ମୋଦି ସରକାରଙ୍କ ବଡ଼ ଘୋଷଣା: ବ୍ୟାଙ୍କ ବୁଡ଼ିଲେ ୯୦ ଦିନରେ ମିଳିବ ଜମାକାରୀଙ୍କ ଟଙ୍କା

ନୂଆଦିଲ୍ଲୀ: ଯଦି କୌଣସି କାରଣରୁ ବ୍ୟାଙ୍କ ବୁଡ଼ି ଯାଉଥିବା କିମ୍ବା କଟକଣା ଲାଗୁ ହେଉଥିବା, ତା’ହେଲେ ଜମାକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି ସେଭଳି ଗ୍ରାହକଙ୍କ ପାଇଁ ମୋଦି ସରକାର ଖୁସି ଖବର ଆଣିଛନ୍ତି। ଯଦି କୌଣସି କାରଣରୁ ବ୍ୟାଙ୍କଗୁଡ଼ିକ ବନ୍ଦ ହୋଇଯାଏ କିମ୍ବା ଆର୍ଥିକ ସମସ୍ୟାରେ ଫସେ, ତା’ହେଲେ ଗ୍ରାହକଙ୍କୁ ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ। ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା […]

Money

Money

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 07:11 PM IST

Sports

Latest News

ନୂଆଦିଲ୍ଲୀ: ଯଦି କୌଣସି କାରଣରୁ ବ୍ୟାଙ୍କ ବୁଡ଼ି ଯାଉଥିବା କିମ୍ବା କଟକଣା ଲାଗୁ ହେଉଥିବା, ତା’ହେଲେ ଜମାକାରୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି ସେଭଳି ଗ୍ରାହକଙ୍କ ପାଇଁ ମୋଦି ସରକାର ଖୁସି ଖବର ଆଣିଛନ୍ତି। ଯଦି କୌଣସି କାରଣରୁ ବ୍ୟାଙ୍କଗୁଡ଼ିକ ବନ୍ଦ ହୋଇଯାଏ କିମ୍ବା ଆର୍ଥିକ ସମସ୍ୟାରେ ଫସେ, ତା’ହେଲେ ଗ୍ରାହକଙ୍କୁ ୯୦ ଦିନ ମଧ୍ୟରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିବ।

ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ଡିଆଇସିଜିସି ଆଇନ ୧୯୬୧ରେ ପରିବର୍ତ୍ତନ କରିଛି। ଏ ସଂକ୍ରାନ୍ତ ବିଲ୍‌କୁ କ୍ୟାବିନେଟ ଅନୁମୋଦନ ଦେଇଥିବା ବେଳେ ସଂସଦର ମୌସୁମୀ ଅଧିବେଶନରେ ଉପସ୍ଥାପନ କରାଯିବ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ପ୍ରସ୍ତାବିତ ବିଧେୟକ ସମସ୍ତ ସରକାରୀ ଘରୋଇ, ଗ୍ରାମ୍ୟ ଉନ୍ନୟନ ଓ ଏପରି କି ଭାରତରେ ବ୍ରାଞ୍ଚ ଖୋଲିଥିବା ବିଦେଶୀ ବ୍ୟାଙ୍କ ଗୁଡ଼ିକ ପାଇଁ ଲାଗୁ ହେବ।

ଯଦି କୌଣସି ବ୍ୟାଙ୍କ ଆର୍ଥିକ ସମସ୍ୟାରେ ଫସିବ କିମ୍ବା ଏହା ଉପରେ ଆରବିଆଇ କଟକଣା ଲଗାଇବ, ତା’ହେଲେ ଜମାକାରୀଙ୍କୁ ୫ ଲକ୍ଷ ଟଙ୍କା ଯାଏ ବୀମା ମିଳିବ। ଜମା ଓ ସୁଧକୁ ମିଶାଇ ୫ ଲକ୍ଷ ଟଙ୍କା ହେଉଥିଲେ, ଏହି ସୁବିଧା ମିଳିବ। ଏହା ଦ୍ୱାରା ଦେଶର ୯୮.୩% ବ୍ୟାଙ୍କ ଗ୍ରାହକ ସେମାନଙ୍କ ଜମା ଟଙ୍କାର ସୁରକ୍ଷା ପାଇ ପାରିବେ।

ସାଧାରଣତଃ ବ୍ୟାଙ୍କ ବୁଡ଼ି ଗଲେ ସବୁ ପ୍ରକାରର କାର୍ଯ୍ୟକ୍ରମ ଶେଷ କରି ଲୋକଙ୍କୁ ଟଙ୍କା ଦେବାକୁ ୮ରୁ ୧୦ ବର୍ଷ ସମୟ ଲାଗୁଥିଲା। କିନ୍ତୁ ଏବେ ମୋରାଟରିୟମ ଲାଗୁ ହେବାର ୯୦ ଦିନ ମଧ୍ୟରେ ଜମାକାରୀଙ୍କୁ ୫ ଲକ୍ଷ ଟଙ୍କା ଯାଏ ବୀମା ରାଶି ମିଳିବ। ମୋରାଟରିୟମ ଲାଗୁ ହେବାର ପ୍ରଥମ ୪୫ ଦିନ ମଧ୍ୟରେ ବ୍ୟାଙ୍କ ପକ୍ଷରୁ ସବୁ କିଛି ବୀମା କମ୍ପାନୀକୁ ହ୍ୟାଣ୍ଡଓଭର କରିବାକୁ ପଡ଼ିବ। ଏହାର ୪୫ ଦିନ ପରେ ଜମାକାରୀଙ୍କୁ ସେମାନଙ୍କ ବୀମା ଅର୍ଥ ମିଳିଯିବ। ବ୍ୟାଙ୍କ ସମସ୍ୟା ସହ ଗ୍ରାହକଙ୍କ କୌଣସି ସମ୍ପର୍କ ରହିବ ନାହିଁ ବୋଲି ସେ କହିଛନ୍ତି।

ପୂର୍ବରୁ ୧ ଲକ୍ଷ ଟଙ୍କା ଯାଏ ଜମା ରାଶି ଉପରେ ବୀମା ମିଳୁଥିଲା। ତେବେ ଚଳିତ ବର୍ଷ ବଜେଟ ଉପସ୍ଥାପନ ବେଳେ ଏହାକୁ ୫ ଲକ୍ଷ ଟଙ୍କା ଯାଏ ବୃଦ୍ଧି କରାଯାଇଥିଲା। ଏବେ ଏହି ଅର୍ଥକୁ ୯୦ ଦିନ ମଧ୍ୟରେ ଜମାକାରୀଙ୍କୁ ଦେବାକୁ ନିଷ୍ପତ୍ତି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story