ଟିକା ନେଇ ଜଣଙ୍କର ମୃତ୍ୟୁ, ୬ ଦେଶ ଲଗାଇଲେ ରୋକ୍
ନରଓ୍ୱେ: ଡେନମାର୍କ, ଆଇସଲାଣ୍ଡ ଏବଂ ନରୱେ କୋଭିଡ୍ ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଛନ୍ତି। ଏହି ଟିକା ନେବା ପରେ ଡେନମାର୍କରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ହାତରେ ରକ୍ତ ଜମାଟ ବାନ୍ଧୁଥିବାର ଲକ୍ଷଣ ରହିଛି। ଏହାପରେ ନରଓ୍ୱେ ସରକାର ଆଷ୍ଟ୍ରାଜେନେକା ଟିକା ଉପରେ ରୋକ୍ ଲଗାଇଛନ୍ତି। ତେବେ ଡେନମାର୍କରେ ଟିକା ନେବା ପରେ ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ ସାମ୍ନାକୁ ଆସିଛି କି ନାହିଁ ସ୍ପଷ୍ଟ କରି ନାହିଁ। ଅନ୍ୟପଟେ ଆଷ୍ଟ୍ରିଆରେ କୋଗୁଲାଇଜେସନ ଡିଜୋର୍ଡର ପାଇଁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।
ଡେନମାର୍କର ସ୍ୱାସ୍ଥ୍ୟ ଅଧିକାରୀ ସୋରେନ୍ ବ୍ରାଁଷ୍ଟ୍ରାଁମ ଏକ ବିବୃତ୍ତିରେ କହିଛନ୍ତି, “ଡେନମାର୍କ ମେଡିସିନ୍ ଏଜେନ୍ସି ଏବଂ ଆମେ ୟୁରୋପୀୟ ଦେଶମାନଙ୍କରେ ଟିକା ନେଉ ଆସୁଥିବା ଅଭିଯୋଗର ଉତ୍ତର ଦେବାକୁ ହେବ”। ସ୍ୱାସ୍ଥ୍ୟ ମନ୍ତ୍ରୀ ମାଗ୍ନୁସ ଟ୍ୱିଟ କରି କହିଛନ୍ତି ଯେ ଏବେ ଟିକାକରଣ ୧୪ ଦିନ ପାଇଁ ସ୍ଥଗିତ ରହିବ। ହେଲେ ରକ୍ତ ଜମାଟ ବାନ୍ଧିବା ପଛର କାରଣ କହି ନାହାନ୍ତି। ଟିକା କମ୍ପାନୀ ଆଷ୍ଟ୍ରାଜେନେକା ସହିତ ସେ କଥା କହିଥିବା ଜଣାପଡ଼ିଛି।
Sundhedsmyndighederne har af forsigtighedshensyn sat vaccination med AstraZeneca i bero efter signal om en mulig alvorlig bivirkning i form af dødelige blodpropper. Det kan pt ikke konkluderes, om der er en sammenhæng. Vi handler tidligt, det skal undersøges grundigt #COVID19dk
— Magnus Heunicke (@Heunicke) March 11, 2021
ମୋଟ ଉପରେ ଡେନମାର୍କ, ଆଇସଲାଣ୍ଡ ଏବଂ ନରୱେ ପୂର୍ବରୁ ଇଷ୍ଟୋନିଆ, ଲାଟଭିଆ, ଲିଥୁଆନିଆ ଏବଂ ଲକ୍ସିମବର୍ଗ ମଧ୍ୟ ଏହି ଟିକା ଉପରେ ରୋକ୍ ଲଗାଇଛନ୍ତି। ସୂଚନାଯୋଗ୍ୟ,ଫେବୃଆରୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଷ୍ଟ୍ରାଜେନେକାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଟିକାକୁ ଅନୁମୋଦନ ଦେଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।