।

ଶ୍ରୀକାନ୍ତ ହେଗଡେଙ୍କ ପରିବାର ଲୋକ ବାଛୁରୀକୁ ୨୦ ଗ୍ରାମ ଓଜନର ସୁନା ଚେନ୍ ମଧ୍ୟ ପରମ୍ପରା ଅନୁସାରେ ପିନ୍ଧାଇଥିଲେ। ପୂଜା ସରିବା ପରେ ବ୍ୟବହୃତ ଫୁଲ ଓ ଅନ୍ୟାନ୍ୟ ଜିନିଷ ସହ ଗାଈକୁ ଖାଇବାକୁ ଦିଆଯାଇଥିଲା। ଭୁଲବଶତଃ ସୁନା ଚେନ ମଧ୍ୟ ଫୁଲ ମଧ୍ୟରେ ରହିଯାଇଥିଲା। ଫୁଲ ଖାଇବା ବେଳେ ଗାଈଟି ସୁନା ଚେନକୁ ମଧ୍ୟ ଗିଳି ଦେଇଥିବା ପରିବାର ଲୋକ ଜାଣିବା ପରେ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଥିଲା।

ଏହାପରେ ପରିବାର ସଦସ୍ୟମାନେ ପ୍ରାୟ ୩୦ରୁ ୩୫ ଦିନ ଯାଏ ଗାଈର ଗୋବରକୁ ଘାଣ୍ଟିବାରେ ଲାଗିଥିଲେ। କିନ୍ତୁ ଗୋବର ଦ୍ୱାରା ଗାଈ ପେଟରୁ ସୁନା ଚେନ୍ ବାହାରି ନଥିଲା। ଶେଷରେ ଶ୍ରୀକାନ୍ତ ଜଣେ ପଶୁ ଡାକ୍ତରଙ୍କ ପାଖକୁ ଯାଇ ସହଯୋଗ ଲୋଡ଼ିଥିଲେ। ସେ ମେଟାଲ ଡିଟେକ୍ଟର ସାହାଯ୍ୟରେ ଗାଈର ପରୀକ୍ଷା କରିବା ସହ ତା’ ପଟରେ ସୁନା ଚେନ୍ ଥିବା ଜାଣିବାକୁ ପାଇଥିଲେ।

ପରିବାରର ଅନୁରୋଧ କ୍ରମେ ଡାକ୍ତର ଜଣଙ୍କ ଗାଈର ଅସ୍ତ୍ରୋପଚାର କରିଥିଲେ। ଏହାପରେ ସୁନା ଚେନ୍ ଗାଈ ପେଟରୁ ବାହରିଛି। କିନ୍ତୁ ସୁନା ଚେନର ଓଜନ ଦୁଇ ଗ୍ରାମ ହ୍ରାସ ପାଇବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ପୂର୍ବରୁ ଏହାର ଓଜନ ୨୦ ଗ୍ରାମ ଥିବା ବେଳେ ଏବେ ଏହା ୧୮ ଗ୍ରାମ ରହିଛି। ଏହାର ଅର୍ଥ ସୁନା ଚେନର କିଛି ଅଂଶ ଏବେ ବି ଗାଈ ପେଟରେ ରହିଛି। ହେଲେ ପରୀକ୍ଷାରୁ ସୁନା ଚେନର ହଜିଥିବା ଅଂଶ ବିଶେଷରେ କୌଣସି ତଥ୍ୟ ମିଳୁନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos