ଦିଲ୍ଲୀ ଓ ମୁମ୍ବାଇରେ ହଠାତ୍‌ କମିଲା ସଂକ୍ରମଣ, ଟେଷ୍ଟିଂ କାରଣ ନୁହେଁ ତ?

ନୂଆଦିଲ୍ଲୀ: ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଶୁକ୍ରବାର ଦୈନିକ ପଜିଟିଭ ସଂଖ୍ୟା ହଠାତ୍‌ ହ୍ରାସ ପାଇଛି। ତେବେ ଏହି ହ୍ରାସ ପାଇବା ପଛରେ କମ ଟେଷ୍ଟିଂ ରହିଛି କି ନା ସେକଥା ସ୍ପଷ୍ଟ ହୋଇନି। ଏହି ଦୁଇ ସହରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ପଜିଟିଭିଟି ରେଟ୍‌ ଚିନ୍ତାଜନକ ସ୍ଥିତିରେ ରହିଛି। କରୋନାର ତୃତୀୟ ୱେଭରେ ମୁମ୍ବାଇ ଓ ଦିଲ୍ଲୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ହେଲେ […]

Corona

Corona

Hemant Lenka
  • Published: Saturday, 15 January 2022
  • Updated: 15 January 2022, 07:51 AM IST

Sports

Latest News

ନୂଆଦିଲ୍ଲୀ: ଉଭୟ ଦିଲ୍ଲୀ ଓ ମୁମ୍ବାଇରେ ଶୁକ୍ରବାର ଦୈନିକ ପଜିଟିଭ ସଂଖ୍ୟା ହଠାତ୍‌ ହ୍ରାସ ପାଇଛି। ତେବେ ଏହି ହ୍ରାସ ପାଇବା ପଛରେ କମ ଟେଷ୍ଟିଂ ରହିଛି କି ନା ସେକଥା ସ୍ପଷ୍ଟ ହୋଇନି। ଏହି ଦୁଇ ସହରରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲେ ମଧ୍ୟ ପଜିଟିଭିଟି ରେଟ୍‌ ଚିନ୍ତାଜନକ ସ୍ଥିତିରେ ରହିଛି।

କରୋନାର ତୃତୀୟ ୱେଭରେ ମୁମ୍ବାଇ ଓ ଦିଲ୍ଲୀ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଏଠାରେ ଦୈନିକ ସଂକ୍ରମଣ ପ୍ରତିଦିନ ରେକର୍ଡ ଭାଙ୍ଗୁଛି। ହେଲେ ଶୁକ୍ରବାର ଏଥିରେ ବ୍ୟତିକ୍ରମ ଦେଖାଯାଇଛି। କିଛି ଲୋକ ଭାଇରସ ଦୁର୍ବଳ ହୋଇଥିବା କହୁଥିବା ବେଳେ ଆଉ କିଛି କମ ଟେଷ୍ଟିଂ ହୋଇଥିବାରୁ ସଂଖ୍ୟା ହ୍ରାସ ପାଇଥିବା କହିଛନ୍ତି।

ଶୁକ୍ରବାର ଭାରତରେ ପ୍ରାୟ ୨.୭୦ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଏହି ସଂଖ୍ୟା ୨.୬୪ ଲକ୍ଷ ରହିଥିଲା। ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ଟେଷ୍ଟିଂ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଥିଲା। ବୁଧବାର ଦିନ ୧୮.୮୬ ଲକ୍ଷ ଟେଷ୍ଟିଂ ହୋଇଥିବା ବେଳେ ଗୁରୁବାର ୧୭.୮୭ ଲକ୍ଷ ଟେଷ୍ଟିଂ ହୋଇପାରିଥିଲା।

ତଥାପି ଦୈନିକ ସଂକ୍ରମଣ ବୃଦ୍ଧି ପାଇଥିବା ଶୁକ୍ରବାର ରିପୋର୍ଟରୁ ଜଣାପଡ଼ିଥିଲା। ବୁଧବାର ଟେଷ୍ଟିଂ ରିପୋର୍ଟ ଗୁରୁବାର ଓ ଗୁରୁବାର ଟେଷ୍ଟିଂ ରିପୋର୍ଟ ଶୁକ୍ରବାର ପ୍ରକାଶ ପାଇଥିଲା।

ଶୁକ୍ରବାର ଦିଲ୍ଲୀରେ ୨୪,୩୮୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ଗୁରୁବାର ଏଠାରେ ସର୍ବକାଳୀନ ରେକର୍ଡ କରିଥିଲା କରୋନାର ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୨୮,୮୬୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ। ମୁମ୍ବାଇରେ ମଧ୍ୟ ୨୪ ଘଣ୍ଟାରେ ମାତ୍ର ୧୧,୩୧୭ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବ ଦିନ ତୁଳନାରେ ୧୭% କମ। ମୁମ୍ବାଇରେ ଟେଷ୍ଟ ପଜିଟିଭିଟି ରେଟ୍‌ ହ୍ରାସ ପାଇଥିଲେ ହେଁ ଦିଲ୍ଲୀରେ ଏହା କ୍ରମାଗତ ଭାବେ ବଢ଼ି ଚାଲିଛି।

ଗତ ୮ ଦିନ କଥା ବିଚାରକୁ ନେଲେ ଜାନୁଆରୀ ୭ରେ ୨୮.୯୫% ପଜିଟିଭିଟି ରେଟ୍ ସହ ମୁମ୍ବାଇ ସର୍ବକାଳୀନ ରେକର୍ଡ କରିଥିଲା। କିନ୍ତୁ ଶୁକ୍ରବାର ଟିପିଆର ୨୦.୬%କୁ କମି ଯାଇଛି। ଦିଲ୍ଲୀରେ ଟିପିଆର ୩୦.୬୪% ରହିଛି। ଏହା ମେ’ ୧ ପରେ ସବୁଠାରୁ ଅଧିକ।

୨୪ ଘଣ୍ଟାରେ ମାତ୍ର ୭୯,୫୭୮ ନମୁନା ପରୀକ୍ଷା କରାଯାଇଥିଲା। ଗତ ୮ ଦିନ ମଧ୍ୟରେ ଏହା ସବୁଠାରୁ କମ ଟେଷ୍ଟ। ମୁମ୍ବାଇରେ ୫୪,୯୨୪ଟି ନମୁନା ପରୀକ୍ଷା କରାଯାଇଥିଲା। ଏହା ବିଗତ ୮ ଦିନ ମଧ୍ୟରେ ସବୁଠାରୁ କମ। ମୁମ୍ବାଇରେ ଟେଷ୍ଟ ପଜିଟିଭିଟି ରେଟ୍‌ ହ୍ରାସ ପାଉଥିବାରୁ ଏଠାରେ କରୋନା ତା’ର ପିକ୍‌ ଦେଖାଇବା ପରେ ଏବେ ହ୍ରାସ ପାଉଥିବା ସମ୍ଭାବନା ସୃଷ୍ଟି ହୋଇଛି।

ହେଲେ ଦିଲ୍ଲୀରେ ଏପରି ସ୍ଥିତି ଦେଖାବାକୁ ମିଳୁନି। କାରଣ ଏଠାରେ ଟିପିଆର ୩୦% ଉପରେ ରହିଛି। ଦିଲ୍ଲୀରେ ଏବେ ପ୍ରତି ୩ ଜଣରେ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos