ରାଜଧାନୀର ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ସଂରକ୍ଷଣ ହେବ ୩୦% ବେଡ୍

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବାରୁ ଦିଲ୍ଲୀରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଦିଲ୍ଲୀରେ ଥିବା ୧୦୦ରୁ ଅଧିକ ବେଡ୍‌ ବିଶିଷ୍ଟ ୫୪ଟି ଘରୋଇ ହସ୍ପିଟାଲରେ ୩୦% ବେଡ୍‌ କରୋନା ରୋଗୀଙ୍କ ପାଇଁ ସଂରକ୍ଷଣ ହୋଇ ରହିବ। ଉଭୟ ସାଧାରଣ ଓ ଆଇସିୟୁ ବର୍ଗର ବେଡ୍‌ରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ଦିଲ୍ଲୀ ସରକାର […]

corona

corona

Hemant Lenka
  • Published: Monday, 05 April 2021
  • Updated: 05 April 2021, 09:32 PM IST

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତି ଦିନକୁ ଦିନ ଭୟଙ୍କର ହେଉଥିବାରୁ ଦିଲ୍ଲୀରେ ଥିବା ଘରୋଇ ହସ୍ପିଟାଲଗୁଡ଼ିକ ପାଇଁ ନୂଆ ଗାଇଡଲାଇନ ଜାରି କରାଯାଇଛି। ଦିଲ୍ଲୀରେ ଥିବା ୧୦୦ରୁ ଅଧିକ ବେଡ୍‌ ବିଶିଷ୍ଟ ୫୪ଟି ଘରୋଇ ହସ୍ପିଟାଲରେ ୩୦% ବେଡ୍‌ କରୋନା ରୋଗୀଙ୍କ ପାଇଁ ସଂରକ୍ଷଣ ହୋଇ ରହିବ।

ଉଭୟ ସାଧାରଣ ଓ ଆଇସିୟୁ ବର୍ଗର ବେଡ୍‌ରେ ଏହି ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ବୋଲି ଦିଲ୍ଲୀ ସରକାର କହିଛନ୍ତି। ଏହି ନୂଆ ନିଷ୍ପିତ୍ତି ପରେ ଦିଲ୍ଲୀରେ ସାଧାରଣ କୋଭିଡ ରୋଗୀଙ୍କ ପାଇଁ ବେଡ୍‌ ସଂଖ୍ୟା ୧୮୪୪ରୁ ୪୪୨୨କୁ ବୃଦ୍ଧି ପାଇବ। ସେହିପରି ଆଇସିୟୁ ବେଡ୍‌ ସଂଖ୍ୟା ୬୩୮ରୁ ବଢ଼ି ୧୩୫୭ରେ ପହଞ୍ଚିଯିବ।

କିଛି ସପ୍ତାହ ହେଲାଣି ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରବିବାର ଦିଲ୍ଲୀରେ ୪ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ଗତ ୨୪ ଘଣ୍ଟାରେ ଏଠାରୁ ଆଉ ୩୫୪୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନା ୨୪ ଘଣ୍ଟାରେ ୧୫ ଜଣଙ୍କ ମୁଣ୍ଡ ମଧ୍ୟ ନେଇଛି।

କରୋନା ଗ୍ରାଫ ଉପର ମୁହାଁ ହୋଇଥିବା ବେଳେ ଆରୋଗ୍ୟ ହାର ୯୬.୨୨%କୁ ହ୍ରାସ ପାଇଛି। ଏବେ ଦିଲ୍ଲୀରେ ଆକ୍ଟିଭ କେସ୍‌ ସଂଖ୍ୟା ୧୪,୫୮୯ ରହିଛି। ୨୪ ଘଣ୍ଟାରେ ୨୯୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ଦେଶ କଥା ବିଚାରକୁ ନେଲେ ଗତ ୨୪ ଘଣ୍ଟାରେ ୧,୦୩,୫୫୮ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନା ଭାରତରେ ପ୍ରବେଶ କରିବା ଦିନଠାରୁ ଏହା ସର୍ବାଧିକ ଦୈନିକ ସଂକ୍ରମଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story