ରାଜ୍ୟସଭାରେ ସିନ୍ଧିଆଙ୍କୁ ଆଶୀର୍ବାଦ ଦେଲେ ଦିଗବିଜୟ, ହସରେ ଫାଟିଲା ଗୃହ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଗୃହ ଭିତରେ କଂଗ୍ରେସ ନେତା ଦିଗବିଜୟ ସିଂହ ଆଶୀର୍ବାଦ ଜଣାଇଛନ୍ତି। ଆଜି ରାଜ୍ୟସଭାରେ ସିନ୍ଧିଆ ଉଦବୋଧନ ଦେଇ ନିଜର ପୁରଣା ଦଳ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ସେ ବିଜେପି ସରକାର ଜାରି କରିଥିବା ଲକଡାଉନ ଓ କୃଷି ଆଇନକୁ ମଧ୍ୟ ସମର୍ଥନ କରି ଚମତ୍କାର ଭାଷଣ ଦେଇଥିଲେ। ତେବେ ସିନ୍ଧିଆଙ୍କ ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପରବର୍ତ୍ତୀ […]

xs

xs

Hemant Lenka
  • Published: Thursday, 04 February 2021
  • Updated: 04 February 2021, 03:46 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇ ରାଜ୍ୟସଭାକୁ ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଆଜି ଗୃହ ଭିତରେ କଂଗ୍ରେସ ନେତା ଦିଗବିଜୟ ସିଂହ ଆଶୀର୍ବାଦ ଜଣାଇଛନ୍ତି। ଆଜି ରାଜ୍ୟସଭାରେ ସିନ୍ଧିଆ ଉଦବୋଧନ ଦେଇ ନିଜର ପୁରଣା ଦଳ କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ସେ ବିଜେପି ସରକାର ଜାରି କରିଥିବା ଲକଡାଉନ ଓ କୃଷି ଆଇନକୁ ମଧ୍ୟ ସମର୍ଥନ କରି ଚମତ୍କାର ଭାଷଣ ଦେଇଥିଲେ।

ତେବେ ସିନ୍ଧିଆଙ୍କ ପରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ପରବର୍ତ୍ତୀ ବକ୍ତା ଭାବେ ଦିଗବିଜୟ ସିଂହଙ୍କ ନାଁ ନେଇଥିଲେ। ଏହା ଶୁଣି ଗୃହରରେ ଉପସ୍ଥିତ ସଦସ୍ୟମାନେ ହସିବା ଆରମ୍ଭ କରିଥିଲେ। ଏହି ହସକୁ ଦେଖି ଅଧ୍ୟକ୍ଷ ନାଇଡୁ କହିଥିଲେ ଯେ “ମୁଁ କୌଣସି ପରିବର୍ତ୍ତନ କରିନାହିଁ। ତାଲିକାରେ ଯାହା ପରେ ଯାହା ନାଁ ଅଛି, ସେହି ଅନୁସାରେ ମୁଁ ଡାକିଛି।”

ହାସ୍ୟରୋଳ ମଧ୍ୟରେ ଦିଗବିଜୟ ସିଂହ ନିଜର ଉଦବୋଧନ ଆରମ୍ଭ କରିଥିଲେ। ସେ କହିଥିଲେ ଯେ “ମୁଁ ପ୍ରଥମେ ମାନନୀୟ ସିନ୍ଧିଆଜୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହୁଁଛି। କଂଗ୍ରେସରେ ପୂର୍ବରୁ ସେ ଯେଉଁଭଳି ଚମତ୍କାର ଢଙ୍ଗରେ ଦଳର ଆଭିମୁଖ୍ୟକୁ ଉପସ୍ଥାନ କରୁଥିଲେ, ଆଜି ବିଜେପି ସପକ୍ଷରେ ସେମିତି ମତ ରଖିଛନ୍ତି।

ଶୁଭେଚ୍ଛା ସିନ୍ଧିଆଜୀ, ୱା ଜୀ ମହାରାଜ। ଆପଣ ଭବିଷ୍ୟତରେ ଯେଉଁ ପାର୍ଟିକୁ ବି ଯାଆନ୍ତୁ, ଆପଣଙ୍କ ଉପରେ ମୋର ଆଶୀର୍ବାଦ ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ।” ଏହାଶୁଣି ପୁଣିଥରେ ଗୃହର ସଦସ୍ୟମାନେ ହସିବା ଆରମ୍ଭ କରିଥିଲେ।

୨୦୨୦ ମାର୍ଚ୍ଚରେ ମଧ୍ୟପ୍ରଦେଶ କଂଗ୍ରେସରେ କମ୍ପନ ଦେଖିବାକୁ ମିଳିଥିଲା। ସିନ୍ଧିଆଙ୍କ ସହ ୨୨ ଜଣ କଂଗ୍ରେସ ବିଧାୟକ କମଲନାଥ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସେମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିବାରୁ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା। ଏହାପରେ ବିଜେପି ଏଠାରେ ସରକାର ଗଠନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos