ରାଜଧାନୀରେ ପେଟ୍ରୋଲ ଦାମ ୯୫ ଟଙ୍କାକୁ ଖସିଲା

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଦେଶର ରାଜଧାନୀ ଦିଲ୍ଲୀବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର ଆଜି ପେଟ୍ରୋଲ ଉପରେ ଲାଗୁ ହେଉଥିବା ଭାଟକୁ ଏକାଥରକେ ୮ ଟଙ୍କା ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲର ଲିଟର ପିଛା ଦାମ ୯୫ ଟଙ୍କାକୁ ଖସିଛି। ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାପରେ କ୍ୟାବିନେଟର ନିଷ୍ପତ୍ତିକ୍ରମେ ପେଟ୍ରୋଲ […]

petrol

petrol

Hemant Lenka
  • Published: Wednesday, 01 December 2021
  • Updated: 01 December 2021, 01:12 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ଦିନ ହେଲା ମହଙ୍ଗା ମାଡ଼ରେ ଆଉଟ ପାଉଟ ହେଉଥିବା ଦେଶର ରାଜଧାନୀ ଦିଲ୍ଲୀବାସୀଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଦିଲ୍ଲୀର କ୍ଷମତାସୀନ କେଜ୍ରିୱାଲ ସରକାର ଆଜି ପେଟ୍ରୋଲ ଉପରେ ଲାଗୁ ହେଉଥିବା ଭାଟକୁ ଏକାଥରକେ ୮ ଟଙ୍କା ହ୍ରାସ କରିଛନ୍ତି। ଫଳରେ ପେଟ୍ରୋଲର ଲିଟର ପିଛା ଦାମ ୯୫ ଟଙ୍କାକୁ ଖସିଛି।

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏହାପରେ କ୍ୟାବିନେଟର ନିଷ୍ପତ୍ତିକ୍ରମେ ପେଟ୍ରୋଲ ଉପରେ ଲାଗୁଥିବା ଭାଟକୁ ୮ ଟଙ୍କା ହ୍ରାସ କରାଯାଇଛି। ଏହି ଦର ହ୍ରାସ ଯୋଗୁ ରାଜଧାନୀରେ ଲୋକମାନେ ମାତ୍ର ୯୬ ଟଙ୍କାରୁ କମରେ ପେଟ୍ରୋଲ କିଣିପାରିବେ। ଦୀର୍ଘ ମାସ ହେଲାଣି ଦିଲ୍ଲୀବାସୀ ୧୦୦ ଟଙ୍କାରୁ ଅଧିକ ଦାମରେ ପେଟ୍ରୋଲ କିଣୁଥିଲେ।

ପେଟ୍ରୋଲ ଉପରେ ଲାଗୁଥିବା ୩୦% ଭାଟକୁ କେଜ୍ରିୱାଲ ସରକାର ୧୯.୪୦କୁ ଖସାଇଛନ୍ତି। ତେଣୁ ପେଟ୍ରୋଲର ଲିଟର ପିଛା ଦାମ ୯୫.୯୭ ଟଙ୍କାକୁ ଖସିଛି। ଏହି ନିଷ୍ପତ୍ତି ପୂର୍ବରୁ ଦିଲ୍ଲୀରେ ଆଜି ସକାଳୁ ପେଟ୍ରୋଲର ଲିଟର ପିଛା ୧୦୩.୯୭ ଟଙ୍କାରେ ବିକ୍ରି ହେଉଥିଲା।

ଦିଲ୍ଲୀ ସରକାର ପେଟ୍ରୋଲ ଉପରକୁ ଭାଟ ହ୍ରାସ କରିଥିଲେ ମଧ୍ୟ ଡିଜେଲ ଦର କୌଣସି ପ୍ରକାରର ହ୍ରାସ କରି ନାହାନ୍ତି। ଆଜି ଦିଲ୍ଲୀରେ ଡିଜେଲର ଲିଟର ପିଛା ଦାମ ୮୬.୬୭ ଟଙ୍କା ରହିଛି।

ସୂଚନାଯୋଗ୍ୟ, ଦୀପାବଳି ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ। ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରେ ୧୦ ଟଙ୍କା ଶୁଳ୍କ ହ୍ରାସ କରାଯାଇଥିଲା। ଏହାପରେ କିଛି ରାଜ୍ୟ ମଧ୍ୟ ଟିକସ ହ୍ରାସ କରିବା ଆରମ୍ଭ କରିଥିଲେ। ତଥାପି ଅନେକ ସହରରେ ପେଟ୍ରୋଲର ଲିଟର ପିଛା ଦାମ ୧୦୦ ଟଙ୍କା ଉପରେ ରହୁଥିଲା। ଏହାକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ପେଟ୍ରୋଲ ଉପରୁ ଭାଟ ହ୍ରାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos