ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ ସବୁଠାରୁ ଅସୁରକ୍ଷିତ!

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ କେତେ ସୁରକ୍ଷିତ, ତା’ର ଗୁମର ଏନସିଆରବି ରିପୋର୍ଟରେ ଖୋଲିଛି। ୨୦୨୧ ମସିହାରେ ଦିଲ୍ଲୀରେ ଦୈନିକ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ସେହିପରି ମହିଳାଙ୍କ ପାଇଁ ଦିଲ୍ଲୀ ଦେଶର ସବୁଠାରୁ ଅସୁକ୍ଷିତ ସହର ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହାର ଅର୍ଥ ମହିଳା ବିରୋଧୀ ଅପରାଧରେ ଦିଲ୍ଲୀ ଦେଶର ୧ନଂ ସହର। ରିପୋର୍ଟରେ କୁହାଯାଇଛି ଯେ ବର୍ଷକ ମଧ୍ୟରେ ଦିଲ୍ଲୀରେ ମହିଳା ବିରୋଧୀ ଅପରାଧ ୪୦% ବଢ଼ିଛି। […]

Capital

Capital

Hemant Lenka
  • Published: Monday, 29 August 2022
  • Updated: 29 August 2022, 09:58 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ମହିଳାଙ୍କ ପାଇଁ କେତେ ସୁରକ୍ଷିତ, ତା’ର ଗୁମର ଏନସିଆରବି ରିପୋର୍ଟରେ ଖୋଲିଛି। ୨୦୨୧ ମସିହାରେ ଦିଲ୍ଲୀରେ ଦୈନିକ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ସେହିପରି ମହିଳାଙ୍କ ପାଇଁ ଦିଲ୍ଲୀ ଦେଶର ସବୁଠାରୁ ଅସୁକ୍ଷିତ ସହର ବୋଲି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହାର ଅର୍ଥ ମହିଳା ବିରୋଧୀ ଅପରାଧରେ ଦିଲ୍ଲୀ ଦେଶର ୧ନଂ ସହର।

ରିପୋର୍ଟରେ କୁହାଯାଇଛି ଯେ ବର୍ଷକ ମଧ୍ୟରେ ଦିଲ୍ଲୀରେ ମହିଳା ବିରୋଧୀ ଅପରାଧ ୪୦% ବଢ଼ିଛି। ୨୦୨୧ରେ ୧୩,୮୯୨ଟି ମହିଳା ବିରୋଧୀ ଅପରାଧ ରେକର୍ଡ କରାଯାଇଛି। ୨୦୨୦ରେ ଏହା ୯,୭୮୨ ଥିଲା। ରେକର୍ଡ ବ୍ୟତୀତ ମଧ୍ୟ ଅନେକ ଘଟଣା ଘଟିଥିବା ସାମାଜିକ କର୍ମୀମାନେ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଦିଲ୍ଲୀ ପୁଲିସ୍‌ କେମିତି ମହିଳାଙ୍କୁ ସୁରକ୍ଷା ଦେଉଛି।

ଦେଶର ୧୯ ମେଟ୍ରୋପଲିଟାଣ୍ଟ ସହରଗୁଡ଼ିକରେ ଘଟିଥିବା ମହିଳା ବିରୋଧୀ ଅପରାଧ ଘଟଣାରେ ଦିଲ୍ଲୀର ଭାଗ ୩୨.୨୦% ବୋଲି ଏନସିଆରବି ରିପୋର୍ଟରେ କୁହାଯାଇଛି। ଜାତୀୟ ରାଜଧାନୀ ଦିଲ୍ଲୀ ପଛକୁ ମହିଳା ବିରୋଧୀ ଅପରାଧ ତାଲିକାର ଦ୍ୱିତୀୟ ସ୍ଥାନରେ ଆର୍ଥିକ ରାଜଧାନୀ ମୁମ୍ବାଇ ରହିଛି। ଏଠାରେ ଗତବର୍ଷ ୫,୫୪୩ଟି ମାମଲା ରେକର୍ଡ କରାଯାଇଛି। ୩,୧୨୭ ଅପରାଧ ସହ ବେଙ୍ଗାଲୁରୁ ତୃତୀୟ ସ୍ଥାନରେ ରହିଛି।

ଦିଲ୍ଲୀ ମହିଳା ବିରୋଧୀ ଅପରାଧର ବିଭିନ୍ନ ବିଭାଗରେ ମଧ୍ୟ ୧ନଂ ସ୍ଥାନରେ ରହିଛି। ଏଠାରେ ୩୯୪୮ଟି ଅପହରଣ, ସ୍ୱାମୀ ଦ୍ୱାରା ନିର୍ଯାତିତ ୪୬୭୪ ଓ ଶିଶୁକନ୍ୟା ଦୁଷ୍କର୍ମ ଘଟଣା ୮୩୩ଟି ରେକର୍ଡ କରାଯାଇଛି। ୨୦୨୧ରେ ମହିଳା ବିରୋଧୀ ଅପରାଧର ହାରାହାରିକୁ ବିଚାର କଲେ ଦିଲ୍ଲୀରେ ଦୈନିକ ୨ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।

୧୯ଟି ମେଟ୍ରୋପଲିଟାଣ୍ଟ ସହରରେ ମୋଟ ୪୩,୪୧୪ଟି ମହିଳା ବିରୋଧୀ ଅପରାଧ ୨୦୨୧ରେ ଘଟିଥିବା ବେଳେ ଦିଲ୍ଲୀରେ କେବଳ ଏହା ପ୍ରାୟ ୧୪ ହଜାର ରହିଛି। ରାଜଧାନୀରେ ଯୌତକ ଜନିତ ନିର୍ଯାତନାରେ ୧୩୬ଟି ମାମଲା ରୁଜୁ ହୋଇଛି। ଏହା ମୋଟ ମାମଲାର ୩୬.୨୬%। ସମସ୍ତ ମେଟ୍ରୋପଲିଟାଣ୍ଟ ସହରରେ ୮,୬୬୪ଟି ମହିଳାଙ୍କ ଅପହରଣ ଘଟଣା ଘଟିଥିବା ବେଳେ ଦିଲ୍ଲୀରେ ଏହା ୩,୯୪୮ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos