ସାଂଘାତିକ ସଙ୍କଟ: ହସ୍ପିଟାଲରେ ସରିବାକୁ ବସିଲାଣି ଅମ୍ଳଜାନ, କେନ୍ଦ୍ର ଉପରେ ବର୍ଷିଲେ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଅମ୍ଳଜାନର ସାଂଘାତିକ ସଙ୍କଟ ଦେଖିବାକୁ ମିଳିଛି। ବିଶେଷ କରି ଦିଲ୍ଲୀର ଦୁଇଟି ହସ୍ପିଟାଲରେ ଅମ୍ଳଜାନ ଆଉ କିଛି ଘଣ୍ଟା ମଧ୍ୟରେ ସରିଯିବାର ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ମାକ୍ସ ଓ ଗଙ୍ଗା ରାମ ହସ୍ପିଟାଲରୁ ଏଭଳି ଛାତିଥର ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଗୋଟିଏ ପଟେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରୁ ଅମ୍ଳଜାନ ଶେଷ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅନ୍ୟପକ୍ଷରେ […]

Oxygen

Oxygen

Hemant Lenka
  • Published: Tuesday, 20 April 2021
  • Updated: 20 April 2021, 10:12 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଅମ୍ଳଜାନର ସାଂଘାତିକ ସଙ୍କଟ ଦେଖିବାକୁ ମିଳିଛି। ବିଶେଷ କରି ଦିଲ୍ଲୀର ଦୁଇଟି ହସ୍ପିଟାଲରେ ଅମ୍ଳଜାନ ଆଉ କିଛି ଘଣ୍ଟା ମଧ୍ୟରେ ସରିଯିବାର ଆଶଙ୍କା ପ୍ରକାଶ ପାଇଛି। ଦିଲ୍ଲୀ ମାକ୍ସ ଓ ଗଙ୍ଗା ରାମ ହସ୍ପିଟାଲରୁ ଏଭଳି ଛାତିଥର ତଥ୍ୟ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। ଗୋଟିଏ ପଟେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ହସ୍ପିଟାଲରୁ ଅମ୍ଳଜାନ ଶେଷ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଅନ୍ୟପକ୍ଷରେ ଅମ୍ଳଜାନର ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ବର୍ଷିଛନ୍ତି। କ’ଣ ଲୋକମାନେ ଅମ୍ଳଜାନ ପାଇଁ ଅପେକ୍ଷା କରି ରହିବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ମାକ୍ସ ହସ୍ପିଟାଲରେ କ୍ରମାଗତ ଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏହି କାରଣରୁ ସେଠାରେ ଅମ୍ଳଜାନର ସଙ୍କଟ ଦେଖାଯାଇଛି। ମାକ୍ସ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ଅମ୍ଳଜାନର ଯୋଗାଣ ପ୍ରଭାବିତ ହୋଇଛି। ହସ୍ପିଟାଲରେ ଯେତିକି ଅମ୍ଳଜାନ ରହିଛି, ସେଗୁଡ଼ିକ ସର୍ବାଧିକ ୬ରୁ ୧୨ ଘଣ୍ଟା ଯାଏ ଯିବ। ସେହିପରି ସାର ଗଙ୍ଗାରାମ ହସ୍ପିଟାଲରେ ଥିବା ଅମ୍ଳଜାନ ସିଲିଣ୍ଡରଗୁଡ଼ିକ ୮ ଘଣ୍ଟା ମଧ୍ୟରେ ଶେଷ ହୋଇଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ଅବଶ୍ୟ ମାକ୍ସ ହସ୍ପିଟାଲ ପକ୍ଷରୁ ଲୋକଙ୍କୁ ଭୟଭୀତ ନ ହେବାକୁ କୁହାଯାଇଛି। ସେମାନେ କହିଛନ୍ତି, ଆମର ଆଶା ଆମ ପାଖରେ ଖୁବଶୀଘ୍ର ଅମ୍ଳଜାନ ପହଞ୍ଚିବ। କୌଣସି ରୋଗୀଙ୍କୁ ହସ୍ପିଟାଲରୁ ବାହାର କରାଯିବ ନାହିଁ। ସରକାର ମଧ୍ୟ ଉଭୟ ହସ୍ପିଟାଲରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ଅମ୍ଳଜାନ ସଙ୍କଟ କଥା କହିଛନ୍ତି। ସେ କହିଛନ୍ତି, “ଦିଲ୍ଲୀରେ ସାଂଘାତିକ ଅମ୍ଳଜାନ ସଙ୍କଟ ଜାରି ରହିଛି। ମୁଁ ପୁଣିଥରେ କେନ୍ଦ୍ର ସରକାରଙ୍କୁ ଅମ୍ଳଜାନ ଦିଲ୍ଲୀକୁ ଯୋଗାଇ ଦେବାକୁ ନିବେଦନ କରୁଛି। କିଛି ହସ୍ପିଟାଲରେ ଆଉ ଅଳ୍ପ ଘଣ୍ଟା ପାଇଁ ଅମ୍ଳଜାନ ଷ୍ଟକ ହୋଇ ରହିଛି।”

ଦିଲ୍ଲୀ ହାଇକୋର୍ଟ ଅମ୍ଳଜାନ ସଙ୍କଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। କୋର୍ଟ କହିଛନ୍ତି, ଆମେ ଜାଣିବାକୁ ପାଇଛୁ ଯେ ମାକ୍ସ ଓ ଗଙ୍ଗା ରାମ ହସ୍ପିଟାଲରେ ମାତ୍ର ୮ ଘଣ୍ଟା ମଧ୍ୟରେ ଅମ୍ଳଜାନ ଶେଷ ହୋଇଯିବ। ବର୍ତ୍ତମାନ ଅମ୍ଳଜାନର ଆବଶ୍ୟକ ରହିଛି। ଏଥିରେ ବିଳମ୍ବ ହେଲେ ଅନେକ ମୂଲ୍ୟବାନ ଜୀବନ ଚାଲିଯିବ। ଆମେ କେବେ ହେଲେ ଲୋକଙ୍କ ଜୀବନକୁ ଅଣଦେଖା କରି ଅର୍ଥନୀତି କଥା ଚିନ୍ତା କରିପାରିବା ନାହିଁ।

ଆମେ ଏବେ ବହୁତ ବଡ଼ ବିପର୍ଯ୍ୟୟ ଅଭିମୁଖେ ଯାଉଛେ। ୧୩୦ କୋଟି ଲୋକଙ୍କୁ ମଧ୍ୟରୁ ଏବେ ୨ କୋଟିରୁ କମ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଯଦି ବି ଏହା ୫ ଗୁଣ ବଢ଼େ, ତା’ହେଲେ ଏହା ୧୦ କୋଟିରେ ପହଞ୍ଚିବ। ଆମେ ଅନ୍ୟ ଲୋକଙ୍କ ଜୀବନକୁ ସୁରକ୍ଷା ଦେବାକୁ ପଡ଼ିବ। ଏହିକ୍ରମରେ ଆମେ ୧ କୋଟି ଲୋକଙ୍କୁ ହରାଇ ପାରନ୍ତି। ତେଣୁ ଆମକୁ ଶୀଘ୍ର କିଛି କରିବାକୁ ପଡ଼ିବ।

ଆମେ ଏଠାରେ ସରକାର ଚଳାଇବାକୁ ବସିନାହୁଁ। କିନ୍ତୁ ଆମକୁ ପରିସ୍ଥିତିକୁ ଦେଖି ସମ୍ବେଦନଶୀଳ ହେବାକୁ ପଡ଼ିବ। ଆମେ ପାଖରେ ମେଡିସିନ ଅଛି। ହେଲେ ଯଦି ଆମେ ଆବଶ୍ୟକ ଅଧିକ ଥିବା ଅଞ୍ଚଳ ଅପେକ୍ଷା କମ ଆବଶ୍ୟକ ଥିବା ଅଞ୍ଚଳକୁ ଏହାକୁ ପଠାଇବା, ତା’ହେଲେ କ’ଣ ଲାଭ ହେବ?

ଶିଳ୍ପାଞ୍ଚଳ ଅମ୍ଳଜାନ ପାଇଁ ଅପେକ୍ଷା କରିପାରିବେ। କିନ୍ତୁ ରୋଗୀ ଅପେକ୍ଷା କରିପାରିବେ ନାହିଁ। ଆପଣ(କେନ୍ଦ୍ର ସରକାର) ଏପ୍ରିଲ ୨୨ରୁ ଶିଳ୍ପସଂସ୍ଥାଗୁଡ଼ିକୁ ମିଳୁଥିବା ଅମ୍ଳଜାନ ଉପରେ ରୋଗ ଲଗାଇବେ। କାହିଁକି ଆପଣ ଏପ୍ରିଲ ୨୨ ଯାଏ ଅପେକ୍ଷା କଲେ? କାହିଁକି ଆଜିଠାରୁ କଟକଣା ଲଗାଇଲେ ନାହିଁ? ଲୋକଙ୍କ ଜୀବନ ଏଠି ବାଜିରେ ଲାଗିଛି। ଏପରି ସ୍ଥିତିରେ ଆପଣ କ’ଣ ରୋଗୀଙ୍କୁ କହିବେ ଯେ ଅମ୍ଳଜାନ ପାଇଁ ଏପ୍ରିଲ ୨୨ ଯାଏ ଅପେକ୍ଷା କରନ୍ତୁ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ର ସରକାର କହିଛନ୍ତି ଯେ ଦିଲ୍ଲୀର ଘରୋଇ ହସ୍ପିଟାଲ ଗୁଡ଼ିକ ରୋଗୀଙ୍କୁ ଅଧିକ ପରିମାଣର ଅମ୍ଳଜାନ ଦେଉଥିବାରୁ ସଙ୍କଟ ଦେଖାଯାଉଛି। ଖୁବଶୀଘ୍ର ଅମ୍ଳଜାନ ସମସ୍ୟା ଦୂର ହେବ ବୋଲି କେନ୍ଦ୍ର ସରକାର କୋର୍ଟଙ୍କୁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos