ସୋମବାର ଠାରୁ ପୂର୍ଣ୍ଣ କ୍ଷମତାରେ ଚାଲିବ ସିନେମା ହଲ

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରଭାବ କମୁଥିବାରୁ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର। ଆସନ୍ତା ସୋମବାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଓ ଥିଏଟର ଗୁଡ଼ିକ ପୂର୍ଣ୍ଣ କ୍ଷମତାର ଦର୍ଶକଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ସେହିପରି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ) ବାହାଘରରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରିଛି। ପୂର୍ବରୁ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଯୋଗ ଦେଇପାରିବାର ବ୍ୟବସ୍ଥା ଥିଲା। କିନ୍ତୁ ଏବେ ଏହା ୨୦୦କୁ ବୃଦ୍ଧି […]

cinema

cinema

Hemant Lenka
  • Published: Friday, 29 October 2021
  • Updated: 29 October 2021, 08:14 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନାର ପ୍ରଭାବ କମୁଥିବାରୁ ବଡ଼ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ସରକାର। ଆସନ୍ତା ସୋମବାରୁ ଦିଲ୍ଲୀରେ ଥିବା ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ ଓ ଥିଏଟର ଗୁଡ଼ିକ ପୂର୍ଣ୍ଣ କ୍ଷମତାର ଦର୍ଶକଙ୍କୁ ନେଇ କାର୍ଯ୍ୟକ୍ଷମ ହେବ। ସେହିପରି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ(ଡିଡିଏମ) ବାହାଘରରେ ଯୋଗ ଦେଉଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରିଛି।

ପୂର୍ବରୁ ବାହାଘର କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ ଜଣ ଯୋଗ ଦେଇପାରିବାର ବ୍ୟବସ୍ଥା ଥିଲା। କିନ୍ତୁ ଏବେ ଏହା ୨୦୦କୁ ବୃଦ୍ଧି କରାଯାଇଛି।

ଡିଡିଏମ କହିଛି, ସୋମବାର ଠାରୁ ସିନେମା ହଲ, ଥିଏଟର ଓ ମଲ୍ଟିପ୍ଲେକ୍ସ ଗୁଡ଼ିକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯିବ। କିନ୍ତୁ ସେଠାରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଜାରି କଟକଣାକୁ କଡ଼ାକଡ଼ି ଭାବେ ପାଳନ କରିବା ଦାୟିତ୍ୱ ମାଲିକମାନଙ୍କର। ସମସ୍ତେ କୋଭିଡର ଉଚିତ ବ୍ୟବହାରକୁ ପାଳନ କରିବାକୁ ବାଧ୍ୟ। ଆସନ୍ତା ନଭେମ୍ବର ୧ରୁ ରାଜଧାନୀରେ ଥିବା ସମସ୍ତ ସାପ୍ତାହିକ ମାର୍କେଟ ମଧ୍ୟ ଖୋଲିବ।

ମାର୍କେଟ ଖୋଲିବାକୁ ଥିଲେ ମଧ୍ୟ ପ୍ରଶାସନ ଲୋକଙ୍କ ଭିଡ଼ ଉପରେ ନଜର ରଖିବ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଡିଏମ କହିଛି।

ଦିଲ୍ଲୀରେ ଏବେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ତେଣୁ ଦିଲ୍ଲୀ ସରକାର ସ୍ଥିତିକୁ ବେଶ ସତର୍କତାମୂଳକ ସହ ସ୍ୱାଭାବିକ କରିବାକୁ ଲକ୍ଷ୍ୟ ରଖିଛନ୍ତି। ବୁଧବାର ଡିଡିଏମ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସ୍ଥାନଗୁଡ଼ିକରେ ଛଟ ପୂଜା ପାଳନ କରିବାକୁ ଲୋକଙ୍କୁ ଅନୁମତି ଦେଇଥିଲା। ତେବେ ସମସ୍ତଙ୍କୁ କଟକଣା ମାନିବାକୁ ପରାମର୍ଶ ଦେଇଥିଲା।

ନିକଟରେ ସାମ୍ନାକୁ ଆସିଥିବା ସେରୋ ସର୍ଭେ ଅନୁଯାୟୀ, ଦିଲ୍ଲୀର ୯୦% ଲୋକଙ୍କ ଶରୀରରେ କରୋନା ବିରୋଧୀ ଆଣ୍ଟିବଡି ସୃଷ୍ଟି ହୋଇଛି। ଦିଲ୍ଲୀରେ ଦ୍ରୁତଗତିରେ ଟିକାକରଣ କରାଯାଉଥିବାରୁ ଏପରି ସଫଳତା ମିଳିଥିବା କଥା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos