ପ୍ରେମ ପାଇଁ ଦଳିତ ଯୁବକଙ୍କୁ ପିଟିପିଟି ହତ୍ୟା, ଘର ଆଗରେ ଫୋପାଡ଼ିଲେ ଶବ

ଜୟପୁର: ବିବାହିତା ମହିଳାଙ୍କୁ ପ୍ରେମ କରି ଜୀବନ ହରାଇଛନ୍ତି ଜଣେ ଦଳିତ ଯୁବକ। ପ୍ରେମ ପାଇଁ ଉକ୍ତ ଯୁବକଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଏହାପରେ ତାଙ୍କ ଘର ଆଗରେ ଶବକୁ ଫୋପାଡ଼ି ଦେଇଛନ୍ତି। ଘଟଣାର ୩ ଦିନ ପରେ ପୁଲିସ୍‌ ରବିବାର ପୀଡ଼ିତଙ୍କ ପରିବାରକୁ ଭେଟି ୪,୧୨,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ରାଜସ୍ଥାନର ହନୁମାନଗଡ଼ରେ ଏପରି ଘଟଣା ଘଟିଛି। ପୁଲିସ୍‌ ପକ୍ଷରୁ ପୂରା ଘଟଣାରେ ହତ୍ୟା, ଅପହରଣ ଓ ଏସ୍‌ସି/ଏସ୍‌ଟି ଆଇନ […]

Lynching

Lynching

Hemant Lenka
  • Published: Monday, 11 October 2021
  • Updated: 11 October 2021, 10:34 AM IST

Sports

Latest News

ଜୟପୁର: ବିବାହିତା ମହିଳାଙ୍କୁ ପ୍ରେମ କରି ଜୀବନ ହରାଇଛନ୍ତି ଜଣେ ଦଳିତ ଯୁବକ। ପ୍ରେମ ପାଇଁ ଉକ୍ତ ଯୁବକଙ୍କୁ କିଛି ଲୋକ ପିଟିପିଟି ହତ୍ୟା କରିଛନ୍ତି। ଏହାପରେ ତାଙ୍କ ଘର ଆଗରେ ଶବକୁ ଫୋପାଡ଼ି ଦେଇଛନ୍ତି। ଘଟଣାର ୩ ଦିନ ପରେ ପୁଲିସ୍‌ ରବିବାର ପୀଡ଼ିତଙ୍କ ପରିବାରକୁ ଭେଟି ୪,୧୨,୦୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛି। ରାଜସ୍ଥାନର ହନୁମାନଗଡ଼ରେ ଏପରି ଘଟଣା ଘଟିଛି।

ପୁଲିସ୍‌ ପକ୍ଷରୁ ପୂରା ଘଟଣାରେ ହତ୍ୟା, ଅପହରଣ ଓ ଏସ୍‌ସି/ଏସ୍‌ଟି ଆଇନ ଅନୁସାରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଜଣେ ନାବାଳକଙ୍କ ସମେତ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନଙ୍କୁ ଖୋଜିବାରେ ଲାଗିଛି। କିଛି ଦିନ ତଳେ ସୋଶାଲ ମିଡିଆରେ ଗୋଟିଏ ଭାଇରାଲ ହେବାରେ ଲାଗିଥିଲା।

ଏଥିରେ ଜଣେ ଯୁବକଙ୍କୁ କିଛି ଲୋକ କାଠ ଫାଳିଆରେ ଅତ୍ୟନ୍ତ ନିର୍ମମ ଭାବେ ପିଟିପିଟି ହତ୍ୟା କରୁଥିବା ଦୃଶ୍ୟ ରହିଥିଲା। ହତ୍ୟା କରିବା ପରେ ଯୁବଙ୍କ ମୃତଦେହକୁ ସେମାନଙ୍କ ଘର ଆଗରେ ଫୋପାଡ଼ି ଦିଆଯାଇଥିଲା। ଘଟଣା ପରେ ପୀଡ଼ିତଙ୍କ ପରିବାର ଜିଲ୍ଲା ହସ୍ପିଟାଲ ବାହାରେ ଧାରଣାରେ ବସିବା ସହ ନ୍ୟାୟ ପାଇଁ ଦାବି କରିଥିଲେ।

ଘଟଣା ଘଟିଥିବା ହନୁମାନଗଡ଼ ଅନ୍ତର୍ଗତ ପିଲିବାଙ୍ଗା ପୁଲିସ୍‌ ଷ୍ଟେସନର ଅଧିକାରୀ ଇନ୍ଦର କୁମାର କହିଛନ୍ତି, ପୀଡ଼ିତଙ୍କ ପରିବାର ନ୍ୟାୟ ପାଇବେ ବୋଲି ଆମେ ପ୍ରତିଶ୍ରୁତି ଦେଇଛୁ। ଘଟଣାରେ ସାମିଲ ଥିବା ସମସ୍ତଙ୍କୁ ଲୋକଙ୍କୁ ଦଣ୍ଡ ଦିଆଯିବ। କାହାକୁ ବି ଛଡ଼ା ଯିବ ନାହିଁ।

ପୀଡ଼ିତ ଜଗଦୀଶ ମେଘୱାଲ ତାଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପ୍ରେମ କରୁଥିଲେ। ମହିଳା ଜଣଙ୍କ ପାରିବାରିକ ଝଗଡ଼ା ଯୋଗୁ ତାଙ୍କ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଯାଇଥିଲେ। ଅକ୍ଟୋବର ୭ରେ ଜଗଦୀଶ ମହିଳା ଜଣଙ୍କୁ ଭେଟିବା ପାଇଁ ସେ ରହୁଥିବା ସୁରତଗଡ଼ ସ୍ଥିତ ଭଡ଼ା ଘରେ ପହଞ୍ଚିଥିଲେ।

ଏହା ଜଣାପଡ଼ିବା ପରେ ମହିଳାଙ୍କ ସ୍ୱାମୀ ଓ ଅନ୍ୟ ୧୦ ଜଣ ସୁରତଗଡ଼ରୁ ଜଗଦୀଶଙ୍କୁ ଅପହରଣ କରିନେଇଥିଲେ। ସେଠାରୁ ତାଙ୍କୁ ଗୋଟିଏ ଫାର୍ମ ହାଉସକୁ ନିଆଯାଇ ପ୍ରବଳ ମାଡ଼ ମରାଯାଇଥିଲା। କାଠଫାଳିଆରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ସମ୍ଭବତଃ ସେହିଠାରେ ଜଗଦୀଶଙ୍କ ମୃତ୍ୟୁ ଘଟିଥିଲା।

ଏହାପରେ ସେମାନ ମୃତଦେହକୁ ତାଙ୍କ ଘର ଆଗରେ ଫୋପାଡ଼ି ଦେଇଥିଲେ। ପରିବାର ଲୋକ ଜଗଦୀଶଙ୍କୁ ହସ୍ପିଟାଲ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ପୂରା ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story