ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ କୋର୍ଟ ପାଖରେ ଗୁଳିକାଣ୍ଡ ଆଜି ସକାଳେ କୋର୍ଟ ଚାଲିଥିବାବେଳେ ରୋହିଣୀ କୋର୍ଟ ନିକଟରେ ଗୁଳିକାଣ୍ଡ ହୋଇଛି । ତେବେ ଏଥିରେ କାହାର କିଛି କ୍ଷତି ହେବାର ସୂଚନା ମିଳିନାହିଁ । ପ୍ରାଥମିକ ସୂଚନା ଅନୁସାରେ, କୋର୍ଟ ଗେଟ୍ ପାଖରେ ମୁତୟନ ଥିବା ସୁରକ୍ଷାକର୍ମୀ ଏକାଧିକ ବାର ଗୁଳି ଚଳାଇଛନ୍ତି । ତେବେ କାହିଁକି ଓ କେଉଁ ପରିସ୍ଥିତି ପୋଲିସ କର୍ମଚାରୀ ଗୁଳି ଚଳାଇଲେ, ସେନେଇ କିଛି ଜଣାପଡ଼ିନାହିଁ ।

ସ୍ଥାନୀୟ ଜଣେ ଓକିଲଙ୍କ କହିବା ଅନୁସାରେ ଗେଟରେ ଥିବା ପୁଲିସ କର୍ମଚାରୀ ଓ ଅନ୍ୟ ଜଣେ ଓକିଲଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିଲା । ଏହା ଉଗ୍ରରୂପ ନେଇଥିଲା।  ଯୁକ୍ତିତର୍କରେ ଆଉ ୨ ଜଣ ଓକିଲ ମଧ୍ୟ ଯୋଡ଼ି ହୋଇଥିଲେ ।

ପରେ ପୁଲିସ କର୍ମଚାରୀ ଜଣକ ନିଜ ବନ୍ଧୁକରୁ ଏକାଧିକ ଗୁଳି ଫୁଟାଇଥିଲେ। ପୂର୍ବରୁ ଗତବର୍ଷ ସେପଟେମ୍ବର ୨୪ରେ କୋର୍ଟ ପରିସରରେ ଗୁଳିକାଣ୍ଡ ହୋଇଥିଲା । ଏଥିରେ ଗ୍ୟାଙ୍ଗଷ୍ଟର ଜିତେନ୍ଦ୍ର ଗୋଗି ସମେତ ୫ ଜଣଙ୍କର ମୃତ୍ୟୁ  ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।