୧୦ ସପ୍ତାହ ପରେ ରାଜଧାନୀରୁ ଚିହ୍ନଟ ହେଲେ ସବୁଠାରୁ କମ ସଂକ୍ରମିତ

ନୂଆଦିଲ୍ଲୀ: ଦୀର୍ଘ ୧୦ ସପ୍ତାହ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି। ଦୁଇ ମାସରୁ ଅଧିକ ସମୟ ହେଲା ଦିଲ୍ଲୀରେ ହଜାରେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲା। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ୯୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦିନକରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦିଲ୍ଲୀରେ ଆକ୍ଟିଭ କେସ୍‌ ସଂଖ୍ୟା ୧୩,୦୩୫ ରହିଛି। ଯଦି […]

Corona

Corona

Hemant Lenka
  • Published: Saturday, 29 May 2021
  • Updated: 29 May 2021, 06:39 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୧୦ ସପ୍ତାହ ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ହଜାରେ ତଳକୁ ଖସିଛି। ଦୁଇ ମାସରୁ ଅଧିକ ସମୟ ହେଲା ଦିଲ୍ଲୀରେ ହଜାରେ ଅଧିକ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଥିଲା। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ୯୫୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଦିନକରେ ୧୨୨ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୩୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦିଲ୍ଲୀରେ ଆକ୍ଟିଭ କେସ୍‌ ସଂଖ୍ୟା ୧୩,୦୩୫ ରହିଛି।

ଯଦି ଏଭଳି ଧାରା ଜାରି ରହିବ, ତା’ହେଲେ ଆଗକୁ ଅନଲକ ପ୍ରକ୍ରିୟା ଆରମ୍ଭ କରାଯିବ ଓ ଅଧିକରୁ ଅଧିକ କ୍ଷେତ୍ରକୁ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି। ଶୁକ୍ରବାର କେଜ୍ରିୱାଲ କେବଳ ସୋମବାର ଠାରୁ ନିର୍ମାଣ ଓ ଫ୍ୟାକ୍ଟ୍ରୀ କାମକୁ ଅନୁମତି ମିଳିବ ବୋଲି କହିଥିଲେ। କିନ୍ତୁ ଆଜି ସେ ସଂକ୍ରମଣ ହ୍ରାସ ପାଇଲେ, ଅଧିକରୁ ଅଧିକ କାର୍ଯ୍ୟକୁ ଅନୁମତି ଦିଆଯିବ ବୋଲି କହିଛନ୍ତି।

କେଜ୍ରିୱାଲ ଆଜି ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ଡ୍ରାଇଭ ଇନ୍‌ ଟିକାକରଣ କେନ୍ଦ୍ରକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତି। ସେ କହିଛନ୍ତି, ଏହି ଟିକାକରଣ କେନ୍ଦ୍ରକୁ ଲୋକମାନେ କାର ଓ ବାଇକ ଯୋଗେ ଆସିପାରିବେ। ଚାଲିକି ମଧ୍ୟ ସେମାନେ ଚାହିଁଲେ ଟିକା ନେବାକୁ ଆସିପାରିବେ।

ଆମ ପାଖରେ ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ ଟିକା ପହଞ୍ଚିବା ମାତ୍ରେ ଆମେ ସେମାନଙ୍କର ଟିକାକରଣ ଆରମ୍ଭ କରିବୁ। ଆମେ ଗ୍ଲୋବାଲ ଟେଣ୍ଡର ଆରମ୍ଭ କରିଛୁ। ଆଶା ରଖିଛୁ ଯେ କମ୍ପାନୀମାନେ ଆଗକୁ ଆସିବେ। ଏକାଧିକ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର କରିଛନ୍ତି। ହେଲେ ଏହାର ରେଜଲ୍ଟ ଏଯାଏ ସକାରାତ୍ମକ ଆସିନାହିଁ।


ଆମ ପାଖକୁ ଯଦି କମ୍ପାନୀମାନେ ଆସିବେ, ତା’ହେଲେ ଏହା ନିଶ୍ଚିତ ଆମ ପାଇଁ ଲାଭଦାୟକ ହେବ। କିନ୍ତୁ ମୁଁ ଏବେ ଜାଣିବାକୁ ପାଇଛି ଯେ ବିଦେଶୀ କମ୍ପାନୀଗୁଡ଼ିକ କେନ୍ଦ୍ର ସରକାରଙ୍କ ସହ ସିଧାସଳଖ ଟିକା ପାଇଁ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos