ରାଜଧାନୀରେ ସଂକ୍ରମଣ କମିଲା, କିନ୍ତୁ ମୃତ୍ୟୁସଂଖ୍ୟା ବଢ଼ିଲା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ଲହର ଧୀରେଧୀରେ ଥମିବା ଆରମ୍ଭ କରିଛି। କ୍ରମାଗତ ଭାବେ ଏଠାରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ହେଲେ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୪୩ ଜଣ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ତୃତୀୟ ୱେଭ ବେଳେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯିବା ପ୍ରଥମ ଘଟଣା। ସେହିପରି ଗତବର୍ଷ ଜୁନ ୧୦ ପରେ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ଜନିତ ମୃତ୍ୟୁ […]

delhi

delhi

Hemant Lenka
  • Published: Thursday, 20 January 2022
  • Updated: 20 January 2022, 08:22 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନାର ତୃତୀୟ ଲହର ଧୀରେଧୀରେ ଥମିବା ଆରମ୍ଭ କରିଛି। କ୍ରମାଗତ ଭାବେ ଏଠାରେ ଦୈନିକ ସଂକ୍ରମଣ ହ୍ରାସ ପାଉଛି। ହେଲେ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁ ୪୩ ଜଣ ପ୍ରାଣ ହରାଇବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।

ତୃତୀୟ ୱେଭ ବେଳେ ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ଯିବା ପ୍ରଥମ ଘଟଣା। ସେହିପରି ଗତବର୍ଷ ଜୁନ ୧୦ ପରେ ଦିଲ୍ଲୀରେ ଏତେ ସଂଖ୍ୟକ କରୋନା ଜନିତ ମୃତ୍ୟୁ ରେକର୍ଡ କରାଯାଇଛି। ଜୁନ୍‌ ୧୦ରେ ୪୪ ଜଣ କରୋନା ଯୋଗୁ ପ୍ରାଣ ହରାଇଥିଲା। ଏହାପରେ ମୃତ୍ୟୁହାର ହ୍ରାସ ପାଇଥିଲା।

୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଆଉ ୧୨,୩୦୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ଗତକାଲି ତୁଳନାରେ ୧୦.୭୨% କମ। କାରଣ କାଲି ୧୩,୭୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ନୂଆ ଆକ୍ରାନ୍ତଙ୍କୁ ମିଶାଇ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୬୦,୨୭୨କୁ ବୃଦ୍ଧି ପାଇଛି।

ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ଯେ ଦିଲ୍ଲୀରେ ଟେଷ୍ଟ ପଜିଟିଭିଟି ରେଟ୍‌ ୨୧.୪୮କୁ ହ୍ରାସ ପାଇଛି। ଦିନକ ପୂର୍ବରୁ ଟିପିଆର ୨୩.୪୮% ଥିଲା। ସହରରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫,୫୦୩କୁ ବଢ଼ିଛି ଓ ମୃତ୍ୟହାର ୧.୪୫%। ୨୪ ଘଣ୍ଟାରେ ୧୮,୮୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୬,୬୬,୦୩୯ରେ ପହଞ୍ଚି ଯାଇଛି।

ବୁଧବାରକୁ ଛାଡ଼ି ଦେଲେ ଦିଲ୍ଲୀରେ କ୍ରମାଗତ ଭାବେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ମଙ୍ଗଳବାର ୧୧,୬୮୪, ସୋମବାର ୧୨,୫୮୭, ରବିବାର ୧୮,୨୮୬, ଶନିବାର ୨୦,୭୧୮ ଓ ଶୁକ୍ରବାର ୨୪,୩୮୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୮,୭୩୦ ରହିଛି। ଏମାନଙ୍କ ମଧ୍ୟରୁ ୫୩,୫୯୩ ଜଣ ହୋମ ଆଇସୋଲେସନ ଓ ୨,୫୩୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୮୪୪ ଜଣ ଆଇସିୟୁରେ ରହିଛନ୍ତି। ସେହିପରି ଭେଣ୍ଟିଲେଟର୍‌ରେ ଥିବା ୧୫୨ ଜଣଙ୍କୁ ମିଶାଇ ମୋଟ ୯୦୩ ଜଣ ଅକ୍ସିଜେନ ସହାୟତାରେ ଚିକିତ୍ସିତ ହେଉଛନ୍ତି। ୧୫, ୫୮୯ କୋଭିଡ ବେଡ୍‌ ଭିତରୁ ଏବେ ବି ୧୨,୮୯୧ଟି ଖାଲି ପଡ଼ିଛି। ଆରୋଗ୍ୟ ହାର ୯୪.୬୪% ରହିଛି।

୨୪ ଘଣ୍ଟା ମଧ୍ୟରେ ସମଗ୍ର ଦିଲ୍ଲୀରେ ୫୭,୨୯୦ ନମୁନା ପରୀକ୍ଷା କରାଯାଇଛି, ଯାହା ବୁଧବାର ତୁଳନାରେ କମ। ଏହି ୫୭,୨୯୦ ନମୁନାରୁ ୪୩,୪୪୭ ନମୁନାର ଆରଟିପିଆର ଓ ୧୩,୮୪୩ ନମୁନାର ଆଣ୍ଟିଜେନ ଟେଷ୍ଟ କରାଯାଇଛି। ଏଯାଏ ଦିଲ୍ଲୀରେ ୩,୪୨,୭୧,୮୯୩ଟି ନମୁନା ପରୀକ୍ଷା କରାଯାଇଛି। ପଜିଟିଭିଟି ରେଟ୍‌ ୫.୧୪% ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story