ଏକଜିଟ୍‌ ପୋଲ: ଅଧା ରହିବ ବିଜେପିର ବେଙ୍ଗଲ ଦଖଲ ସ୍ୱପ୍ନ, ପୁଣି ଶାସନ କରିବେ ମମତା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ହାଇଭୋଲଟେଜ୍‌ ପ୍ରଚାର ଓ ରୋଡ ଶୋ’ କରି ବେଙ୍ଗଲରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବା ବିଜେପିକୁ ଲାଗିବ ଶକ୍ତ ଝଟକା। ବେଙ୍ଗଲରେ ପୁଣି ୫ ବର୍ଷ ପାଇଁ ଶାସନ ମଙ୍ଗ ଧରିବେ ମମତା ବାନାର୍ଜୀ। ଟିଏମସିର ଶତାଧିକ ନେତାଙ୍କ ବିଦ୍ରୋହ ତଥା ଦଳୀୟ କନ୍ଦଳ ସତ୍ତ୍ୱେ ବେଙ୍ଗଲରେ ମମତାଙ୍କ ଯାଦୁ ଦେଖିବାକୁ ମିଳିବ। କେବଳ ରିପବ୍ଲିକ ଟିଭି ଓ ଜନ କି ବାତ୍‌କୁ ଛାଡ଼ି ଦେଲେ ଆଉ ସବୁ ନ୍ୟୁଜ […]

Modi1

Modi1

Hemant Lenka
  • Published: Thursday, 29 April 2021
  • Updated: 29 April 2021, 08:03 PM IST

Sports

Latest News

ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ହାଇଭୋଲଟେଜ୍‌ ପ୍ରଚାର ଓ ରୋଡ ଶୋ’ କରି ବେଙ୍ଗଲରେ କ୍ଷମତା ଦଖଲ କରିବାକୁ ଉଦ୍ୟମ କରୁଥିବା ବିଜେପିକୁ ଲାଗିବ ଶକ୍ତ ଝଟକା। ବେଙ୍ଗଲରେ ପୁଣି ୫ ବର୍ଷ ପାଇଁ ଶାସନ ମଙ୍ଗ ଧରିବେ ମମତା ବାନାର୍ଜୀ। ଟିଏମସିର ଶତାଧିକ ନେତାଙ୍କ ବିଦ୍ରୋହ ତଥା ଦଳୀୟ କନ୍ଦଳ ସତ୍ତ୍ୱେ ବେଙ୍ଗଲରେ ମମତାଙ୍କ ଯାଦୁ ଦେଖିବାକୁ ମିଳିବ।

କେବଳ ରିପବ୍ଲିକ ଟିଭି ଓ ଜନ କି ବାତ୍‌କୁ ଛାଡ଼ି ଦେଲେ ଆଉ ସବୁ ନ୍ୟୁଜ ଚ୍ୟାନେଲ ମମତା ବାଜିମାତ କରିବେ ବୋଲି ଆକଳନ କରିଛନ୍ତି। ଏହି ଚ୍ୟାନେଲ ପଶ୍ଚିମବଙ୍ଗରେ ବିଜେପି ଶାସକ ଟିଏମସି ଠାରୁ ଅଧିକ ଆସନ ଜିତିବ ବୋଲି ଆକଳନ କରିଥିଲେ ହେଁ କାହାକୁ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ମିଳିପାରିବ ନାହିଁ ବୋଲି କହିଛି।

ଆଜି ବେଙ୍ଗଲର ୮ମ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ଜାତୀୟ ଗଣମାଧ୍ୟମ ପକ୍ଷରୁ ପ୍ରକାଶ ପାଇଥିବା ଏକଜିଟ୍‌ ପୋଲ ବା ବୁଥ ବାହୁଡ଼ା ମତରେ ଏପରି ଆକଳନ କରାଯାଇଛି। ଏକଜିଟ୍‌ ପୋଲରେ ମମତାଙ୍କୁ ସରକାର ଗଠନ ପାଇଁ ପୂର୍ଣ୍ଣ ବହୁମତ ମିଳିବ ବୋଲି କୁହାଯାଇଥିଲେ ହେଁ ସମସ୍ତଙ୍କ ନଜର ମେ’ ୨ ଉପରେ ରହିଛି। କାରଣ ମେ’୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ବେଙ୍ଗଲ ବିଧାନସଭାର ଆସନ ସଂଖ୍ୟା ୨୯୪। ହେଲେ ଦୁଇଟି ଆସନର ଭୋଟକୁ ସ୍ଥଗିତ ରଖାଯାଇଛି। ତେଣୁ ୨୯୨ଟି ଆସନ ପାଇଁ ମତଦାନ ଶେଷ ହୋଇଛି। ତେଣୁ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ୨୦୧୬ରେ ଟିଏମସି ୨୧୧ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୩ଟି, ବାମପନ୍ଥୀ ମେଣ୍ଟ ୩୨ ଓ ଅନ୍ୟାନ୍ୟ ଦଳ ୪୮ଟି ଆସନ ଜିତିଥିଲେ।

ରିପବ୍ଲିକ-ସିଏନଏକ୍ସର ଆକଳନ ଅନୁଯାୟୀ, ପଶ୍ଚିମବଙ୍ଗରେ ବିଜେପିକୁ ୧୩୮ରୁ ୧୪୮ଟି ଆସନ ମିଳିବାକୁ ଥିବା ବେଳେ ମମତାଙ୍କ ଟିଏମସିକୁ ୧୨୮ରୁ ୧୩୮ଟି ଆସନ ମିଳିବ। ସେହିପରି କଂଗ୍ରେସ ଓ ସିପିଏମ ମେଣ୍ଟକୁ ୧୧ରୁ ୨୧ଟି ଓ ଅନ୍ୟାନ୍ୟ ଦଳ ଖାତା ଖୋଲିପାରିବେ ନାହିଁ।

ଟାଇମ୍ସ ନାଓର ସର୍ଭେ ଅନୁଯାୟୀ, ଟିଏମସିକୁ ୨୯୪ଟି ଆସନରୁ ୧୫୮ ଆସନ ମିଳିବ। କଂଗ୍ରେସ-ବାମପନ୍ଥୀ ମେଣ୍ଟକୁ ୧୯ ଓ ବିଜେପି ମେଣ୍ଟ ୧୧୫ଟି ଆସନ ପାଇବ। ଅନ୍ୟାନ୍ୟ ଦଳର ଖାତା ଖୋଲିପାରିବେ ନାହିଁ।

ଏବିପି ନ୍ୟୁଜି ସି-ଭୋଟର ଏକଜିଟ୍‌ ପୋଲ ମଧ୍ୟ ଟିଏମସି ଜିତିବ ବୋଲି କହିଛି। ବେଙ୍ଗଲରେ ଟିଏମସି ୧୫୨ରୁ ୧୬୪ଟି ଆସନ, ବିଜେପି ୧୦୯ରୁ ୧୨୧, କଂଗ୍ରେସ-ବାମପନ୍ଥୀ ମେଣ୍ଟ ୧୪ରୁ ୨୫ଟି ଆସନ ଜିତିବେ। ଏଠାରେ ଅନ୍ୟାନ୍ୟ ଦଳ ଖାତା ଖୋଲିପାରିବେ ନାହିଁ। ବେଙ୍ଗଲରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭। ତେଣୁ ଟିଏମସି ଏଠାରେ ବେଶ ଆରାମରେ ବିଜୟ ଲାଭ କରିବ ବୋଲି ଆକଳନ କରାଯାଉଛି।

ଜନକୀ ବାତ୍‌ରେ ଟିଏମସି ୧୦୪ରୁ ୧୨୧, ବିଜେପି ୧୬୨ରୁ ୧୮୫, ବାମପନ୍ଥୀ ମେଣ୍ଟ ୩ରୁ ୯ ଓ ଅନ୍ୟାନ୍ୟ ଦଳ ଆସନ ପାଇବେ ବୋଲି କୁହାଯାଇଛି।

ପିଏମ ଆରକ୍ୟୁର ଏକଜିଟ ପୋଲରେ କୁହାଯାଇଛି ଯେ ପଶ୍ଚିମବଙ୍ଗରେ ଟିଏମସି ୧୫୮, ବିଜେପି ୧୨୦ ଓ କଂଗ୍ରେସ-ସିପିଆଇ ମେଣ୍ଟ ମାତ୍ର ୧୪ଟି ଆସନ ଜିତିବେ।

ଇଟିଜି ରିସର୍ଚ୍ଚ ଅନୁଯାୟୀ, ଟିଏମସି ୧୬୯, ବିଜେପି ୧୧୦, କଂଗ୍ରେସ ମେଣ୍ଟ ୧୩ ଓ ଅନ୍ୟାନ୍ୟ ଦଳ କୌଣସି ଆସନ ଜିତିବେ ନାହିଁ।

ପୋଲ ଅଫ୍ ଏକଜିଟ୍ ପୋଲ ଅନୁଯାୟୀ, ମମତାଙ୍କ ଟିଏମସି ୧୫୮, କଂଗ୍ରେସ ମେଣ୍ଟ ୧୫, ବିଜେପି ୧୨୨ ଆସନ ଜିତିବେ ବୋଲି ଆକଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story