ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ରାଜଧାନୀର ସମସ୍ତ ସ୍କୁଲ, କଲେଜ ବନ୍ଦ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। କ୍ରମାଗତ ଭାବେ ସଂକ୍ରମଣ ବଢ଼ି ଚାଲିଥିବାରୁ ଆଜି ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍କାଳ ଭାବେ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି। ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ସ୍କୁଲ ଓ କଲେଜ ଖୋଲିବ ନାହିଁ ବୋଲି […]

Delhi

Delhi

Hemant Lenka
  • Published: Friday, 09 April 2021
  • Updated: 09 April 2021, 05:53 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହରୀ ସାଂଘାତିକ ସ୍ଥିତି ସୃଷ୍ଟି କଲାଣି। କ୍ରମାଗତ ଭାବେ ସଂକ୍ରମଣ ବଢ଼ି ଚାଲିଥିବାରୁ ଆଜି ଦିଲ୍ଲୀ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍କାଳ ଭାବେ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ଘୋଷଣା କରାଯାଇଛି।

ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ପାଇଁ ଏହି ନିୟମ ଲାଗୁ ହେବ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୌଣସି ସ୍କୁଲ ଓ କଲେଜ ଖୋଲିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ କରି ସୂଚନା ଦେଇଛନ୍ତି।

ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଅଧିକାଂଶ କ୍ଲାସକୁ ପୂର୍ବରୁ ହିଁ ବନ୍ଦ କରିଦିଆଯାଇଥିଲା। ତେବେ ଆଗକୁ ବୋର୍ଡ ପରୀକ୍ଷା ଥିବାରୁ ୯ରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସୁଥିଲେ। ଏବେ ସଂକ୍ରମଣ ଆହୁରି ମାରାତ୍ମକ ରୂପ ନେଉଥିବାରୁ ସବୁ କ୍ଲାସକୁ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।


ଗତ କିଛି ଦିନ ହେଲା ଦିଲ୍ଲୀରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଜାତୀୟ ରାଜଧାନୀରେ ବଢ଼ୁଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କେଜ୍ରିୱାଲ ସରକାର ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲଗାଇଛନ୍ତି। ତଥାପି ସଂକ୍ରମଣ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

କେବଳ ଦିଲ୍ଲୀ ନୁହେଁ, ଦେଶରେ ମଧ୍ୟ ଦୈନିକ ସଂକ୍ରମଣ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୧.୩୧ ଲକ୍ଷ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। କରୋନା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମହାରାଷ୍ଟ୍ର। ଏଠାରେ ଦୈନିକ ସଂକ୍ରମଣ ୫୫ ହଜାର ଉପରେ ରହୁଛି। ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos