ଫିଲ୍ମ ଷ୍ଟାଇଲରେ ଲୁଟ: ଗୋଡ଼ାଇ ଗୋଡ଼ାଇ ଲୁଟି ନେଲେ ୩ କୋଟି

ମୁମ୍ବାଇ: ଫିଲ୍ମ ଷ୍ଟାଇଲରେ ହୋଇଛି ଲୁଟ। ଜାତୀୟ ରାଜପଥରେ କିଛି ଲୁଟେରା ଗୋଟିଏ ଗାଡ଼ିକୁ ପିଛା କରିବା ସହ ଗୁଳି କରିଥିଲେ। ଏହାପରେ ଗାଡ଼ିରୁ ଲୁଟି ନେଇଛନ୍ତି ୩ କୋଟିରୁ ଅଧିକ ଟଙ୍କା। ପୁଣେରେ ଫିଲ୍ମ ଶୁଟିଂର ଦୃଶ୍ୟ ଭଳି ଲାଗୁଥିବା ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପୁଣେ-ସୋଲାପୁର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତିଙ୍କ କାର୍‌କୁ ଲୁଟେରାମାନେ ଦୀର୍ଘ କିଲୋମିଟର ୪ଟି […]

car

car

Hemant Lenka
  • Published: Saturday, 27 August 2022
  • Updated: 27 August 2022, 02:13 PM IST

ମୁମ୍ବାଇ: ଫିଲ୍ମ ଷ୍ଟାଇଲରେ ହୋଇଛି ଲୁଟ। ଜାତୀୟ ରାଜପଥରେ କିଛି ଲୁଟେରା ଗୋଟିଏ ଗାଡ଼ିକୁ ପିଛା କରିବା ସହ ଗୁଳି କରିଥିଲେ। ଏହାପରେ ଗାଡ଼ିରୁ ଲୁଟି ନେଇଛନ୍ତି ୩ କୋଟିରୁ ଅଧିକ ଟଙ୍କା। ପୁଣେରେ ଫିଲ୍ମ ଶୁଟିଂର ଦୃଶ୍ୟ ଭଳି ଲାଗୁଥିବା ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ପୁଲିସ୍‌ର ସୂଚନା ଅନୁଯାୟୀ, ଗୁରୁବାର ରାତିରେ ପୁଣେ-ସୋଲାପୁର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। ୨ ଜଣ ବ୍ୟକ୍ତିଙ୍କ କାର୍‌କୁ ଲୁଟେରାମାନେ ଦୀର୍ଘ କିଲୋମିଟର ୪ଟି ଗାଡ଼ିରେ ପିଛା କରି ୩ କୋଟି ୬୦ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ପିଛା କରିବା ସମୟରେ ସେମାନେ କିଛି ରାଉଣ୍ଡ ଗୁଳି ମଧ୍ୟ ଚଳାଇଥିଲେ।

ତେବେ ଲୁଟର ଶିକାର ହୋଇଥିବା ଭବେଶ କୁମାର ପଟେଲ ଓ ବିଜୟ ଭାଇ କାହିଁକି ରାତି ସମୟରେ ଏତେ ଟଙ୍କା ନେଇ ଯାଉଥିଲେ, ସେକଥା ଜଣାପଡ଼ିନି। ସେହିପରି ଲୁଟେରାମାନେ କାରରେ ଏତେ ଟଙ୍କା ଥିଲା ବୋଲି କେମିତି ଜାଣିଲେ ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ଭବେଶ ଓ ବିଜୟ ହାୱାଲ କାରବାରେ ମଧ୍ୟ ସଂପୃକ୍ତି ଥିବା କୁହାଯାଉଛି।

ଗୁରୁବାର ବିଳମ୍ବିତ ରାତିରେ ଭବେଶ ଓ ବିଜୟ କାର୍‌ ଯୋଗେ ଯାଉଥିଲେ। ଗୋଟିଏ ହମ୍ପ୍ସ ନିକଟରେ ସେମାନେ କାର୍‌ ଧୀରେ କରିବା କ୍ଷଣି ୪ ଜଣ ଲୋକ ଏହାକୁ ଅଟକାଇବୁ ଚେଷ୍ଟା କରିଥିଲେ। ସେମାନଙ୍କ ହାତରେ ଲୁହା ରଡ ଓ ଅନ୍ୟ ମାରଣାସ୍ତ୍ର ରହିଥିଲେ। ଏହା ଦେଖି ଭବେଶ ଓ ବିଜୟ ଗାଡ଼ିକୁ ଜୋରରେ ନେଇ ଯାଇଥିଲେ।

କିନ୍ତୁ ଲୁଟେରାମାନେ ହଠାତ୍‌ ୨ଟି କାର ଓ ୨ଟି ବାଇକରେ ସେମାନଙ୍କ ପିଛା କରିବା ଆରମ୍ଭ କରି ଦେଇଥିଲେ। ଏହା ଦେଖି ଉଭୟ ଗାଡ଼ିର ସ୍ପିଡକୁ ଆହୁରି ବଢ଼ାଇ ଦେଇଥିଲେ। ଲୁଟେରାମାନେ ମଧ୍ୟ ସେହି ଅନୁସାରେ ସେମାନଙ୍କ ଗାଡ଼ିର ଗତିକୁ ବଢ଼ାଇ ଦୀର୍ଘ କିମି ବାଟ ପିଛା କରିବା ସହ ଗୁଳି ଚଳାଇ ଚଳାଇଥିଲେ। ବାଇକରେ ଥିବା ଲୁଟେରାମାନେ ଗୁଳି ଚଳାଇବାରୁ ଏହା ଗାଡ଼ିରେ ବାଜିଥିଲା। ଫଳରେ ଭବେଶ ଓ ବିଜୟଙ୍କ କାର ରାତି ପ୍ରାୟ ୨ଟା ବେଳେ ପୁଣେର ଇନ୍ଦାପୁରରେ ଅଟକ ଯାଇଥିଲା।

ଲୁଟେରାମାନେ ଉଭୟଙ୍କୁ ମାଡ଼ ମାରିବା ସହ କାରରେ ଥିବା ୩ କୋଟି ୫୦ ଲକ୍ଷ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏନେଇ ଭବେଶ ଓ ବିଜୟ ପୁଲିସର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍ ଲୁଟେରାଙ୍କୁ ଧରିବାରକୁ ଉଦ୍ୟମ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos