ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫେକ ଭିଡିଓ ପୋଷ୍ଟ କରିଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଡ଼ୁଆ ବଢ଼ିଛି। ଫେକ ଭିଡିଓ ମାମଲାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଶ୍ରୀ ପାତ୍ରଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। କେଜ୍ରିୱାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରୁଥିବା ବେଳର ଗୋଟିଏ ବିକୃତ ଭିଡିଓକୁ ଶ୍ରୀ ପାତ୍ର ଜାନୁଆରୀ ମାସରେ ପୋଷ୍ଟ କରିଥିଲେ। ତେବେ ଏହାକୁ ପରବର୍ତ୍ତୀ ସମୟରେ ସେ ଡିଲିଟ କରିଦେଇଥିଲେ। […]

sambit-patra

sambit-patra

Hemant Lenka
  • Published: Tuesday, 23 November 2021
  • Updated: 23 November 2021, 10:39 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଫେକ ଭିଡିଓ ପୋଷ୍ଟ କରିଥିବା ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କ ଅଡ଼ୁଆ ବଢ଼ିଛି। ଫେକ ଭିଡିଓ ମାମଲାରେ ଆଜି ଦିଲ୍ଲୀର ଗୋଟିଏ କୋର୍ଟ ଶ୍ରୀ ପାତ୍ରଙ୍କ ନାଁରେ ଏଫଆଇଆର ରୁଜୁ କରିବାକୁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

କେଜ୍ରିୱାଲ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ସମର୍ଥନ କରୁଥିବା ବେଳର ଗୋଟିଏ ବିକୃତ ଭିଡିଓକୁ ଶ୍ରୀ ପାତ୍ର ଜାନୁଆରୀ ମାସରେ ପୋଷ୍ଟ କରିଥିଲେ। ତେବେ ଏହାକୁ ପରବର୍ତ୍ତୀ ସମୟରେ ସେ ଡିଲିଟ କରିଦେଇଥିଲେ। ସେ  ଫେକ ଭିଡିଓ ପୋଷ୍ଟ କରିଥିବାରୁ ଏହା ବିରୋଧରେ ଆପ୍‌ ଦିଲ୍ଲୀ ପୁଲିସ୍‌ରେ ଅଭିଯୋଗ କରିଥିଲା। କିନ୍ତୁ ପୁଲିସ୍‌ କୌଣସି ପଦକ୍ଷେପ ନ ନେବାରୁ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଏବେ କୋର୍ଟ ଏଫଆଇଆର ରୁଜୁ କରିବାକୁ କହିଛନ୍ତି।


ଜାନୁଆରୀ ୩୦ରେ ଶ୍ରୀ ପାତ୍ର ଉକ୍ତ ଫେକ ଭିଡିଓକୁ ପୋଷ୍ଟ କରିଥିଲେ। ହେଲେ ଆପ୍‌ ଏଥିରେ ସତ୍ୟତା ନଥିବା କହିଥିଲା। ଫେକ ଷ୍ଟୋରି ଯାଞ୍ଚ କରୁଥିବା ଅଲ୍ଟ ନ୍ୟୁଜ ମଧ୍ୟ ଉକ୍ତ ଭିଡିଓର ସମୀକ୍ଷା କରିଥିଲା। ଏହି ସମୟରେ କେଜ୍ରିୱାଲ କୃଷି ଆଇନ ସମର୍ଥନରେ ଯେଉଁ ମତ ରଖିଥିବା ଶ୍ରୀ ପାତ୍ର ଦାବି କରୁଛନ୍ତି, ତାହା ଏକ ବିକୃତ କରାଯାଇଥିବା ଭିଡିଓ ବୋଲି ସ୍ପଷ୍ଟ ହୋଇଥିଲା।

ପୂରା ସାକ୍ଷାତକାରରେ କେଜ୍ରିୱାଲ ଦେଇଥିବା ବୟାନକୁ ଏଡିଟ କରି ଉକ୍ତ ୧୮ ସେକେଣ୍ଡର କ୍ଲିପ ତିଆରି କରାଯାଇଥିଲା। ଏଥିରେ କେଜ୍ରିୱାଲ କୃଷି ଆଇନକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏହି ଭିଡିଓକୁ ପୋଷ୍ଟ ଶ୍ରୀ ପାତ୍ର ପୋଷ୍ଟ କରିବା ପରେ ହଙ୍ଗା ସୃଷ୍ଟି ହୋଇଥିଲା।


ଆପ ପକ୍ଷରୁ ଆତିଶ କୋର୍ଟଙ୍କୁ କହିଥିଲେ ଯେ କେଜ୍ରିୱାଲଙ୍କ ବିରୋଧରେ ଲୋକଙ୍କୁ ଉସକାଇବା ପାଇଁ ଶ୍ରୀ ପାତ୍ର ଜାଣିଶୁଣି ଏଡିଟେଡ୍‌ ଭିଡିଓକୁ ପୋଷ୍ଟ କରିଥିଲେ। ଏହା ଏକ ଅପରାଧିକ ମାମଲା ହୋଇଥିବାରୁ ତାଙ୍କ ଦଳ ପୁଲିସର ଦ୍ୱାରସ୍ଥ ହୋଇଥିଲା। ହେଲେ ପୁଲିସ୍ ଏଫଆଇଆର ରୁଜୁ କରି ନଥିଲା।

ଫଳରେ କୋର୍ଟରେ ଆବେଦନ କରାଯାଇଛି। କୋର୍ଟ ଏହି ଆବେଦନର ଶୁଣାଣି କରି ଆଜି ଦିଲ୍ଲୀ ପୁଲିସ୍‌କୁ ଆଇନର ପାଠ ପଢ଼ାଇଛନ୍ତି। ଏଥିସହ ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରି ଉପଯୁକ୍ତ ତଦନ୍ତ କରିବାକୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos