ପୁଣି ରେକର୍ଡ କଲା ରାଜଧାନୀର ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୫୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚଳିତ ବର୍ଷ ଗୋଟିଏ ଦିନରେ ଏତେ ଲୋକ କରୋନାରେ ଆକ୍ରାନ୍ତ ହେବା ଦିଲ୍ଲୀ ପାଇଁ ପ୍ରଥମ ଘଟଣା। ସେହିପରି କ୍ରମାଗତ ୪ର୍ଥ ଦିନ ପାଇଁ ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ଅତିକ୍ରମ କରିଛି। ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ୍‌ ଅନୁଯାୟୀ, ମହାମାରୀ […]

Corona

Corona

Hemant Lenka
  • Published: Friday, 09 April 2021
  • Updated: 09 April 2021, 08:59 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ ପରେ ରେକର୍ଡ କରିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୫୨୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଚଳିତ ବର୍ଷ ଗୋଟିଏ ଦିନରେ ଏତେ ଲୋକ କରୋନାରେ ଆକ୍ରାନ୍ତ ହେବା ଦିଲ୍ଲୀ ପାଇଁ ପ୍ରଥମ ଘଟଣା। ସେହିପରି କ୍ରମାଗତ ୪ର୍ଥ ଦିନ ପାଇଁ ଦିଲ୍ଲୀରେ ଦୈନିକ ସଂକ୍ରମଣ ୫ ହଜାର ଅତିକ୍ରମ କରିଛି।

ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ୍‌ ଅନୁଯାୟୀ, ମହାମାରୀ କରୋନା ୮୫୨୧ ଜଣଙ୍କୁ ସଂକ୍ରମିତ କରିବା ପରେ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୦୬,୫୨୬କୁ ବୃଦ୍ଧି ପାଇଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ଏହି ପ୍ରାଣଘାତୀ ଭାଇରସ ଆଉ ୩୯ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧,୧୯୬ ଛୁଇଁଛି।

ଦିଲ୍ଲୀରେ ଶେଷଥର ପାଇଁ ଗତବର୍ଷ ନଭେମ୍ବର ୧୧ରେ ଦୈନିକ ସଂକ୍ରମଣ ସର୍ବାଧିକ ୮,୫୯୩ ରହିଥିଲା। ଏହାପରେ କ୍ରମାଗତ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କିନ୍ତୁ ଗଲା କିଛି ଦିନ ହେଲାଣି ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇଛି। ସେହିପରି ନଭେମ୍ବର ୧୯ରେ ଦିଲ୍ଲୀ ସର୍ବାଧିକ କରୋନା ଜନିତ ମୃତ୍ୟୁ ଦେଖିଥିଲା। ଗୋଟିଏ ଦିନରେ ଏଠାରେ ୧୩୧ ଜଣଙ୍କ ଜୀବନ ଯାଇଥିଲା।

ଅନ୍ୟପକ୍ଷରେ କରୋନା ଭାଇରସର ଦ୍ୱିତୀୟ ଲହରୀ ବେକାବୁ ହେଉଥିବାରୁ ଆଜି ଦିଲ୍ଲୀ ସରକାର ସମସ୍ତ ସ୍କୁଲ ଓ କଲେଜକୁ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos