ଘଟଣାର ଫାଇଲ ସିବିଆଇ ପୁଣି ଖୋଲୁ ବୋଲି କହିଲେ ଫାଶୀ ଦଣ୍ଡ ପାଇଥିବା ଶବନମ

ବିଜନୋର: ଉତ୍ତର ପ୍ରଦେଶର ଅମରୋହରେ ନିଜ ପରିବାରର ୭ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ଫାଶୀ ଦଣ୍ଡ ପାଇଥିବା ଶବନମ ଏବେ ନୂଆ ଦାବି କରିଛନ୍ତି। ପୂରା ଘଟଣାର ତଦନ୍ତ ସିବିଆଇ ପୁଣିଥରେ କରୁ ବୋଲି ସେ ଅନୁରୋଧ କରିଛନ୍ତି। ପରିବାରର ୭ ଜଣଙ୍କୁ ହତ୍ୟା କରିବା ପରେ ଶବନମଙ୍କୁ ଜେଲ ହୋଇଥିଲା। ଜେଲ ଭିତରେ ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏବେ ଉକ୍ତ ପୁଅର ଦେଖାଶୁଣା କରୁଥିବା ଅଭିଭାବକ […]

shabnam

shabnam

Hemant Lenka
  • Published: Tuesday, 23 February 2021
  • Updated: 23 February 2021, 03:29 PM IST

Sports

Latest News

ବିଜନୋର: ଉତ୍ତର ପ୍ରଦେଶର ଅମରୋହରେ ନିଜ ପରିବାରର ୭ ଜଣଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ଘଟଣାରେ ଫାଶୀ ଦଣ୍ଡ ପାଇଥିବା ଶବନମ ଏବେ ନୂଆ ଦାବି କରିଛନ୍ତି। ପୂରା ଘଟଣାର ତଦନ୍ତ ସିବିଆଇ ପୁଣିଥରେ କରୁ ବୋଲି ସେ ଅନୁରୋଧ କରିଛନ୍ତି।

ପରିବାରର ୭ ଜଣଙ୍କୁ ହତ୍ୟା କରିବା ପରେ ଶବନମଙ୍କୁ ଜେଲ ହୋଇଥିଲା। ଜେଲ ଭିତରେ ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ଏବେ ଉକ୍ତ ପୁଅର ଦେଖାଶୁଣା କରୁଥିବା ଅଭିଭାବକ ଜଣଙ୍କୁ ଶବନମ ଏପରି କହିଛନ୍ତି। ଏଥିସହ ଉତ୍ତର ପ୍ରଦେଶ ରାଜ୍ୟପାଳଙ୍କ ନିକଟରେ ଶବନମ ପୁନଃ ରାଜକ୍ଷମା ମଧ୍ୟ ଆବେଦନ କରିଛନ୍ତି।

ରବିବାର ଦିନ ରାମପୁର ଜେଲ୍‌ରେ ଥିବା ଶବନମଙ୍କୁ ଭେଟିବା ପାଇଁ ତାଙ୍କ ୧୨ ବର୍ଷୀୟ ପୁଅ ଓ ଅଭିଭାବକ ଜଣଙ୍କ ଯାଇଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ସେମାନେ ଶବନମଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଶବନମ କହିଛନ୍ତି ଯେ ତାଙ୍କୁ ମିଥ୍ୟା ଘଟଣାରେ ଫସାଇ ଦିଆଯାଇଛି। ତେଣୁ ରାଜ୍ୟ ଓ କେନ୍ଦ୍ର ସରକାର ଘଟଣାର ସିବିଆଇ ତଦନ୍ତ କରନ୍ତୁ। ଶବନମ ତାଙ୍କ ଓକିଲଙ୍କ ଜରିଆରେ ଉତ୍ତର ପ୍ରଦେଶ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କ ନିକଟରେ କ୍ଷମା ଆବେଦନ ଦାଖଲ ମଧ୍ୟ କରିଛନ୍ତି।

ବୟଫ୍ରେଣ୍ଡଙ୍କ ସହ ମିଶି ଶବନମ ତାଙ୍କ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରିଥିଲେ। ଏଥିପାଇଁ ସେମାନଙ୍କୁ ଫାଶୀ ଦଣ୍ଡ ମିଳିଛି। ଘଟଣା ବେଳେ ସେ ଗର୍ଭବତୀ ଥିଲେ। ୨୦୦୮ ମସିହା ଡିସେମ୍ବର ମାସରେ ଶବନମ ଜେଲ୍‌ ମଧ୍ୟରେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ।

ଏହି ହତ୍ୟାକାଣ୍ଡ ପଛର କାରଣ ଥିଲା ଶବନମଙ୍କ ପ୍ରେମିକ ସଲୀମ୍। ଶବନମ ସଲୀମକୁ ଖୁବ୍ ଭଲ ପାଉଥିଲା। ଗୋଟିଏ ପଟେ ସଲୀମ୍ ଷଷ୍ଠ ଫେଲ୍ ହୋଇଥିବା ବେଳେ ଶବନମ ଦୁଇଥର ମାଷ୍ଟର ଡିଗ୍ରୀ ସାଙ୍ଗକୁ ଏକ ପ୍ରାଇମେରୀ ସ୍କୁଲରେ ପାଠ ମଧ୍ୟ ପଢ଼ାଉଥିଲା। ଏହି କାରଣରୁ ଶବନମର ପରିବାର ଲୋକେ ସଲୀମକୁ ଗ୍ରହଣ କରିବାକୁ ରାଜି ନଥିଲେ।

ପରିବାର ଲୋକଙ୍କ ବିରୋଧରେ ଭୀଷଣ ରାଗି ଯାଇଥିଲା ଶବନମ୍। ଯାହା ପରେ ଶବନମ୍ ନିଜ ପ୍ରେମିକକୁ ଲଗାଇ ନିଜ ପରିବାରକୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ। ଏପ୍ରିଲ୍ ୧୫, ୨୦୦୮ର ବିଳମ୍ବିତ ରାତିରେ ଶବନମ ନିଜ ପରିବାର ଲୋକଙ୍କୁ ପ୍ରଥମେ କ୍ଷୀରରେ ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ। ଯାହା ପରେ ସଲୀମର ସହାୟତାରେ ସେ ନିଜର ମାତା ପିତା, ଦୁଇ ଭାଇ, ଭାଉଜ, ମାଉସୀର ପୁଅ ଓ ଭଣଜାଙ୍କୁ କୁରାଢୀରେ କାଟି ରକ୍ତର ହୋଲି ଖେଳିଥିଲା। ଏପରି କି ଶବନମ ମଧ୍ୟ ନିଜର ୧୦ମାସର ଭାଣିଜୀକୁ ବି ଛାଡ଼ିନଥିଲେ। ଏହି ନରସଂହାରର ଚାରିଦିନ ପରେ ଅର୍ଥାତ୍ ଏପ୍ରିଲ୍ ୧୯, ୨୦୦୮ରେ ଶବନମ ଓ ସଲୀମଙ୍କୁ ଗିରଫ କରାଯାଇଥିଲା।

ଏହି ମାମଲାର ଶୁଣାଣି ୨୭ ମାସ ଧରି ଚାଲିଥିଲା। ଯାହା ପରେ ଜିଲ୍ଲା ଓ ସେସନ୍ କୋର୍ଟ ଜୁଲାଇ ୧୪, ୨୦୧୦ରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ଏହି ମାମଲାରେ ସାକ୍ଷୀଙ୍କୁ ୬୪୯ ପ୍ରଶ୍ନ କରାଯାଇଥିଲା। ତେବେ ସ୍ୱାଧୀନ ଭାରତରେ ପ୍ରଥମଥର କୌଣସି ମହିଳାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story