ରାଜଧାନୀରେ କମୁଛି କରୋନା କହର, ତଥାପି..

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜଧାନୀ ଦିଲ୍ଲୀର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କ୍ରମାଗତ ଭାବେ ୨୫ ହଜାର ଉପରେ ରହୁଥିବା ଦୈନିକ ସଂକ୍ରମଣ ଆଜି ୧୩ ହଜାର ତଳକୁ ଖସି ଯାଇଛି। ଦିନକରେ ୧୨,୬୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜଟିଭ ଆସିବା ସମସ୍ତଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ହେଲେ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁଛି। ଗତ ୨୪ ଘଣ୍ଟାରେ ଆଉ ୩୧୯ ଜଣଙ୍କ ଜୀବନ ନେଇଛି କରୋନା। ମୃତ୍ୟୁସଂଖ୍ୟା ଲଗାତର ୩ […]

Delhi

Delhi

Hemant Lenka
  • Published: Monday, 10 May 2021
  • Updated: 10 May 2021, 06:41 PM IST

Sports

Latest News

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ରାଜଧାନୀ ଦିଲ୍ଲୀର ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। କ୍ରମାଗତ ଭାବେ ୨୫ ହଜାର ଉପରେ ରହୁଥିବା ଦୈନିକ ସଂକ୍ରମଣ ଆଜି ୧୩ ହଜାର ତଳକୁ ଖସି ଯାଇଛି। ଦିନକରେ ୧୨,୬୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜଟିଭ ଆସିବା ସମସ୍ତଙ୍କୁ ସାମାନ୍ୟ ଆଶ୍ୱସ୍ତ କରିଛି। ହେଲେ ମୃତ୍ୟୁସଂଖ୍ୟାରେ କୌଣସି ବ୍ରେକ ଲାଗୁଛି। ଗତ ୨୪ ଘଣ୍ଟାରେ ଆଉ ୩୧୯ ଜଣଙ୍କ ଜୀବନ ନେଇଛି କରୋନା। ମୃତ୍ୟୁସଂଖ୍ୟା ଲଗାତର ୩ ଶହ ଉପରେ ରହୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି।

ପୂର୍ବରୁ ଦିଲ୍ଲୀରେ ସଂକ୍ରମଣ ବଢ଼ୁଥିବାରୁ ଅକ୍ସିଜେନ ସଙ୍କଟ ଦେଖାଯାଉଥିଲା। ହେଲେ ଏବେ ଏହା ପ୍ରାୟତଃ ଶେଷ ହୋଇଯାଇଛି। କେନ୍ଦ୍ର ସରକାର ଦିଲ୍ଲୀକୁ ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ଯୋଗାଇବା ଆରମ୍ଭ କରିଛନ୍ତି। ଅକ୍ସିଜେନ ସଙ୍କଟ ଦୂର ହେବା ପରେ ଏବେ କେଜ୍ରିୱାଲ ସରକାର ଟିକାକରଣ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି।

୩ ମାସ ମଧ୍ୟରେ ରାଜଧାନୀର ସବୁ ଲୋକଙ୍କୁ ଟିକା ଦିଆଯିବ ବୋଲି ସରକାର କହିଛନ୍ତି। ଏଥିପାଇଁ ଟିକାକରଣ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଉଛି। ସେହିପରି କେନ୍ଦ୍ରକୁ ଅଧିକ ପରିମାଣର ଟିକା ଯୋଗାଣ କରିବାକୁ କେଜ୍ରିୱାଲ ସରକାର ଦାବି କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀରେ ଲାଗୁ ଲକଡାଉନ ଅବଧିକୁ କେଜ୍ରିୱାଲ ସରକାର ମେ’ ୧୭ ଯାଏ ବୃଦ୍ଧି କରିଛନ୍ତି।

ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ବୁଲେଟିନ ଅନୁଯାୟୀ, ଏବେ ରାଜଧାନୀରେ ପଜିଟିଭି ରେଟ୍ ୧୯.୧୦% ରହିଛି। ପୂର୍ବରୁ ଏହା ୨୫% ଉପରେ ରହୁଥିଲା। ଗତ ୨୪ ଘଣ୍ଟାରେ ୬୬,୨୩୪ଟି ନମୁନା ଟେଷ୍ଟ କରାଯାଇଥିଲା ଓ ୧୨,୬୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।


ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୩୬,୨୧୮ରେ ପହଞ୍ଚି ଯାଇଛି। ସେହିପରି ପୂରା ଦିଲ୍ଲୀରେ ପଜିଟିଭିଟି ରେଟ୍‌ ୭.୪୭% ରହିଛି। ଗୋଟିଏ ଦିନରେ ୧୩,୩୦୬ ଜଣ ସୁସ୍ଥ ହେବାରୁ ଦିଲ୍ଲୀରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧୨,୩୧,୨୯୭ ଛୁଇଁଛି। ବର୍ତ୍ତମାନ ଆକ୍ଟିଭ କେସ୍‌ ସଂଖ୍ୟା ୮୫,୨୫୮ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୪ ଘଣ୍ଟାରେ କରୋନା ୩୧୯ ଜଣଙ୍କ ମୁଣ୍ଡ ନେଇଛି। ନୂଆ ମୃତକଙ୍କ ପରେ ଦିଲ୍ଲୀରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯,୬୬୩ ହୋଇଯାଇଛି। ମୃତ୍ୟୁହାର ମଧ୍ୟ ୧.୪୭% ଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ିଛି। ରାଜଧାନୀରେ ସଂକ୍ରମଣ ରୋକିବାକୁ ୫୪,୨୫୬ଟି କଣ୍ଟେନମେଣ୍ଟ ଜୋନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos