ଦ୍ରୌପଦୀଙ୍କ ପାଇଁ କ୍ରସ ଭୋଟିଂ: ବିରୋଧୀ ମେଣ୍ଟରେ ଫାଟ ଜଳଜଳ

ନୂଆଦିଲ୍ଲୀ: ଅଧିକାଂଶ ବିରୋଧୀ ଏକାଠି ହୋଇ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ। ସବୁ ବିରୋଧୀ ଏକାଠି ହୋଇ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ ବୋଲି ବି କହିଥିଲେ। ହେଲେ ବିରୋଧୀଙ୍କ ଏକତା କେତେ ମଜବୁତ ଥିଲା, ସେକଥା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ଜଣାପଡ଼ି ଯାଇଛି। କାରଣ ବିରୋଧୀ ଦଳରେ ଥିବା ଅନେକ ବିଧାୟକ ଓ ସାଂସଦ ନିର୍ବାଚନ ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ […]

draupadi-murmu

draupadi-murmu

Hemant Lenka
  • Published: Friday, 22 July 2022
  • Updated: 22 July 2022, 12:07 PM IST

Sports

Latest News

ନୂଆଦିଲ୍ଲୀ: ଅଧିକାଂଶ ବିରୋଧୀ ଏକାଠି ହୋଇ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରିଥିଲେ। ସବୁ ବିରୋଧୀ ଏକାଠି ହୋଇ ଯଶୱନ୍ତ ସିହ୍ନାଙ୍କୁ ଭୋଟ ଦେବେ ବୋଲି ବି କହିଥିଲେ। ହେଲେ ବିରୋଧୀଙ୍କ ଏକତା କେତେ ମଜବୁତ ଥିଲା, ସେକଥା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପରେ ଜଣାପଡ଼ି ଯାଇଛି।

କାରଣ ବିରୋଧୀ ଦଳରେ ଥିବା ଅନେକ ବିଧାୟକ ଓ ସାଂସଦ ନିର୍ବାଚନ ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଦଳର କଥା ନ ମାନି ସେମାନେ ଦ୍ରୌପଦୀଙ୍କ ସପକ୍ଷରେ କ୍ରସ ଭୋଟିଂ କରିଛନ୍ତି। ଏହି ଘଟଣା ହିଁ ବିରୋଧୀ ମେଣ୍ଟରେ ଥିବା ଫାଟକୁ ପଦାରେ ପକାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବିରୋଧୀ ମେଣ୍ଟରେ ଥିବା ପ୍ରାୟ ୧୨୫ ଜଣ ବିଧାୟକ ଓ ୧୭ ଜଣ ସାଂସଦ ଦଳୀୟ ନିଷ୍ପତ୍ତିକୁ ବେଖାତିର କରି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପନି ନିର୍ବାଚନ ଜିତିବା ପରେ କ୍ରସ ଭୋଟିଂ କଥା ସାମ୍ନାକୁ ଆସିଥିଲା। ମଧ୍ୟପ୍ରଦେଶ ଓ ଆସାମରେ ସର୍ବାଧିକ କ୍ରସ ଭୋଟିଂ ହୋଇଛି। ଏଥିପାଇଁ ବିଜେପି ଶାସିତ ରାଜ୍ୟ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଓ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କ୍ରସ ଭୋଟିଂ କରିଥିବା ନିଜ ରାଜ୍ୟର ବିରୋଧୀ ଦଳ ବିଧାୟକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେରଳରେ ବିଜେପି କିମ୍ବା ଏହାର ସହଯୋଗୀ ଦଳର କୌଣସି ବିଧାୟକ ନାହାନ୍ତି। ତଥାପି ୧୪୦ ବିଧାୟକଙ୍କ ମଧ୍ୟରୁ ଅପ୍ରତ୍ୟାଶିତ ଭାବେ ଜଣଙ୍କ ଭୋଟ ଦ୍ରୌପଦୀ ମୁର୍ମୁଙ୍କ ଖାତାକୁ ଯାଇଛି। ଏଠାରେ କ୍ଷମତାରେ ଥିବା ବାମ ମେଣ୍ଟ ଓ ବିରୋଧୀ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ପକ୍ଷରୁ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା କରାଯାଇଥିଲେ। ତଥାପି ରାଜ୍ୟରେ କ୍ରସ ଭୋଟିଂ ହୋଇଛି। କେରଳରୁ ଗୋଟିଏ ଭୋଟ ପାଇ ବିଜେପି ମଧ୍ୟ ଉତ୍ସାହିତ ହୋଇ ପଡ଼ିଛି। ଏହା ବାକି ୧୩୯ଟି ଭୋଟ ମଧ୍ୟରୁ ସବୁଠାରୁ ମୂଲ୍ୟବାନ ବୋଲି ଦଳ କହିଛି।

ରାଷ୍ଟ୍ରପତି ନିର୍ବାଚନରେ ମୋଟ ବୈଧ ଭୋଟ ମଧ୍ୟରୁ ଶ୍ରୀମତୀ ମୁର୍ମୁ ୬୪% ଭୋଟ ପାଇଥିବା ବେଳେ ଶ୍ରୀ ସିହ୍ନା ୩୬% ଭୋଟ ପାଇଛନ୍ତି। ଆସାମରେ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ୨୫ ଜଣ ବିରୋଧୀ ବିଧାୟକ କ୍ରସ ଭୋଟିଂ କରିଛନ୍ତି। ୧୨୬ ଆସନ ବିଶିଷ୍ଟ ଆସାମ ବିଧାନସଭାରେ ଏନଡିଏ ସଦସ୍ୟଙ୍କ ସଂଖ୍ୟା ୭୯। ଦୁଇ ଜଣ ବିଧାୟକ ଭୋଟ ଦେଇ ନଥିଲେ। ହେଲେ ଏଠାରେ ଦ୍ରୌପଦୀ ମୁର୍ମୁଙ୍କୁ ୧୦୪ ଖଣ୍ଡ ଭୋଟ ମିଳିଛି। ତେଣୁ ବିରୋଧୀ ମେଣ୍ଟରେ ଥିବା ୨୫ ଜଣ ବିଧାୟକ କ୍ରସ ଭୋଟିଂ କରିଛନ୍ତି।

ଏହାପୂର୍ବରୁ ଆସାମରେ ରାଜ୍ୟସଭା ନିର୍ବାଚନ ବେଳେ ମଧ୍ୟ କ୍ରସ ଭୋଟିଂ ହୋଇଥିଲା। ଏଥିପାଇଁ ଶାସକ ବିଜେପି ଦୁଇଟି ଯାକ ଆସନ ଜିତିଥିଲା। ଉଭୟ କଂଗ୍ରେସ ଓ ଏଆଇୟୁଡିଏଫ ପରସ୍ପରକୁ କ୍ରସ ଭୋଟିଂ ପାଇଁ ଦୋଷ ଦେଇଥିଲେ।

ମଧ୍ୟପ୍ରଦେଶରେ ଦ୍ରୌପଦୀ ମୁର୍ମୁ ବିଜେପିର କ୍ଷମତା ଠାରୁ ଅତିରିକ୍ତ ୧୬ ଖଣ୍ଡ ଭୋଟ ପାଇଛନ୍ତି। ସେ ୧୪୬ ଖଣ୍ଡ ଭୋଟ ପାଇଥିବା ବେଳେ ଯଶୱନ୍ତ ସିହ୍ନାଙ୍କ ଖାତାକୁ ୭୯ ଖଣ୍ଡ ଭୋଟ ଯାଇଛି। ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ କହିଛନ୍ତି,“ଦ୍ରୌପଦୀ ମୁର୍ମୁ ବିଜେପିର ସଂଖ୍ୟାଠାରୁ ଅଧିକ ଭୋଟ ରାଜ୍ୟରୁ ପାଇଛନ୍ତି। ଅନ୍ୟ ପାର୍ଟିର ବିଧାୟକମାନେ ନିଜ ଅର୍ନ୍ତଆତ୍ମାକୁ ଶୁଣିଛନ୍ତି ଓ ଆମ ପ୍ରାର୍ଥୀଙ୍କୁ ଭୋଟ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ।”

ମମତା ବାନାର୍ଜୀଙ୍କ ବେଙ୍ଗଲରେ ବି କ୍ରସ ଭୋଟିଂ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ ବିଜେପିର ୬୯ ଜଣ ବିଧାୟକ ଥିଲେ। ହେଲେ ଦ୍ରୌପଦୀ ମୁର୍ମୁ ୭୧ ଖଣ୍ଡ ଭୋଟ ପାଇଛନ୍ତି। ନିଜ ଜନ୍ମ ସ୍ଥାନ ଝାରଖଣ୍ଡରେ ମଧ୍ୟ ଯଶୱନ୍ତ ସିହ୍ନା ବିରୋଧୀ ଦଳର ସବୁ ଭୋଟ ପାଇ ନାହାନ୍ତି। ରାଜ୍ୟର ୮୧ ଜଣ ବିଧାୟକଙ୍କ ମଧ୍ୟରୁ ମାତ୍ର ୯ ଜଶ ହିଁ ଶ୍ରୀ ସିହ୍ନାଙ୍କୁ ଭୋଟ ଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୧୬୪ ଖଣ୍ଡ ଭୋଟ ପାଇ ଆସ୍ଥା ଭୋଟ ଜିତିଥିଲେ। ଏହା ଏନଡିଏର ସଂଖ୍ୟା। କିନ୍ତୁ ରାଜ୍ୟର ୧୮୧ ଜଣ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଏହାବାଦ ବିହାରର ୬ ଜଣ, ଛତିଶଗଡ଼ର ୬ ଜଣ, ଗୋଆର ୪ ଜଣ ଓ ଗୁଜରାଟର ୧୦ ଜଣ ବିରୋଧୀ ଦଳ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି। ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ନାଗାଲ୍ୟାଣ୍ତରେ ଯଶୱନ୍ତ ସିହ୍ନା ଗୋଟିଏ ବି ଭୋଟ ପାଇ ନାହାନ୍ତି।

ସୂଚନାଯୋଗ୍ୟ, ଗୁରୁବାର ପ୍ରାୟ ୧୦ ଘଣ୍ଟାର ଗଣତି ପରେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ଜିତିଥିବା ଘୋଷଣା କରାଯାଇଥିଲା। ଦ୍ରୌପଦୀ ମୁର୍ମୁଙ୍କୁ ୨୮୨୪ ଜଣ ସାଂସଦ ଓ ବିଧାୟକ ଭୋଟ ଦେଇଥିବା ବେଳେ ଶ୍ରୀ ସିହ୍ନାଙ୍କ ସପକ୍ଷରେ ୧୮୭୭ ଖଣ୍ଡ ଭୋଟ ପଡ଼ିଥିଲା। ଶ୍ରୀମତୀ ମୁର୍ମୁଙ୍କ ଭୋଟ ମୂଲ୍ୟ ୬,୭୬,୮୦୩ ଓ ଶ୍ରୀ ସିହ୍ନାଙ୍କ ଭୋଟ ମୂଲ୍ୟ ୩,୮୦,୧୭୭ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story