ଦାଉଦର ଘନିଷ୍ଠ ସହଯୋଗୀ ଡାନିଶ ମରଚାଣ୍ଟକୁ ମୁମ୍ବାଇ ଆଣିଲା ଏନସିବି

ମୁମ୍ବାଇ: ଫିଲ୍ମ ସିଟି ମୁମ୍ବାଇରେ ଚାଲିଥିବା ଡ୍ରଗ୍ସ କାରବାରକୁ ଶକ୍ତ ଝଟକା ଲାଗିଛି। ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ସହଯୋଗୀ ଡାନିଶ ମରଚାଣ୍ଟକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ମୁମ୍ବାଇ ଆଣିଛି। ଏବେ ଡ୍ରଗ୍ସ ରାକେଟର ପୂରା ଗୁମର ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି। ଡାନିଶ ମରଚାଣ୍ଟ ଓରଫ ଡାନିଶ ଚିକନା କିଛି ଦିନ ତଳେ ରାଜସ୍ଥାନରେ ଗିରଫ ହୋଇଥିଲା। ଦାଉଦର ଅନ୍ୟତମ ସହଯୋଗୀ ଚିଙ୍କୁ ପଠାନ ଓ […]

Danish-Merchant

Danish-Merchant

Hemant Lenka
  • Published: Thursday, 08 April 2021
  • Updated: 08 April 2021, 04:38 PM IST

Sports

Latest News

ମୁମ୍ବାଇ: ଫିଲ୍ମ ସିଟି ମୁମ୍ବାଇରେ ଚାଲିଥିବା ଡ୍ରଗ୍ସ କାରବାରକୁ ଶକ୍ତ ଝଟକା ଲାଗିଛି। ଡ୍ରଗ୍ସ କାରବାରରେ ଗିରଫ ହୋଇଥିବା ଅଣ୍ଡର ୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମର ସହଯୋଗୀ ଡାନିଶ ମରଚାଣ୍ଟକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ମୁମ୍ବାଇ ଆଣିଛି। ଏବେ ଡ୍ରଗ୍ସ ରାକେଟର ପୂରା ଗୁମର ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି। ଡାନିଶ ମରଚାଣ୍ଟ ଓରଫ ଡାନିଶ ଚିକନା କିଛି ଦିନ ତଳେ ରାଜସ୍ଥାନରେ ଗିରଫ ହୋଇଥିଲା।

ଦାଉଦର ଅନ୍ୟତମ ସହଯୋଗୀ ଚିଙ୍କୁ ପଠାନ ଓ ଅରିଫ ଭୁଜୱାଲାକୁ ଜେରା କରିବା ପରେ ଡାନିଶର ନାଁ ସାମ୍ନାକୁ ଆସିଥିଲା। ଡାନିଶ ହେଉଛି ଡୋଙ୍ଗ୍ରୀର ଗ୍ୟାଙ୍ଗଷ୍ଟର ୟୁସୁଫ ମରଚାଣ୍ଟ ଓରଫ ୟୁସୁଫ ଚିକନାର ପୁଅ। ୟୁସୁଫର ଗ୍ୟାଙ୍ଗ ମଧ୍ୟ ୮୦ ଓ ୯୦ ଦଶକରେ ଦାଉଦ ସହ ମିଶି କାର୍ଯ୍ୟ କରୁଥିଲା।

ଚଳିତ ବର୍ଷ ମାର୍ଚ୍ଚରେ ମୁମ୍ବାଇରେ ଥିବା ଗୋଟିଏ ଲ୍ୟାବ୍‌ରେ ଏନସିବି ରେଡ୍‌ କରିଥିଲା। ଏହି ଲ୍ୟାବଟିକୁ ଡାନିଶ ଚଳାଉଥିଲେ ହେଁ ରେଡ୍‌ ବେଳେ ସେ ଖସି ଯାଇଥିଲା। ମୁମ୍ବାଇରୁ ସେ ରାଜସ୍ଥାନକୁ ଖସି ଯାଇ ସେଠାରେ ଆତ୍ମଗୋପନ କରିଥିଲା। ପ୍ରଥମେ ତା’କୁ ଆଜମେରରେ ଠାବ କରାଯାଇଥିଲା।

କିନ୍ତୁ ସେ ବୋଣ୍ଡି ଜିଲ୍ଲା ଦେଇ କୋଟା ଆଡ଼େ ଚାଲି ଯାଇଥିଲା। ତେବେ ଦୀର୍ଘ ୧୨ଶହ କିମି ବାଟ ପିଛା କରି ପୁଲିସ୍‌ ତା’କୁ ଗୋଟିଏ ଚେକ୍‌ପୋଷ୍ଟ ନିକଟରୁ ଗିରଫ କରିଥିଲା। ଗିରଫ ବେଳେ ତା’ ପାଖରୁ ୨୦୦ ଗ୍ରାମ ଡ୍ରଗ୍ସ ବି ମିଳିଥିଲା।

ତା’କୁ ଗିରଫ କରିବା ପରେ କୋଟା ପୁଲିସ୍‌ ରିମାଣ୍ଡରେ ନେଇଥିଲା। ତା’ ରିମାଣ୍ଡ ଶେଷ ହେବାରୁ ଏନସିବି ଟ୍ରାଞ୍ଜିଟ୍‌ ରିମାଣ୍ଡ ପାଇଁ ଆବେଦନ କରିଥିଲା ଓ ବୁଧବାର ଏଥିପାଇଁ ଅନୁମତି ମିଳିଥିଲା। ଗୁରୁବାର ଏନସିବି ତା’କୁ ନିଜ ହେପାଜତରେ ରଖିବା ପରେ ଶୁକ୍ରବାର କୋର୍ଟରେ ହାଜର କରି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos